ରାସ ବିହାରୀ ଘୋଷ
Sir ରାସ ବିହାରୀ ଘୋଷ CSI CIE | |
|---|---|
| ଜନ୍ମ | ୨୩ ଡିସେମ୍ବର ୧୮୪୫ |
| ମୃତ୍ୟୁ | ୨୩ ଫେବୃଆରୀ ୧୯୨୧ (ବୟସ ୭୫) |
| ଶିକ୍ଷାନୁଷ୍ଠାନ | Burdwan Raj Collegiate School, Presidency College, Kolkata |
| ବୃତ୍ତି(ସମୂହ) | Politician, lawyer, social worker & philanthropist |
| s | National Council of Education |
| ଆନ୍ଦୋଳନ | Indian National Congress |
ରାସ ବିହାରୀ ଘୋଷ C.S.I., C.I.E. (୨୩ ଡିସେମ୍ବର ୧୮୪୫ – ୨୮ ଫେବୃଆରୀ ୧୯୨୧) ଜଣେ ଭାରତୀୟ ରାଜନେତା, ଆଇନଜୀବୀ ଏବଂ ସମାଜସେବୀ ଥିଲେ । ସେ ବିଶ୍ୱବିଦ୍ୟାଳୟରୁ ଉଚ୍ଚତମ ଉପାଧି ଲାଭ କରି ଶେଷରେ ଆଇନ୍ ବିଦ୍ୟାରେ ଉଚ୍ଚତମ ଉପାଧି ପାଇଥିଲେ । ସେ ଅନେକ ଗବେଷଣା ପୂର୍ଣ୍ଣ ଇଂରାଜୀ ଆଇନ୍ ପୁସ୍ତକର ପ୍ରଣେତା । ତତକାଳୀନ ଇଂରେଜ ସରକାର ତାଙ୍କୁ C. S. I. ଉପାଧି ପ୍ରଦାନ କରିଥିଲେ ଓ ଏ ବଙ୍ଗ ଦେଶରେ ବ୍ୟାବହାରିକ ଶିକ୍ଷାର ପ୍ରସାର ପାଇଁ ବହୁ ଅର୍ଥ ଦାନ କରିଥିଲେ ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ରାସ ବିହାରୀ ଘୋଷଙ୍କ ଜନ୍ମ ୨୩ ଡିସେମ୍ବର ୧୮୪୫ ରେ ଖଣ୍ଡଘୋଷ ଅଞ୍ଚଳର ଟର୍କୋଣା ଗାଁରେ ହୋଇଥିଲା । ତତକାଳୀନ ବଙ୍ଗପ୍ରେସିଡେନ୍ସିର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ବସବାସ କରୁଥିବା ଏକ କୁଳୀନ କାୟସ୍ଥ ପରିବାରରେ ତାଙ୍କରି ଜନ୍ମ । ସେ ବର୍ଦ୍ଧମାନ ରାଜ କଲେଜିଏଟ୍ ସ୍କୁଲ୍ ଓ କଲିକତାର ପ୍ରେସିଡେନ୍ସି କଲେଜରେ ଶିକ୍ଷା ଗ୍ରହଣ କଲେ । ଇଂରାଜୀ ବିଷୟର M.A. ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ । ୧୮୭୧ ମସିହାରେ ସେ ଆଇନ ପରୀକ୍ଷା ଗୌରବ ସହ ଉତ୍ତୀର୍ଣ୍ଣ ହୋଇଥିଲେ ଓ ୧୮୮୪ ରେ ଡ଼କ୍ଟରେଟ୍ (Doctor of Laws) ଡିଗ୍ରୀ ପ୍ରାପ୍ତ କରିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଘୋଷ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ହେଲେ ଓ ସେ ମଧ୍ୟମପନ୍ଥୀ ଶିବିରକୁ ସମର୍ଥନ କରୁଥିଲେ। ସେ ଉନ୍ନତି ଓ ପ୍ରଗତିରେ ଗଭୀର ଆସ୍ଥା ରଖୁଥିଲେ, କିନ୍ତୁ ଯେକୌଣସି ରୂପର ଉଗ୍ରପନ୍ଥୀ ବିଚାରଧାରାକୁ ବିରୋଧ କରୁଥିଲେ । ସେ ଦୁଇଥର କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ; ପ୍ରଥମେ ୧୯୦୭ ମସିହାର ସୁରତ ଅଧିବେଶନରେ (ଯେଉଁଠାରେ ଦାଦାଭାଇ ନଉରୋଜିଙ୍କୁ ଅନୁସରଣ କରି ସେ ଅଧ୍ୟକ୍ଷ ହେଲେ, ଏବଂ ଯେଉଁଠାରେ କଂଗ୍ରେସ ମଧ୍ୟମପନ୍ଥୀ ଓ ଉଗ୍ରପନ୍ଥୀ ଦଳରେ ବିଭାଜିତ ହୋଇଥିଲା) ଓ ତାହାପରେ ୧୯୦୮ ମସିହାରେ ମାଦ୍ରାସ ଅଧିବେଶନରେ ।
ଘୋଷ ୧୮୯୧–୯୪ ଓ ୧୯୦୬–୦୯ ମଧ୍ୟରେ ବଙ୍ଗ ଆଇନ ମଣ୍ଡଳ (Bengal Legislative Council) ଓ Council of India ର ସଦସ୍ୟ ଥିଲେ । ସେ ୧୮୯୬ ମସିହାରେ C.I.E. (Companion of the Order of the Indian Empire) ଓ ୧୯୦୯ ମସିହାରେ C.S.I. (Companion of the Order of the Star of India) ସମ୍ମାନ ପାଇଥିଲେ । ୧୯୧୫ ମସିହାରେ ସେ ନାଇଟହୁଡ୍ (Sir) ସମ୍ମାନରେ ସମ୍ମାନିତ ହୋଇଥିଲେ ଓ ସେହିବର୍ଷ ଜୁଲାଇ ୧୪ ତାରିଖରେ ତାହା ପ୍ରଦାନ ହୋଇଥିଲା ।
ଅବଦାନ ଓ ସମ୍ମାନ
[ସମ୍ପାଦନା]ସେ ନିଜ ଆଇନ ପେଶା ଦ୍ୱାରା ବିପୁଳ ସଂପଦ ଅର୍ଜନ କଲେ, କିନ୍ତୁ ତାହାର ଅଧିକାଂଶ ଅଂଶ ସେ ପରୋପକାର ଓ ଦାନଧର୍ମରେ ବ୍ୟୟ କଲେ। ସେ ୧୮୯୪ ମସିହାରେ ଟର୍କୋଣା ଜଗବନ୍ଧୁ ସ୍କୁଲ୍ ସ୍ଥାପନ କଲେ । ୧୯୧୩ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରେ ବିଜ୍ଞାନ ଅଧ୍ୟୟନ ପାଇଁ ଦଶ ଲକ୍ଷ ଟଙ୍କାର ଏକ ଟ୍ରଷ୍ଟ ସ୍ଥାପନ କଲେ । ଏହାସହିତ ସେ ଜାଦବପୁରରେ National Council of Education (NCE) ସ୍ଥାପନ ପାଇଁ ତେର ଲକ୍ଷ ଟଙ୍କା ଦାନ କଲେ, ଯାହା ପରବର୍ତ୍ତୀ ସମୟରେ ଯାଦବପୁର ବିଶ୍ୱବିଦ୍ୟାଳୟ ରୂପେ ପରିଣତ ହୋଇଲା । ସେ NCE ର ପ୍ରଥମ ଅଧ୍ୟକ୍ଷ ଥିଲେ।
