ରିଷଭ ପନ୍ଥ

ଉଇକିପିଡ଼ିଆ‌ରୁ
ରିଷଭ ପନ୍ଥ
ବ୍ୟକ୍ତିଗତ ତଥ୍ୟ
ନାମRishabh Rajendra Pant
ବ୍ୟାଟିଂ ପ୍ରକାରLeft-handed
ଭୂମିକାWicket-keeper batsman
ଘରୋଇ ଦଳ ତଥ୍ୟ
YearsTeam
2015–presentDelhi
2016–presentDelhi Daredevils (squad no. 777)
Career statistics
ପ୍ରତିଯୋଗିତା FC LA T20
ମ୍ୟାଚ 8 3 10
ମୋଟ ରନ 982 42 198
ବ୍ୟାଟିଂ ହାର 81.83 14.00 24.75
ଶତକ/ଅର୍ଦ୍ଧଶତକ 4/3 0/0 0/1
ସର୍ବାଧିକ ରନ 308 24 69
କ୍ୟାଚ/ଷ୍ଟମ୍ପିଙ୍ଗ 21/1 3/1 3/–
Source: CricketArchive, 29 November 2016

ରିଷଭ ରାଜେନ୍ଦ୍ର ପନ୍ଥ  (ଜନ୍ମ 4 ଅକ୍ଟୋବର 1997 ) ଜଣେ ଭାରତୀୟ କ୍ରିକେଟ ଖେଳାଳି , ଯିଏ ଦିଲ୍ଲୀ ଦଳ [୧]ପାଇଁ ଘରେଇ କ୍ରିକେଟ ଖେଳିଥାନ୍ତି । ସେ ଅକ୍ଟୋବର 2015 ମସିହାରେ ତାଙ୍କର ପ୍ରଥମ ରଣଜୀ ଟ୍ରଫି[୨]ଖେଳିଥିଲେ । ପରେ ସେ 2015-16 ପାଇଁ ବିଜଯ ହଜାରେ ଟ୍ରଫି ମଧ୍ୟ ଖେଳିଥିଲେ । .[୩]


2015 ମସିହାରେ ଭାରତୀୟ ଜାତୀୟ 19 -ବର୍ଷରୁ କମ ଦଳରେ ସାମିଲ ହେଇ 2016 ମସିହାରେ ବିଶ୍ୱକପ[୪] ଖେଳିଥିଲେ । ସେଥିରେ ସେ ଏକ ମେଚରେ ମାତ୍ର 18 ବଲରୁ ଅର୍ଦ୍ଧ ଶତକ କରିଥିଲେ ଯାହାକି ସେହି ସ୍ତରରେ ଦ୍ରୁତ ତମ ଅର୍ଦ୍ଧ ଶତକର ଏକ ରେକର୍ଡ ।  [୫]

19 ବର୍ଷରୁ କମ ବିଶ୍ୱ କପରେ ସେ ଶତକ ଅର୍ଜନ କରିବା ଫଳରେ ଭାରତ ସେମି ଫାଇନାଲରେ ପହଞ୍ଚି ପାରି ଥିଲା । .[୬]

2017 ଜାନୁଆରୀରେ ସେ ଭାରତୀୟ ଜାତୀୟ ଦଳରେ ଇଂଲଣ୍ଡ ବିପକ୍ଷ[୭]ରେ ଟି20 ଅନ୍ତର୍ଜାତିକ ଖେଳିବା ପାଇଁ ଚୟନ କରାଯାଇଛନ୍ତି । ମୁଖ୍ଯତଃ ଜଣେ ବେଟସମେନ  ଭାବରେ ପରିଚିତ ହେଇଥିଲେ ମଧ୍ୟ ରିଷଭ ଜଣେ ନିୟମିତ ବିକେଟକିପର ଭାବରେ  ଖେଳି ଥାନ୍ତି । 

କ୍ରିକେଟ ଜୀବନ[ସମ୍ପାଦନା]

