ରାମଚନ୍ଦ୍ର ମିଶ୍ର (ନାଟ୍ୟକାର, ୧୯୪୦ ଜନ୍ମିତ)
ରାମଚନ୍ଦ୍ର ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଶୁକଳଗାଡିଆ, ନୟାଗଡ | ୯ ଫେବୃଆରୀ ୧୯୪୦
ବୃତ୍ତି | ଅଧ୍ୟାପକ,ନାଟ୍ୟକାର |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଏକାନ୍ତ ନିଜସ୍ୱ |
ପୁରସ୍କାର | ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୭) |
ରାମଚନ୍ଦ୍ର ମିଶ୍ର (ଜନ୍ମ: ୯ ଫେବୃଆରୀ ୧୯୪୦) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅଧ୍ୟାପକ ତଥା ନାଟ୍ୟକାର । ସେ ୨୦୦୭ ମସିହାରେ ଏକାନ୍ତ ନିଜସ୍ୱ ପାଇଁ ନାଟକ ଓ ଏକାଙ୍କିକା ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧][୨]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ରାମଚନ୍ଦ୍ର ନୟାଗଡ଼ ଜିଲ୍ଲାର ଶୁକଳଗାଡ଼ିଆଠାରେ ୧୯୪୦ ମସିହା ଫେବୃଆରୀ ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୭୦ ପରବର୍ତ୍ତୀ ଓଡ଼ିଆ ନାଟ୍ୟ ଆନ୍ଦୋଳନର ପ୍ରମୁଖ ମହାରଥି ଭାବେ ସୁପରିଚିତ ରାମଚନ୍ଦ୍ର ବୃତ୍ତିରେ ଅଧ୍ୟାପକ । ରେଭେନସାରୁ ଗଣିତ ଶାସ୍ତ୍ରରେ ସ୍ନାତକୋତ୍ତର ଉପାଧି ପ୍ରାପ୍ତ ହୋଇ ସେ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରୁ ଅଧ୍ୟାପକ ଭିବେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଶେଷରେ ୨୦୦୦ ମସିହାରେ ବି.ଏସ୍ ମହାବିଦ୍ୟାଳୟ, ଦଶପଲ୍ଲାରୁ ଅଧ୍ୟକ୍ଷ ରୂପେ ଅବସର ନେଇଥିଲେ । ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ସେ ମଞ୍ଚନାଟକ, ଏକାଙ୍କିକା, ବେତାର ନାଟକ ଓ ଦୂରଦର୍ଶନ ଧାରାବାହିକ କାହାଣୀ ରଚନା କରି ଆସିଛନ୍ତି । ସାମାଜିକ ବାସ୍ତବତା ହିଁ ତାଙ୍କ ନାଟକ ଓ ଏକାଙ୍କିକାର ପ୍ରଧାନ ସ୍ବର । ଶୈଳୀ, ପାତ୍ର ଚୟନ, ସଂଳାପ, କାହାଣୀ ସଂରଚନା ଦୃଷ୍ଟିରୁ ତାଙ୍କର ପ୍ରତ୍ୟେକଟି ନାଟକ ସ୍ବତନ୍ତ୍ର । ୪୦ରୁ ଉର୍ଦ୍ଧ୍ବ ଏକାଙ୍କିକା ଅନେକ ମଞ୍ଚରେ ଅଭିନୀତ ହେବା ସହ ପତ୍ରପତ୍ରିକାରେ ପ୍ରକାଶିତ । ୧୯୮୦ ମସିହାରେ ଆୟୋଜିତ ଓଡ଼ିଶା ସଂଗୀତ ଏକାଡେମୀ ଆନ୍ତଃ ମହାବିଦ୍ୟାଳୟ ନାଟକ ପ୍ରତିଯୋଗିତାରେ 'ଉପତ୍ୟକାର ହସ' ନାଟକ ପାଇଁ ଶ୍ରେଷ୍ଠ ନାଟ୍ୟକାର ଭାବେ ପୁରସ୍କୃତ ହୋଇଛନ୍ତି । ପୁଣି ଉକ୍ତ ନାଟକଟି ଶ୍ରେଷ୍ଠ ନିର୍ଦ୍ଦେଶନା ଓ ଶ୍ରେଷ୍ଠ ପରିବେଷଣ ପାଇଁ ମଧ୍ୟ ପୁରସ୍କୃତ ।[୩]
ରଚନାବଳୀ
[ସମ୍ପାଦନା]ନାଟକ
[ସମ୍ପାଦନା]- ଉପତ୍ୟକାର ହସ ୧୯୭୮
- ଏକ ସୂର୍ଯ୍ୟ ଅନେକ ପୃଥିବୀ ୧୯୮୦
- ଏକାନ୍ତ ନିଜସ୍ବ ୧୯୮୨
- ମରୁ ମନ୍ଥନ ୧୯୮୦
- ବାଲ୍ମିକୀ ଉବାଚ ୧୯୮୩
- ଅନେକ ଛାଇ ଅସରନ୍ତି ଅନ୍ଧାର ୧୯୭୯
- ଶୋଣିତ ସ୍ବାକ୍ଷର ୧୯୭୬
- ନାୟିକାର ନାଁ ଲୁସି ୧୯୮୪
- ଆମେ ଅକିଞ୍ଚନ ୧୯୮୪
- ମହିଷାସୁରର ଆତ୍ମହତ୍ୟା ୧୯୯୭
- ଏମିତି ଚାଲିଛି ୧୯୯୫
- ବାପା ୨୦୦୬
- ମେଳା
- କଡିମା
- ପୁନଶ୍ଚ ଆଲୋକ
- ବଂଶବକ୍ଷ
ଏକାଙ୍କିକା
[ସମ୍ପାଦନା]- ଗାନ୍ଧାରୀର ଅଶ୍ରୁ
- ଏକ ଦୁଇ ତିନି
- ପାଲଟା ବାଘ
- ଦ୍ୱିତୀୟ ପୃଥିବୀର ସ୍ବର
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ୨୦୦୭: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନାଟକ ଓ ଏକାଙ୍କିକା ବିଭାଗରେ ଏକାନ୍ତ ନିଜସ୍ୱ ପାଇଁ
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2019-09-23. Retrieved 2025-01-17.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2019-09-23. Retrieved 2025-01-17.
{{cite web}}
: Cite has empty unknown parameter:|1=
(help) - ↑ ମହାପାତ୍ର, ପ୍ରେମାନନ୍ଦ (୨୦୨୧). ନୟାଗଡ଼ ଇତିହାସ. କଟକ: ସତ୍ୟନାରାୟଣ ବୁକ୍ ଷ୍ଟୋର୍. pp. ୩୩୨, ୪୯୫. ISBN 81-8118-364-9.