Jump to content

ରାମଚରଣ (ଗୁରୁ)

ଉଇକିପିଡ଼ିଆ‌ରୁ
ଗୁରୁ ରାମଚରଣ
ଧର୍ମHinduism
ବ୍ୟକ୍ତିଗତ
ଜାତୀୟତାIndian
ଜନ୍ମRam Krishna Vijayvargiya
24 February 1720
Soda Village, Tonk District, Mewar, India
ମୃତ୍ୟୁ1799
Shahpura, Bhilwara, Rajasthan, India
ସମାଧିShahpura, Bhilwara, Rajasthan
25.620253 N,74.92153 E
Senior posting
ଉପାଧିFounder-acharya of the Ramdwara, H.Q. Shahpura
ପୂର୍ବKripa Ram
ଧାର୍ମିକ ବୃତ୍ତି
PostGuru, Sannyasi, Acharya
ୱେବସାଇଟ

ଗୁରୁ ରାମଚରଣ (ହିନ୍ଦୀ: राम चारण) (1720–1799[][])) ଜଣେ ରାଜସ୍ଥାନୀ ହିନ୍ଦୁ ଗୁରୁ, ଯିଏ “ରାମସ୍ନେହୀ ସମ୍ପ୍ରଦାୟ” ନାମକ ଧାର୍ମିକ ପରମ୍ପରାର ପ୍ରେରକ ଥିଲେ । ସେ ନିର୍ଗୁଣ ଭକ୍ତିର ପ୍ରଚାର ଓ ବ୍ୟାଖ୍ୟା କଲେ, ଯଦିଓ ସେ ସଗୁଣ ଭକ୍ତିଙ୍କ ବିରୋଧୀ ନ ଥିଲେ । ସେ ହିନ୍ଦୁ ଧର୍ମରେ ଚାଲିଥିବା ଅଯଥା ଆଡମ୍ବର, ଅନ୍ଧଶ୍ରଦ୍ଧା, ଏବଂ ଭ୍ରମାତ୍ମକ ଆଚରଣକୁ ଦୂର କରିବାକୁ ପ୍ରୟାସ କଲେ । ଆଡମ୍ବରକୁ ଏଡ଼ାଇବା ପାଇଁ ସେ ଭଗବାନଙ୍କ ଠାରୁ ତାଙ୍କ ନାମ ‘ରାମ’ କୁ ଅଧିକ ପୂଜା କରିବାକୁ ପସନ୍ଦ କରୁଥିଲେ ।

Vaaniold

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ରାମଚରଣଙ୍କ ଜନ୍ମ ୨୪ ଫେବୃଆରୀ ୧୭୨୦ (ବିକ୍ରମ ସମ୍ବତ ୧୭୭୬ ମାଘ ଶୁକ୍ଳ ଚତୁର୍ଦ୍ଦଶୀ) ରେ ରାଜସ୍ଥାନର ଟୋଙ୍କ ଜିଲ୍ଲାର ମାଲପୁରା ତହସିଲର ସୋଧା ଗ୍ରାମରେ ବିଜୟବର୍ଗୀୟ (ୱୈଶ୍ୟ) ପରିବାରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ବଖତରାମ ବିଜୟବର୍ଗୀୟ ଏବଂ ମାତାଙ୍କ ନାମ ଦେଵହୁତି ଦେବୀ । ତାଙ୍କ ପିତାମାତା ମାଲପୁରା ନିକଟସ୍ଥ ବନବାରା ଗ୍ରାମରେ ବସବାସ କରୁଥିଲେ । ରାମଚରଣଙ୍କ ଶୈଶବ ନାମ "ରାମ କିଶନ" ଥିଲା ।[] ରାମଚରଣ ଗୁଲାବ କାନ୍ୱରଙ୍କ ସହିତ ବିବାହ କରିଥିଲେ ଏବଂ ବିବାହ ପରେ ପଟୱାରୀ ହୋଇଥିଲେ । କିଛି ସମୟ ପରେ ଜୟପୁରର ରାଜା (ଆମ୍ବେର, ଭାରତ) ଜୟ ସିଂହ ଦ୍ୱିତୀୟ ତାଙ୍କୁ ମାଲପୁରା ଶାଖାର ଜୟପୁର ଦିୱାନ ହେବାକୁ ପ୍ରସ୍ତାବ ଦେଇଥିଲେ ।

