Jump to content

ରିସ୍କ୍ ଆସେସ୍ମେଣ୍ଟ

ଉଇକିପିଡ଼ିଆ‌ରୁ

ରିସ୍କ୍ ଆସେସ୍ମେଣ୍ଟର ଅର୍ଥ ହେଲା କୌଣସି କାମ କିମ୍ବା ପରିସ୍ଥିତିରେ କେତେ ବିପଦ ରହିଛି, ସେଥିରେ କେତେ ଲୋକ ପ୍ରଭାବିତ ହେବେ ଓ କିପରି ପରିଣାମ ଆସିପାରେ, ତାକୁ ଆରମ୍ଭରୁ ବୁଝିବା।[][] ଏହାର ମୂଳ କାମ ହେଲା ବିପଦ ଆସିବା ପୂର୍ବରୁ ତାହାକୁ ଚିହ୍ନଟ କରି, ସୁରକ୍ଷା ପାଇଁ ବ୍ୟବସ୍ଥା କରିବା। HIV/AIDS ପରି ରୋଗ ସହିତ ଯେତେବେଳେ ଏହାକୁ ଯୋଡ଼ିଦିଆଯାଏ, ସେତେବେଳେ ରିସ୍କ୍ ଆସେସ୍ମେଣ୍ଟର ମହତ୍ତ୍ୱ ଅଧିକ ବଢ଼ିଯାଏ, କାରଣ ଏହି ରୋଗ ସମାଜରେ ଦ୍ରୁତ ଭାବେ ପ୍ରସାରିତ ହେବାର ସମ୍ଭାବନା ରହିଛି ।

HIV/AIDSରେ ବିପଦ

[ସମ୍ପାଦନା]

HIV ରୋଗ ପ୍ରଧାନତଃ ସଂକ୍ରମିତ ରକ୍ତ, ଛୁଞ୍ଚି, ଗର୍ଭ ଧାରଣ ଓ ସୁରକ୍ଷା ବିହୀନ ଯୌନ ସମ୍ପର୍କ ମାଧ୍ୟମରେ ହୋଇଥାଏ। ଏହା ସହିତ ସାଧାରଣ ଲୋକଙ୍କର ଅଜ୍ଞାନତା, ଭୟ ଓ ସମାଜିକ କୁଧାରଣା ମଧ୍ୟ ଯୋଡ଼ି ହୋଇଥାଏ। ସେଥିପାଇଁ ରିସ୍କ୍ ଆସେସ୍ମେଣ୍ଟରେ ପ୍ରଥମେ ବୁଝିବା ଆବଶ୍ୟକ ଯେ କେଉଁ ପରିସ୍ଥିତିରେ HIV ସବୁଠାରୁ ବେଶି ସଞ୍ଚାରିତ ହୋଇପାରେ। ଯେପରିକି, ଇଞ୍ଜେକ୍ସନ ଡ୍ରଗ୍‌ ବ୍ୟବହାରକାରୀ, ବ୍ୟବସାୟିକ ଯୌନ କର୍ମୀ, କିମ୍ବା ଛୁଞ୍ଚି-ଅଦଳବଦଳ କରୁଥିବା ଲୋକଙ୍କ ମଧ୍ୟରେ ଏହି ବିପଦ ଅଧିକ ଦେଖାଯାଏ।

ବିପଦକୁ ଚିହ୍ନଟ କରିବା

[ସମ୍ପାଦନା]

ରିସ୍କ୍ ଆସେସ୍ମେଣ୍ଟର ପ୍ରଥମ କାମ ହେଲା ବିପଦକୁ ଚିହ୍ନିବା। HIV/AIDS ସମ୍ବନ୍ଧରେ ଏହା ଅର୍ଥ, କେଉଁ ଲୋକ, କେଉଁ ବ୍ୟବହାର ଓ କେଉଁ ସମାଜିକ ପରିସ୍ଥିତି ସଞ୍ଚାର ପାଇଁ ଦାୟୀ ହୋଇପାରେ। ଉଦାହରଣ ସ୍ୱରୂପ, ଯଦି କୌଣସି ଅଞ୍ଚଳରେ IDU (Injecting Drug User) ମଧ୍ୟରେ ଇଞ୍ଜେକ୍ସନ-ଅଦଳବଦଳ ହାର ଅଧିକ, ତେବେ ସେଠାରେ HIV ସଞ୍ଚାରର ବିପଦ ବହୁତ ବେଶି ଥାଏ। ସେପରିକି, ସଚେତନତା ଅଭାବରୁ କେହି ସୁରକ୍ଷା ବିନା ଯୌନ ସମ୍ପର୍କ କରୁଥିଲେ, ସେଥିରୁ ମଧ୍ୟ ଉଚ୍ଚ-ବିପଦ ପରିସ୍ଥିତି ତିଆରି ହୋଇଯାଏ।

