Jump to content

ରାମଚନ୍ଦ୍ର ପଣ୍ଡା

ଉଇକିପିଡ଼ିଆ‌ରୁ
(ରାମ ଚନ୍ଦ୍ର ପଣ୍ଡାରୁ ଲେଉଟି ଆସିଛି)
ରାମଚନ୍ଦ୍ର ପଣ୍ଡା
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦  ୨୦୦୪
ପୂର୍ବ ଅଧିକାରୀଦୈତାରୀ ବେହେରା
ପର ଅଧିକାରୀନାଗି ରେଡ୍ଡୀ ନାରାୟଣ ରେଡ୍ଡୀ
ନିର୍ବାଚନ ମଣ୍ଡଳୀଛତ୍ରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1949-06-15) ୧୫ ଜୁନ ୧୯୪୯ (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜନତା ପାର୍ଟି
ଜୀବନ ସାଥୀସୁଷମା ପଣ୍ଡା
ବାପା/ବୋଉଗୋବିନ୍ଦ ପଣ୍ଡା (ବାପା)
ବୃତ୍ତିରାଜନୀତିଜ୍ଞ

ରାମଚନ୍ଦ୍ର ପଣ୍ଡା (ଜନ୍ମ: ୧୬ ଜୁନ ୧୯୪୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ ପରିବାର ଓ ଶିକ୍ଷା

[ସମ୍ପାଦନା]

ରାମଚନ୍ଦ୍ର ପଣ୍ଡା ୧୯୪୯ ମସିହାର ଜୁନ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋବିନ୍ଦ ପଣ୍ଡା ଓ ପତ୍ନୀଙ୍କ ନାମ ସୁଷମା ପଣ୍ଡା ।[]

ରାଜନୈତିକ ଜୀବନ

[ସମ୍ପାଦନା]

ରାମଚନ୍ଦ୍ର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟ କରୁଥିଲେ ଏବଂ ୨୦୧୭ ମସିହାରେ ବିଜେଡିରେ ଯୋଗ ଦେଇଥିଲେ ।[] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଚନ୍ତି ।[] ରାମଚନ୍ଦ୍ର ନବୀନ ପଟ୍ଟନାୟକଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳରେ ଉପ-ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[]

  1. 1 2 "Shri Rama Chandra Panda". odishaassembly.nic.in. Odisha Assembly. Retrieved 14 December 2020.
  2. 1 2 "ବିଜେଡିରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା". Kanak News. kanaknews.com. 12 January 2017. Archived from the original on 14 December 2020. Retrieved 14 December 2020.