ତରୁଣା ବୟସରୁ ରିଷଭ କ୍ରିକେଟ ଖେଳିବାର ଆଗ୍ରହ ପାଇଁ ଭଲ ଦଳ ଓ କୋଚ ପାଇବାକୁ ସହରରୁ ସହର ସ୍ଥାନାନ୍ତର ହେଇ ପରିଶେଷରେ ଦିଲ୍ଲୀରେ ଅବସ୍ଥାନ କରିଥିଲେ । ବିକେତକିପର - ବେଟସମେନ ଭାବରେ ସେ ଭାରତୀୟ 19 ବର୍ଷରୁ କମ ଦଳରେ ସ୍ଥାନ ପାଇଁ 2016 ବିଶ୍ୱ କପରେ ଓପନିଂ ବେଟସମେନ ଭାବରେ ନେପାଲ ବିରୁଦ୍ଧ ମେଚରେ 18 ବଳରେ  ଅର୍ଦ୍ଧଶତକ କରିଥିଲେ ଯାହା ଏକ ରେକର୍ଡ । ପୁନଶ୍ଚ ନାମିବିଆ ବିରୁଦ୍ଧରେ ଏକ ଶତକ କରି ଭାରତକୁ ସେମିଫାଇନାଲରେ ପହଞ୍ଚାଇ ଥିଲେ । 

ରଣଜୀ ପ୍ରଦର୍ଶନ[ସମ୍ପାଦନା]

2015-16 ମସିହାରେ ରଣଜୀ ଟ୍ରଫିରେ ପଦାର୍ପଣ କରିଥିବା ରିଷଭ , 2016-17 ରଣଜୀ ଟ୍ରଫିରେ ମହାରାଷ୍ଟ୍ର ବିରୁଦ୍ଧ ମେଚରେ 308 ରନ କରିବା ଫଳରେ ପ୍ରଥମ ଶ୍ରେଣୀ କ୍ରିକେଟରେ ତ୍ରିଶତକ କରିବାରେ ଭାରତର ତୃତୀୟ ସର୍ବକନିଷ୍ଠ ବେଟସମେନ ହେବାର ଗୌରବ  ଅର୍ଜନ କରିଥିଲେ । .[୮][୯]ରଣଜୀ ଟ୍ରଫି ଓ ଲିଷ୍ଟ Aରେ ସେ ମାତ୍ର 10ଟି ମେଚ ଖେଳି 72 ହାରରେ 4ଟି ଶତକ ସହ 1080 ରନ କରିଥିବା ଉଲ୍ଲେଖନୀୟ ପ୍ରଦର୍ଶନ । [୧୦]

ତାହା ପୂର୍ବରୁ ରିଷଭ 2016 ମସିହା ନଭେମ୍ବର 8ରେ ଦିଲ୍ଲୀର ଝାରଖଣ୍ଡ ସହ ରଣଜୀ ମେଚରେ ମାତ୍ର 48 ବଲ [୧୧]ରେ ଶତକ କରିବା ଫଳରେ ରଣଜୀ ଟ୍ରଫିରେ ଦ୍ରୁତତମ ଶତକ ହାସଲକାରୀ ହେଲେ । .[୧୨]

IPLରେ ଋଷଭ[ସମ୍ପାଦନା]

ଆଇପିଏଲରେ ରିଷଭ 2016 ମସିହା ପାଇଁ ଖେଳାଳି ନିଲାମରେ ଦିଲ୍ଲୀ ଦଳଦ୍ୱାରା 1.9 କୋଟି [୧୩]ଟଙ୍କାରେ ଚୁକ୍ତିବଦ୍ଧ ହେଇଥିଲେ , ଜଡିବା ତାଙ୍କ ପାଇଁ ବେସ ମୂଲ୍ୟ ମାତ୍ର 10 ଲକ୍ଷ ଟଙ୍କା ନିର୍ଧାରିତ ହେଇଥିଲା ।