ଆଧ୍ୟାତ୍ମିକ ଜୀବନ

[ସମ୍ପାଦନା]

ରାମଚରଣ ୧୭୪୩ ଖ୍ରୀଷ୍ଟାବ୍ଦରେ ପିତାଙ୍କ ମୃତ୍ୟୁ ପରେ ଧୀରେ ଧୀର୍ରେ ସଂସାରିକ ଜୀବନରୁ ଅନାସକ୍ତ ହେବାକୁ ଲାଗିଲେ । ଦିନେ ସେ ତାଙ୍କ ଭାଗ୍ୟ ବିଷୟରେ ଭୃଙ୍ଗୀ ସନ୍ତଙ୍କ ଭବିଷ୍ୟବାଣୀ ବିଷୟରେ ଜାଣିଲେ । ସେହି ରାତିରେ ସେ ସ୍ୱପ୍ନରେ ଦେଖିଲେ ଯେ ଜଣେ ସନ୍ଥ ତାଙ୍କୁ ନଦୀରେ ବୁଡିଯିବାରୁ ବଞ୍ଚାଇଥିଲେ ।[] ପରବର୍ତ୍ତୀ ଦିନ ସେ ପରିବାରର ପରୋକ୍ଷ ଅନୁମତି ପାଇ ନିଜ ଘର ଛାଡି ଭଗବାନଙ୍କ ଖୋଜରେ ଏବଂ ଶ୍ରେଷ୍ଠ ଆଧ୍ୟାତ୍ମିକ ଗୁରୁଙ୍କ ସନ୍ଧାନରେ ୧୮୦୮ ବିକ୍ରମ ସମ୍ବତରେ ଯାତ୍ରା ଆରମ୍ଭ କଲେ । ଅନେକଙ୍କ ମତାନୁସାରେ ସେ ଘର ଛାଡିବା ସମୟରେ ତାଙ୍କ ସ୍ତ୍ରୀ ଓ ଏକ ଝିଅକୁ ପଛେ ଛାଡ଼ି ଯାଇଥିଲେ । ସେ ଦକ୍ଷିଣ ଦିଗକୁ ଭ୍ରମଣ ଆରମ୍ଭ କଲେ, ନିଜ ସ୍ୱପ୍ନରେ ଦେଖିଥିବା ସନ୍ଥ ବିଷୟରେ ଲୋକମାନଙ୍କୁ ପଚାରିଥିଲେ, ସେହି ସନ୍ଥ କେମିତି ଦେଖାଯାଏ ବର୍ଣ୍ଣନା କରିଥିଲେ। ଶେଷରେ ସେ ଶାହପୁରା (ଭୀଲୱାରା, ରାଜସ୍ଥାନ) ନିକଟସ୍ଥ ଦାନ୍ତରା ଗ୍ରାମରେ “କୃପାରାମ” ସନ୍ଥଙ୍କୁ ଖୋଜି ପାଇଲେ । ସେ କୃପାରାମ ମହାରାଜଙ୍କ ଶିଷ୍ୟ ହେଲେ ଏବଂ ତାଙ୍କ ଅନୁଗତ ହୋଇ ରହିଲେ । ନା ବର୍ଷ ଧରି ସେ କୃପାରାମଙ୍କ ନିର୍ଦ୍ଦେଶରେ ତପସ୍ୟା କଲେ । କୃପାରାମ ଜଣେ ସନ୍ତଦାସଙ୍କ ଶିଷ୍ୟ ଥିଲେ । ଏହି ନା ବର୍ଷ ମଧ୍ୟରେ ରାମଚରଣ ଅନେକ ଚମତ୍କାର କାମ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଲୋକମାନେ ଏବଂ “ରାମ ସ୍ନେହୀ ସମ୍ପ୍ରଦାୟ”ରେ ପ୍ରସିଦ୍ଧ । ସେ ତାଙ୍କ ବିଶିଷ୍ଟ ନିର୍ଗୁଣ ଭକ୍ତି ପାଇଁ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲେ । ସେ ଅନେକ ସ୍ଥାନ ଗମନ କରି ନିଜ ଅନୁଭବ ବ୍ୟାଖ୍ୟା କରୁଥିଲେ ଏବଂ ଲୋକମାନଙ୍କୁ ଆଡମ୍ବର, ଅନ୍ଧଶ୍ରଦ୍ଧା, ପାଖଣ୍ଡ ଏବଂ ଭ୍ରମକର ଶିକ୍ଷାକୁ ପରିହାର କରିବାକୁ ପରାମର୍ଶ ଦେଉଥିଲେ । ସେ 1817 (ବିକ୍ରମ ସମ୍ବତ)ରେ ଭୀଲୱାରାକୁ ଆସି "ମିଆ ଚାନ୍ଦଙ୍କ ବାଉରୀ" (ଏକ ପ୍ରାଚୀନ ପୋଖରୀ/ପଦକୁଆ) ନାମକ ଏକାନ୍ତ ସ୍ଥାନକୁ ତପସ୍ୟା ପାଇଁ ଚୟନ କଲେ । ଏହି ସମୟରେ ସେ ତପସ୍ୟାର ଶୀର୍ଷ ସ୍ତରକୁ ପହଞ୍ଚି ନିର୍ବାଣ ପଥରେ ଅଗ୍ରସର ହେଉଥିଲେ ।