ତାଙ୍କ ଆଦର୍ଶ ଅନୁସାରେ, ୨୦୧୦ ମସିହାରେ ଖଣ୍ଡଘୋଷ CD ବ୍ଲକ୍ ର ଉଖରିଦରେ “ସାର୍ ରାଶ ବିହାରୀ ଘୋଷ ମହାବିଦ୍ୟାଳୟ” ସ୍ଥାପିତ ହୋଇଥିଲା ।[୨] ସେ ନିଜ ଗାଁରେ ଅନେକ ସ୍କୁଲ୍ ଓ ହସ୍ପିଟାଲ୍ ମଧ୍ୟ ସ୍ଥାପନ କରିଥିଲେ । ସେ ଆଚାର୍ଯ୍ୟ ପ୍ରଫୁଲ୍ଲ ରାୟଙ୍କୁ Bengal Chemical and Pharmaceutical Works ସ୍ଥାପନ ପାଇଁ ପ୍ରାୟ ୩୩% ଅର୍ଥିକ ଖର୍ଚ୍ଚ ସହଯୋଗ ପ୍ରଦାନ କରିଥିଲେ।
ଘୋଷଙ୍କ ଅବଦାନ ପାଇଁ ସେ କଲିକତା ବିଶ୍ୱବିଦ୍ୟାଳୟରେ (୧୮୭୫–୭୬) Tagore Law Professorship ଓ ୧୮୮୪ ରେ ସେହି ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ D.L. ଡିଗ୍ରୀ ପାଇଥିଲେ।
କଲିକତାରେ ତାଙ୍କ ନାମରେ ରାସ୍ତା
[ସମ୍ପାଦନା]ଭାରତୀୟ ଜନତା ପାଇଁ ଘୋଷଙ୍କ ଅବଦାନକୁ ମନେ ରଖି କଲିକତାରେ ତାଙ୍କ ନାମରେ ଏକ ରାସ୍ତାର ନାମକରଣ ହୋଇଛି ।[୩] “ରାଶବିହାରୀ ଆଭେନ୍ୟୁ” (Rashbehari Avenue) ନାମକ ଏହି ରାସ୍ତା ଛେଟଲା–ସାହାନଗର ସେତୁ (ଶହିଦ ଜତିନ ଦାସ ସେତୁ) ଠାରୁ ଆରମ୍ଭ ହୋଇ ବାଲିଗଞ୍ଜ ଓ ଗରିଆହାଟ ପର୍ଯ୍ୟନ୍ତ ପ୍ରସାରିତ ହୋଇଛି ।
ଉତ୍ସର୍ଗ ଓ ସ୍ମୃତି
[ସମ୍ପାଦନା]ତାଙ୍କ ବର୍ଦ୍ଧମାନ ଜିଲ୍ଲାର ଘର ଏଯାବତ୍ ସଂରକ୍ଷିତ ରହିଛି ଓ ତାଙ୍କ ପରିବାର ସେଠି ଅବସ୍ଥାନ କରୁଛନ୍ତି । ତାଙ୍କ ଅନେକ ବଂଶଜ ଆଇନ ବୃତ୍ତିରେ ଯୋଗ ଦେଇଛନ୍ତି । ତାଙ୍କ ଜଣେ ଭାଇ ସାର୍ ବିପିନ ବିହାରୀ ଘୋଷ କଲିକତା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଥିଲେ।
ଆଧାର
[ସମ୍ପାଦନା]- ↑ Choudhury, Indrajit Roy (2024-03-16). "Rashbehari Ghosh: The Forgotten Flame of Bengal's Renaissance". Indrosphere (in ବ୍ରିଟିଶ୍ ଇଂରାଜୀ). Retrieved 2025-10-24.
- ↑ "Sir Rashbehari Ghosh Mahavidyalaya". srgm.org.in. Retrieved 2025-10-24.
- ↑ P Thankappan Nair, A History of Calcutta's Streets, Publisher: Calcutta: Firma KLM, 1987