ଧୋନୀଙ୍କ ଉତ୍ତରାଧିକାରୀ ସମ୍ଭାବନା[ସମ୍ପାଦନା]

ଭାରତୀୟ ଜାତୀୟ ଦଳରେ ବହୁ ଦିନରୁ ୱିକେଟକିପର - ବେଟସମେନ ହିସାବରେ ଅପ୍ରତିଦ୍ୱନ୍ଦୀ ଭାବେ ରହିଥି9ବା ମହେନ୍ଦ୍ର ସିଂହ ଧୋନୀ ଟେଷ୍ଟ କ୍ରିକେଟରୁ ଅବସର ନେଇଯିବା ପରେ 2017 ମସିହାରେ ଏକଦିବସୀୟ ଓ ଟ20 ଅଧିନାଯକ ପଦ ମଧ୍ୟ ଛାଡିଲେଣି । ତେଣୁ ତାଙ୍କର ଉତ୍ତରାଧିକାରୀ ଭାବରେ ଜଣେ ବଳିଷ୍ଠ ବେଟସମେନ - ୱିକେଟ କିପରଙ୍କ ଖୋଜା ଚାଲିଥିବା ବେଳେ ରିଷଭ[୧୪]ଙ୍କ ପାଇଁ ସୁଯୋଗ ଆସିଛି । ଟେଷ୍ଟ ଦଳରେ ଋଦ୍ଧିମାନ ସାହା ଧୋନୀଙ୍କ ସ୍ଥାନରେ ବିକେତକିପର- ବେଟସମେନ ଭାବରେ ଖେଲୁଛନ୍ତି ।

ପୁନଶ୍ଚ ଦେଖଣା [ସମ୍ପାଦନା]

  • List of Ranji Trophy triple centuries

ଆଧାର [ସମ୍ପାଦନା]

  1. "Rishabh Pant". ESPN Cricinfo. Retrieved 25 October 2015.
  2. "Ranji Trophy, Group A: Delhi v Bengal at Delhi, Oct 22-25, 2015". ESPN Cricinfo. Retrieved 25 October 2015.
  3. "Vijay Hazare Trophy, 2nd Quarter-Final: Jharkhand v Delhi at Bangalore, Dec 23, 2015". ESPN Cricinfo. Retrieved 23 December 2015.
  4. "Ishan Kishan to lead India at U19 World Cup". ESPNCricinfo. Retrieved 22 December 2015.
  5. "Rishabh Pant slams fastest fifty in huge India win". ESPNcricinfo. Retrieved 1 February 2016.
  6. "Rishabh Pant powers India U-19 to semi-finals on his IPL 'Pay Day'". dna. 6 February 2016. Retrieved 7 February 2016.
  7. "Kohli takes over ODI and T20I captaincy". ESPN Cricinfo. Retrieved 6 January 2017.
  8. {{cite web}}: Empty citation (help)
  9. "Maharashtra take lead despite Pant's triple ton". ESPN Cricinfo. 16 October 2016. Retrieved 16 October 2016.
  10. First-class 10 16 1 1080 308 72.00 1049 102.95 4 3 114 53 30 1http://www.espncricinfo.com/india/content/player/931581.html
  11. "Rishabh Pant hits 48-ball hundred". ESPN Cricinfo. Retrieved 9 November 2016.
  12. "Ranji Trophy: Delhi v Jharkhand at Thumba, Nov 5-8, 2016". ESPN Cricinfo. Retrieved 9 November 2016.
  13. he was bought by Delhi Daredevils for INR 1.9 crores from a base price of Rs 10 lakhs.http://www.espncricinfo.com/india/content/player/931581.html
  14. His selection in the T20 team is an indication that he is being seriously looked at as Mahendra Singh Dhoni's successor in shorter formats as Wriddhiman Saha still remains India's first choice in Test matches.

ବାହାର ଲିଙ୍କ [ସମ୍ପାଦନା]