ବିଶ୍ଳେଷଣ ଓ ମୂଲ୍ୟାୟନ ପ୍ରକ୍ରିୟା

[ସମ୍ପାଦନା]

ବିପଦକୁ ଚିହ୍ନଟ ପରେ ଏହାର ବିଶ୍ଳେଷଣ କରାଯାଏ। ବିଶ୍ଳେଷଣରେ ଏହାକୁ ବୁଝାଯାଏ ଯେ, ବିପଦ ଘଟିଲେ କେତେ ଲୋକ ପ୍ରଭାବିତ ହେବେ, କେତେ ଗୁରୁତର କ୍ଷତି ହେବ, ଏବଂ ସମାଜରେ କେମିତି ପରିଣାମ ଦେଖାଯିବ।[] HIV/AIDS ରେ ଯଦି କୌଣସି ସମୁଦାୟରେ ସଞ୍ଚାର ହାର ଅଧିକ ହେଲା, ତେବେ ସେଥିରୁ ପରବର୍ତ୍ତୀ ସାମାଜିକ ପ୍ରଭାବ— ଯଥା ପରିବାର ନଷ୍ଟ ହୋଇଯିବା, ଚାକିରି ହରାଇବା, ସ୍କୁଲ୍ ଛାଡ଼ିବା ମଧ୍ୟ ଦେଖାଯାଏ। ତେଣୁ ବିଶ୍ଳେଷଣରେ କେବଳ ରୋଗ ନୁହେଁ, ସମାଜିକ ଓ ଆର୍ଥିକ ପରିଣାମକୁ ମଧ୍ୟ ବୁଝାଇଥାଏ ।[][]

ନିୟନ୍ତ୍ରଣ ପଦକ୍ଷେପ

[ସମ୍ପାଦନା]

ରିସ୍କ୍ ଆସେସ୍ମେଣ୍ଟର ଅଗ୍ରଗତି ପଦକ୍ଷେପ ହେଲା ବିପଦକୁ କମାଇବା। HIV/AIDS ସନ୍ଦର୍ଭରେ, ଏହାର ଅର୍ଥ ହେଲା ସୁରକ୍ଷିତ ଯୌନ ପ୍ରଚାର, କଣ୍ଡୋମ ବିତରଣ, ଛୁଞ୍ଚି/ସିରିଞ୍ଜି ବଦଳ କାର୍ଯ୍ୟକ୍ରମ, HIV ପରୀକ୍ଷା ଓ ପରାମର୍ଶ, ଏବଂ ART (Anti Retroviral Therapy) ପାଇଁ ଲୋକଙ୍କୁ ସହଜ ସୁବିଧା ଯୋଗାଇ ଦେବା। ସେଥିପାଇଁ ସଚେତନତା ଅଭିଯାନ, ସ୍କୁଲ୍‌ରେ ଶିକ୍ଷା, ସମାଜରେ ଖୋଲା ଆଲୋଚନା ମଧ୍ୟ ଆବଶ୍ୟକ।

ସମାଜିକ ଓ ମନୋବୈଜ୍ଞାନିକ ଜୁଆଁ

[ସମ୍ପାଦନା]

