ରାମଚରଣ (ଗୁରୁ)
| ଗୁରୁ ରାମଚରଣ | |
|---|---|
| ଧର୍ମ | Hinduism |
| ବ୍ୟକ୍ତିଗତ | |
| ଜାତୀୟତା | Indian |
| ଜନ୍ମ | Ram Krishna Vijayvargiya 24 February 1720 Soda Village, Tonk District, Mewar, India |
| ମୃତ୍ୟୁ | 1799 Shahpura, Bhilwara, Rajasthan, India |
| ସମାଧି | Shahpura, Bhilwara, Rajasthan 25.620253 N,74.92153 E |
| Senior posting | |
| ଉପାଧି | Founder-acharya of the Ramdwara, H.Q. Shahpura |
| ପୂର୍ବ | Kripa Ram |
| ଧାର୍ମିକ ବୃତ୍ତି | |
| Post | Guru, Sannyasi, Acharya |
| ୱେବସାଇଟ | |
ଗୁରୁ ରାମଚରଣ (ହିନ୍ଦୀ: राम चारण) (1720–1799[୧][୨])) ଜଣେ ରାଜସ୍ଥାନୀ ହିନ୍ଦୁ ଗୁରୁ, ଯିଏ “ରାମସ୍ନେହୀ ସମ୍ପ୍ରଦାୟ” ନାମକ ଧାର୍ମିକ ପରମ୍ପରାର ପ୍ରେରକ ଥିଲେ । ସେ ନିର୍ଗୁଣ ଭକ୍ତିର ପ୍ରଚାର ଓ ବ୍ୟାଖ୍ୟା କଲେ, ଯଦିଓ ସେ ସଗୁଣ ଭକ୍ତିଙ୍କ ବିରୋଧୀ ନ ଥିଲେ । ସେ ହିନ୍ଦୁ ଧର୍ମରେ ଚାଲିଥିବା ଅଯଥା ଆଡମ୍ବର, ଅନ୍ଧଶ୍ରଦ୍ଧା, ଏବଂ ଭ୍ରମାତ୍ମକ ଆଚରଣକୁ ଦୂର କରିବାକୁ ପ୍ରୟାସ କଲେ । ଆଡମ୍ବରକୁ ଏଡ଼ାଇବା ପାଇଁ ସେ ଭଗବାନଙ୍କ ଠାରୁ ତାଙ୍କ ନାମ ‘ରାମ’ କୁ ଅଧିକ ପୂଜା କରିବାକୁ ପସନ୍ଦ କରୁଥିଲେ ।

ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ରାମଚରଣଙ୍କ ଜନ୍ମ ୨୪ ଫେବୃଆରୀ ୧୭୨୦ (ବିକ୍ରମ ସମ୍ବତ ୧୭୭୬ ମାଘ ଶୁକ୍ଳ ଚତୁର୍ଦ୍ଦଶୀ) ରେ ରାଜସ୍ଥାନର ଟୋଙ୍କ ଜିଲ୍ଲାର ମାଲପୁରା ତହସିଲର ସୋଧା ଗ୍ରାମରେ ବିଜୟବର୍ଗୀୟ (ୱୈଶ୍ୟ) ପରିବାରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ବଖତରାମ ବିଜୟବର୍ଗୀୟ ଏବଂ ମାତାଙ୍କ ନାମ ଦେଵହୁତି ଦେବୀ । ତାଙ୍କ ପିତାମାତା ମାଲପୁରା ନିକଟସ୍ଥ ବନବାରା ଗ୍ରାମରେ ବସବାସ କରୁଥିଲେ । ରାମଚରଣଙ୍କ ଶୈଶବ ନାମ "ରାମ କିଶନ" ଥିଲା ।[୩] ରାମଚରଣ ଗୁଲାବ କାନ୍ୱରଙ୍କ ସହିତ ବିବାହ କରିଥିଲେ ଏବଂ ବିବାହ ପରେ ପଟୱାରୀ ହୋଇଥିଲେ । କିଛି ସମୟ ପରେ ଜୟପୁରର ରାଜା (ଆମ୍ବେର, ଭାରତ) ଜୟ ସିଂହ ଦ୍ୱିତୀୟ ତାଙ୍କୁ ମାଲପୁରା ଶାଖାର ଜୟପୁର ଦିୱାନ ହେବାକୁ ପ୍ରସ୍ତାବ ଦେଇଥିଲେ ।
