ରାସୁନ୍ଦରୀ ଦେବୀ

ଉଇକିପିଡ଼ିଆ‌ରୁ
Rassundari Devi
ଜନ୍ମ ଓ ଜନ୍ମସ୍ଥାନ1810
Pabna
ମୃତ୍ୟୁ1900
ବୃତ୍ତିWriter
ଭାଷାBengali

ରାସୁନ୍ଦରୀ ଦେବୀ(ବଙ୍ଗଳା: রাসসুন্দরী দেবী)ଜଣେ ବଙ୍ଗାଳୀ ଲେଖିକା ଥିଲା । ସେ ଭାରତରେ ବଙ୍ଗାଳୀ ଭାଷା  ପ୍ରଥମ ପୂର୍ଣ ଆତ୍ମଜୀବନୀ[୧] ଲେଖିଥିବାର ଭାରତୀୟ ଭାବରେ ପରିଗଣିତ । ସେ ବଙ୍ଗାଳୀ ଭାଷାରେ ଜଣେ ସର୍ବପୁରାତନ ଲେଖିକା । 

ତାଙ୍କର ରଚିତ " ଆମର ଜୀବନ " ଆତ୍ମଜୀବନୀ 1876 ମସିହାରେ ପରିପ୍ରକାଶ ହେଇଥିଲା । ସେ ପ୍ରଥମ ଭାରତୀୟ ନାରୀ ଭାବରେ ଇତିହାସର ଗବେଷଣା କରିଥିଲେ । 

ଜୀବନୀ [ସମ୍ପାଦନା]

 ରାସୁନ୍ଦରୀ ଦେବୀ 1810 ମସିହାରେ ବଙ୍ଗର ପାବନା ନିକଟସ୍ଥ ପୋତାଜିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ବାଲ୍ୟକାଳରୁ ତାଙ୍କର ପିତାଙ୍କ ଦେହାନ୍ତ ହେଇଯାଇଥିବାରୁ ସେ ତାଙ୍କ  ମାଁଙ୍କଦ୍ୱାରା ପାଳିତ ହେଇଥିଲେ । ସେ ତାଙ୍କ ଘରେ ଚାଲୁଥିବା ମିଶନରୀ ସ୍କୁଲରେ କିଛି କାଳ ପଢ଼ିବା ପରେ ମାତ୍ର 12 ବର୍ଷ ବଯଶରେ ତାଙ୍କର ବିବାହ ହେଇଥିଲା । ସେ ରମାଦିଆ ଗ୍ରାମର ନୀଳମଣି ରାୟ[୨] ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରି 12ଟି ସନ୍ତାନ ସନ୍ତତିଙ୍କ ଜନନୀ ହେଇଥିଲେ । ସେ ମଧ୍ୟରୁ 7 ଜଣଙ୍କ ସ୍ୱଳ୍ପ ବଯଶରେ ମୃତ୍ୟୁ ଘଟିଥିଲା । ରାସୁନ୍ଦରୀ ଦେବୀ ବୈଷ୍ଣବ ଧର୍ମାବଲମ୍ବି ଥିଲେ ଓ ଧର୍ମଗ୍ରନ୍ଥ ପଠନରେ ଆଗ୍ରହ ଯୋଗୁଁ ସେ ନିଜେ ଚେଷ୍ଟା କରି ଅଧିକ ପଢ଼ିଥିଲେ । ତାଙ୍କ ସ୍ୱାମୀଙ୍କ 1868[୩] ମସିହାରେ ଦେହାନ୍ତ ଘଟିଥିଲା । ତାଙ୍କ ପୁତ୍ର କିଶୋରୀଲାଲ ସରକାର କଲିକତା ହାଇ କୋର୍ଟରେ ଜଣେ ଓକିଲ ଥିଲେ ଓ ଅନେକ ଉଲ୍ଲେଖନୀୟ ପୁସ୍ତକ [୪] ରଚନା କରିଥିଲେ ।ରାସୁନ୍ଦରୀ ଦେବୀଙ୍କ 1900 ମସିହାରେ ପରଲୋକ ଘଟିଥିଲା । 

ଲେଖାବଳି [ସମ୍ପାଦନା]

1867 ମସିହାରେ ରାସୁନ୍ଦରୀ ଦେବୀଙ୍କ ଆତ୍ମଜୀବନୀ " ଆମର ଜୀବନ" ପୁସ୍ତକ ପ୍ରକାଶିତ ହେଇଥିଲା । ଏହାକୁ ଜ୍ୟୋତିନ୍ଦ୍ରନାଥ ଠାକୁର " ଏକ ଚମତ୍କାର କଥାର ଧାରା " ବୋଲି ପ୍ରଶଂସା କରିଥିଲେ । ଦିନେଶ ଚନ୍ଦ୍ର ସେନ ଏହାକୁ " ବିଗତ ଦିନର ସରଳ ଗଦ୍ୟର ଏକ ବିଶାଳ ସଂକଳନ " [୫]ବୋଲି କହିଥିଲେ । ଏହି ପୁସ୍ତକ ହିନ୍ଦୀ ଭାଷାରେ " ମେରା ଜୀବନ " ପୁସ୍ତକ ଭାବରେରେ ଅନୁଦିତ ହେଇ ଖୁବ ଲୋକପ୍ରିୟତା ହାସଲ କରିଥିଲା । 

ଆଧାର [ସମ୍ପାଦନା]

  1. Deepa Bandopadhyay. "নারীর লেখা নারীর কথা". Archived from the original on 2015-05-19. Retrieved 2016-12-22.
  2. ফরিদ আহমেদ. "পিঞ্জরাবদ্ধ এক বিহঙ্গীর ডানা ঝাপটানোর গল্প।".
  3. Amin, Sonia (2003). "Dasi, Rassundari". In Jamal, Ahmed A. (ed.). Banglapedia: National Encyclopedia of Bangladesh (First ed.). Asiatic Society of Bangladesh. Archived from the original on 16 March 2008. {{cite book}}: Missing |editor1= (help)Missing |last1= in Editors list (help)
  4. Hindu system of moral science (1895, 3rd revised and enlarged ed. 1912), Hindu system of religious science and art, or the revelations of rationalism and emotionalism (1898), Hindu system of self-culture of the Patanjala Yoga Shastra (1902), Mimansa rules of interpretation as applied to Hindu law (1909), An introduction to the Hindu system of physics, being an exposition of Kanad-Sûtras relating to the subject (1911).
  5. Dinesh Chandra Sen. Vanga Sahitya Parichaya or Selections from the Bengali Literature: Volume II. Calcutta.