HIV/AIDS ସହିତ ସମ୍ପର୍କିତ ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ସମାଜିକ ଅପବାଦ ଓ ଭେଦଭାବ। ଅନେକ ସମୟରେ ଲୋକ HIV ପରୀକ୍ଷା କରିବାକୁ ମନା କରନ୍ତି କାରଣ ସେମାନଙ୍କୁ ଭୟ ଥାଏ ଯେ ସମାଜ କିପରି ଦେଖିବ। ଏହିଭଳି ଭୟ ଏବଂ କୁଧାରଣା ମଧ୍ୟ HIV ସଞ୍ଚାରକୁ ଅଧିକାଂଶ ସମୟରେ ବଢ଼ାଇଦେଉଛି। ତେଣୁ ରିସ୍କ୍ ଆସେସ୍ମେଣ୍ଟରେ ଏହି ସାମାଜିକ ଦିଗକୁ ବିଶେଷ ଭାବରେ ଧ୍ୟାନ ଦେବା ଆବଶ୍ୟକ।

ପୁନର୍ବିଚାର ଓ ନୀତି

[ସମ୍ପାଦନା]

ରିସ୍କ୍ ଆସେସ୍ମେଣ୍ଟ କେବଳ ଥରେ କରିଲେ ହେବନାହିଁ। ସମୟ-ସମୟରେ ନୂଆ ପରିସ୍ଥିତି, ନୂଆ ତଥ୍ୟ ଓ ସମାଜିକ ପରିବର୍ତ୍ତନ ଅନୁସାରେ ପୁନର୍ବିଚାର କରିବା ଦରକାର। NACO, OSACS ପରି ସଂସ୍ଥାଗୁଡ଼ିକ ସମୟ-ସମୟରେ HIV/AIDS ସମ୍ବନ୍ଧୀୟ ବିପଦକୁ ପୁନର୍ବିଚାର କରି, ତା'ଅନୁସାରେ ନୀତି, ପ୍ରକଳ୍ପ ଓ କାର୍ଯ୍ୟକ୍ରମ ତିଆରି କରନ୍ତି।


HIV/AIDS ପରି ରୋଗରେ ରିସ୍କ୍ ଆସେସ୍ମେଣ୍ଟ ଅତ୍ୟାବଶ୍ୟକ। ଏହା ଦ୍ୱାରା ଆମେ ପ୍ରଥମେ ବିପଦକୁ ଚିହ୍ନଟ କରିପାରୁ, ପରେ ସେଥିରୁ ସୁରକ୍ଷା ପାଇଁ ପଦକ୍ଷେପ ନେଇପାରୁ। ଯଦି ସମାଜର ସବୁ ସ୍ତରରେ ରିସ୍କ୍ ଆସେସ୍ମେଣ୍ଟକୁ ନିୟମିତ ଭାବରେ କରାଯାଏ, ତେବେ HIV/AIDS ସଞ୍ଚାରକୁ ବହୁତ ଅଂଶରେ କମାଇପାରିବା । ସେଥିପାଇଁ ଏହାକୁ କେବଳ ଚିକିତ୍ସାରେ ସୀମିତ ନକରି, ସମାଜିକ ସଚେତନତା, ଶିକ୍ଷା, ନୀତି ଓ ପରିଚାଳନା ସହିତ ଯୋଡ଼ିଦିଆଯିବା ଆବଶ୍ୟକ।

  1. Rausand M (2013). "Chapter 1: Introduction". Risk Assessment: Theory, Methods, and Applications. John Wiley & Sons. pp. 1–28. ISBN 9780470637647.
  2. Manuele FA (2016). "Chapter 1: Risk Assessments: Their Significance and the Role of the Safety Professional". In Popov G, Lyon BK, Hollcraft B (eds.). Risk Assessment: A Practical Guide to Assessing Operational Risks. John Wiley & Sons. pp. 1–22. ISBN 9781118911044.
  3. Levi R (1 June 2018). "Getting Real About Both Benefits and Risks". Science & Practice, English Special 2018 (in ଇଂରାଜୀ). Swedish Agency of Health Technology Assessment and Assessment of Social Services. ISSN 1104-1250. Retrieved 2018-06-14.
  4. Holzmann R, Jørgensen S (2001). "Social Risk Management: A New Conceptual Framework for Social Protection, and Beyond". International Tax and Public Finance. 8 (4): 529–56. doi:10.1023/A:1011247814590. S2CID 14180040.
  5. Nakaš N (21 November 2017). "Three Lessons About Risk Management from Everyday Life". Knowledge Hub. Center of Excellence in Finance. Archived from the original on 19 July 2018. Retrieved 19 July 2018.