ଆଧ୍ୟାତ୍ମିକ ଜୀବନ
[ସମ୍ପାଦନା]ରାମଚରଣ ୧୭୪୩ ଖ୍ରୀଷ୍ଟାବ୍ଦରେ ପିତାଙ୍କ ମୃତ୍ୟୁ ପରେ ଧୀରେ ଧୀର୍ରେ ସଂସାରିକ ଜୀବନରୁ ଅନାସକ୍ତ ହେବାକୁ ଲାଗିଲେ । ଦିନେ ସେ ତାଙ୍କ ଭାଗ୍ୟ ବିଷୟରେ ଭୃଙ୍ଗୀ ସନ୍ତଙ୍କ ଭବିଷ୍ୟବାଣୀ ବିଷୟରେ ଜାଣିଲେ । ସେହି ରାତିରେ ସେ ସ୍ୱପ୍ନରେ ଦେଖିଲେ ଯେ ଜଣେ ସନ୍ଥ ତାଙ୍କୁ ନଦୀରେ ବୁଡିଯିବାରୁ ବଞ୍ଚାଇଥିଲେ ।[୪] ପରବର୍ତ୍ତୀ ଦିନ ସେ ପରିବାରର ପରୋକ୍ଷ ଅନୁମତି ପାଇ ନିଜ ଘର ଛାଡି ଭଗବାନଙ୍କ ଖୋଜରେ ଏବଂ ଶ୍ରେଷ୍ଠ ଆଧ୍ୟାତ୍ମିକ ଗୁରୁଙ୍କ ସନ୍ଧାନରେ ୧୮୦୮ ବିକ୍ରମ ସମ୍ବତରେ ଯାତ୍ରା ଆରମ୍ଭ କଲେ । ଅନେକଙ୍କ ମତାନୁସାରେ ସେ ଘର ଛାଡିବା ସମୟରେ ତାଙ୍କ ସ୍ତ୍ରୀ ଓ ଏକ ଝିଅକୁ ପଛେ ଛାଡ଼ି ଯାଇଥିଲେ । ସେ ଦକ୍ଷିଣ ଦିଗକୁ ଭ୍ରମଣ ଆରମ୍ଭ କଲେ, ନିଜ ସ୍ୱପ୍ନରେ ଦେଖିଥିବା ସନ୍ଥ ବିଷୟରେ ଲୋକମାନଙ୍କୁ ପଚାରିଥିଲେ, ସେହି ସନ୍ଥ କେମିତି ଦେଖାଯାଏ ବର୍ଣ୍ଣନା କରିଥିଲେ। ଶେଷରେ ସେ ଶାହପୁରା (ଭୀଲୱାରା, ରାଜସ୍ଥାନ) ନିକଟସ୍ଥ ଦାନ୍ତରା ଗ୍ରାମରେ “କୃପାରାମ” ସନ୍ଥଙ୍କୁ ଖୋଜି ପାଇଲେ । ସେ କୃପାରାମ ମହାରାଜଙ୍କ ଶିଷ୍ୟ ହେଲେ ଏବଂ ତାଙ୍କ ଅନୁଗତ ହୋଇ ରହିଲେ । ନା ବର୍ଷ ଧରି ସେ କୃପାରାମଙ୍କ ନିର୍ଦ୍ଦେଶରେ ତପସ୍ୟା କଲେ । କୃପାରାମ ଜଣେ ସନ୍ତଦାସଙ୍କ ଶିଷ୍ୟ ଥିଲେ । ଏହି ନା ବର୍ଷ ମଧ୍ୟରେ ରାମଚରଣ ଅନେକ ଚମତ୍କାର କାମ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଲୋକମାନେ ଏବଂ “ରାମ ସ୍ନେହୀ ସମ୍ପ୍ରଦାୟ”ରେ ପ୍ରସିଦ୍ଧ । ସେ ତାଙ୍କ ବିଶିଷ୍ଟ ନିର୍ଗୁଣ ଭକ୍ତି ପାଇଁ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲେ । ସେ ଅନେକ ସ୍ଥାନ ଗମନ କରି ନିଜ ଅନୁଭବ ବ୍ୟାଖ୍ୟା କରୁଥିଲେ ଏବଂ ଲୋକମାନଙ୍କୁ ଆଡମ୍ବର, ଅନ୍ଧଶ୍ରଦ୍ଧା, ପାଖଣ୍ଡ ଏବଂ ଭ୍ରମକର ଶିକ୍ଷାକୁ ପରିହାର କରିବାକୁ ପରାମର୍ଶ ଦେଉଥିଲେ । ସେ 1817 (ବିକ୍ରମ ସମ୍ବତ)ରେ ଭୀଲୱାରାକୁ ଆସି "ମିଆ ଚାନ୍ଦଙ୍କ ବାଉରୀ" (ଏକ ପ୍ରାଚୀନ ପୋଖରୀ/ପଦକୁଆ) ନାମକ ଏକାନ୍ତ ସ୍ଥାନକୁ ତପସ୍ୟା ପାଇଁ ଚୟନ କଲେ । ଏହି ସମୟରେ ସେ ତପସ୍ୟାର ଶୀର୍ଷ ସ୍ତରକୁ ପହଞ୍ଚି ନିର୍ବାଣ ପଥରେ ଅଗ୍ରସର ହେଉଥିଲେ ।