ସମାଜ ସଂସ୍କାରକ

[ସମ୍ପାଦନା]

ରାମଚରଣ ତାଙ୍କ ସମୟରେ ପ୍ରଚଳିତ ଅନ୍ଧଭକ୍ତିପୂର୍ଣ୍ଣ ମୂର୍ତ୍ତିପୂଜାର ବିପକ୍ଷ ଥିଲେ। ତାଙ୍କ ଦର୍ଶନ ଥିଲା—ଆମେ ଭଗବାନଙ୍କୁ ଭଲପାଇବା ଉଚିତ, ଅଯଥା ଆଡମ୍ବର ସୃଷ୍ଟି କରିବା ନୁହେଁ । ସେ ଲୋକମାନଙ୍କୁ ଶିଖାଇଥିଲେ ଯେ ସମସ୍ତଙ୍କୁ ସମାନଭାବେ ବ୍ୟବହାର କରିବା ଉଚିତ—ରାଜା ହେଉ କି ଏକ ଗରିବ ମଣିଷ । ସେ ଏହା ମଧ୍ୟ କହିଥିଲେ ଯେ ଜାତି ବା ଧର୍ମର ଆଧାରରେ କୌଣସି ପ୍ରକାରର ଭେଦଭାବ କରିବା ଉଚିତ ନୁହେଁ ।[] ରାମଚରଣ ମହାରାଜ ଏହି କଥାରେ ମଧ୍ୟ ଜୋର ଦେଇଥିଲେ ଯେ ଭଗବାନଙ୍କୁ ଖୋଜିବା ପାଇଁ ସ୍ଥାନେସ୍ଥାନେ ଭ୍ରମଣ କରିବା ଦରକାର ନାହିଁ; ବରଂ ମଣିଷ ନିଜ ମନରେ ଭଗବାନଙ୍କୁ ଖୋଜିବା ଉଚିତ । ତାଙ୍କ ଅନୁସାରେ, ନିଜ ଗୁରୁଙ୍କଠାରୁ ଯଥାଯଥ ପରାମର୍ଶ ଓ ଆବଶ୍ୟକ ପଥଦର୍ଶନ ପାଇ ସ୍ୱଗୃହରେ ବସି ଆଧ୍ୟାତ୍ମିକ ସାଧନା କରିବା ହିଁ ପର୍ଯ୍ୟାପ୍ତ ।

ମୃତ୍ୟୁ

[ସମ୍ପାଦନା]

ରାମଚରଣଙ୍କ ମୃତ୍ୟୁ ୧୭୯୯ ଖ୍ରୀଷ୍ଟାବ୍ଦରେ (ବିକ୍ରମ ସମ୍ବତ ୧୮୫୫ ବୈଶାଖ କୃଷ୍ଣ ପଞ୍ଚମୀ) ରେ ଘଟିଥିଲା ।

  1. Śukla, Dineśa Candra (1992). Spiritual Heritage of Rajasthan (in ଇଂରାଜୀ). Books Treasure.
  2. "LakshyaRamjiMaharaj_Preface.pdf". Google Docs. Retrieved 2023-09-04.
  3. "LakshyaRamjiMaharaj_Preface.pdf". Google Docs. Retrieved 2025-11-15.
  4. 1 2 Sir James MacNabb Campbell, Reginald Edward Enthoven (1879). Gazetteer of the Bombay Presidency ... (in English). unknown library. Govt. Central Press.{{cite book}}: CS1 maint: unrecognized language (link)