ସମାଜ ସଂସ୍କାରକ
[ସମ୍ପାଦନା]ରାମଚରଣ ତାଙ୍କ ସମୟରେ ପ୍ରଚଳିତ ଅନ୍ଧଭକ୍ତିପୂର୍ଣ୍ଣ ମୂର୍ତ୍ତିପୂଜାର ବିପକ୍ଷ ଥିଲେ। ତାଙ୍କ ଦର୍ଶନ ଥିଲା—ଆମେ ଭଗବାନଙ୍କୁ ଭଲପାଇବା ଉଚିତ, ଅଯଥା ଆଡମ୍ବର ସୃଷ୍ଟି କରିବା ନୁହେଁ । ସେ ଲୋକମାନଙ୍କୁ ଶିଖାଇଥିଲେ ଯେ ସମସ୍ତଙ୍କୁ ସମାନଭାବେ ବ୍ୟବହାର କରିବା ଉଚିତ—ରାଜା ହେଉ କି ଏକ ଗରିବ ମଣିଷ । ସେ ଏହା ମଧ୍ୟ କହିଥିଲେ ଯେ ଜାତି ବା ଧର୍ମର ଆଧାରରେ କୌଣସି ପ୍ରକାରର ଭେଦଭାବ କରିବା ଉଚିତ ନୁହେଁ ।[୪] ରାମଚରଣ ମହାରାଜ ଏହି କଥାରେ ମଧ୍ୟ ଜୋର ଦେଇଥିଲେ ଯେ ଭଗବାନଙ୍କୁ ଖୋଜିବା ପାଇଁ ସ୍ଥାନେସ୍ଥାନେ ଭ୍ରମଣ କରିବା ଦରକାର ନାହିଁ; ବରଂ ମଣିଷ ନିଜ ମନରେ ଭଗବାନଙ୍କୁ ଖୋଜିବା ଉଚିତ । ତାଙ୍କ ଅନୁସାରେ, ନିଜ ଗୁରୁଙ୍କଠାରୁ ଯଥାଯଥ ପରାମର୍ଶ ଓ ଆବଶ୍ୟକ ପଥଦର୍ଶନ ପାଇ ସ୍ୱଗୃହରେ ବସି ଆଧ୍ୟାତ୍ମିକ ସାଧନା କରିବା ହିଁ ପର୍ଯ୍ୟାପ୍ତ ।
ମୃତ୍ୟୁ
[ସମ୍ପାଦନା]ରାମଚରଣଙ୍କ ମୃତ୍ୟୁ ୧୭୯୯ ଖ୍ରୀଷ୍ଟାବ୍ଦରେ (ବିକ୍ରମ ସମ୍ବତ ୧୮୫୫ ବୈଶାଖ କୃଷ୍ଣ ପଞ୍ଚମୀ) ରେ ଘଟିଥିଲା ।
ଆଧାର
[ସମ୍ପାଦନା]- ↑ Śukla, Dineśa Candra (1992). Spiritual Heritage of Rajasthan (in ଇଂରାଜୀ). Books Treasure.
- ↑ "LakshyaRamjiMaharaj_Preface.pdf". Google Docs. Retrieved 2023-09-04.
- ↑ "LakshyaRamjiMaharaj_Preface.pdf". Google Docs. Retrieved 2025-11-15.
- 1 2 Sir James MacNabb Campbell, Reginald Edward Enthoven (1879). Gazetteer of the Bombay Presidency ... (in English). unknown library. Govt. Central Press.
{{cite book}}: CS1 maint: unrecognized language (link)
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |