ରାଧେ ମା

ଉଇକିପିଡ଼ିଆ‌ରୁ

ରାଧେ ମା ମହାରାଷ୍ଟ୍ରର ବୋରିବାଲି ଅଞ୍ଚଳର ଜଣେ ବିବାଦୀୟ ସାଧ୍ୱୀ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରାଧେ ମାଙ୍କ ବାସ୍ତବ ନାମ ହେଉଛି ସୁଖବିନ୍ଦର କୌର । ସେ ପଞ୍ଜାବ ଗୁରୁଦାସ ପୁର ଜିଲ୍ଲାର ଡୋରଙ୍ଗଲାଠାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କର ଅନୁଗାମୀମାନେ କୁହନ୍ତି, ରାଧେମା ବାଲ୍ୟକାଳରୁ ଆଧ୍ୟାତ୍ମିକତା ଆଡ଼କୁ ଆକର୍ଷିତ ହୋଇଥିଲେ । ସେ ତାଙ୍କ ଗାଁ କାଳୀମନ୍ଦିରରେ ଅଧିକାଂଶ ସମୟ କାଟୁଥିଲେ ।[୧] ଅବଶ୍ୟ ବାଲ୍ୟକାଳରୁ କୌଣସି ଦୈବୀ ଶକ୍ତି ବା ଲକ୍ଷଣ ତାଙ୍କଠାରେ ଦେଖାଯାଇନଥିଲା ।[୨]

କୌର ଦଶମ ଶ୍ରେଣୀ ଯାଏ ଅଧ୍ୟୟନ କରିଥିଲେ ।[୨] ସେ ସତର ବୟସ ବୟସରେ ମୋହନ ସିଂହଙ୍କୁ ବିବାହ କରିଥିଲେ ।[ଆଧାର ଲୋଡ଼ା] ନିଜ ସ୍ୱାମୀଙ୍କ ଛୋଟ ବ୍ୟବସାୟରେ କପଡ଼ା ସିଲାଇ କାମରେ ସହଯୋଗ କରି ଗୁଜୁରାଣ ମେଣ୍ଟାଉଥିଲେ ।[୨] ଭଲ ରୋଜଗାର ସନ୍ଧାନରେ ତାଙ୍କ ସ୍ୱାମୀ ଦୋହା (କତାର)କୁ ଚାଲିଯିବା ପରେ ସେ ପୁଣି ଆଧ୍ୟାତ୍ମିକତା ଆଡ଼କୁ ଆକର୍ଷିତ ହେଲେ । ୨୩ ବର୍ଷ ବୟସରେ ସେ ହୋଶିୟାରପୁର ଜିଲ୍ଲାରେ ଥିବା ୧୦୦୮ ପରମହଂସ ବାଗ ଡେରା ମୁକେରିଆନର ମହନ୍ତ ରାମ ଦୀନ ଦାସଙ୍କର ଆନୁଗତ୍ୟ ପ୍ରାପ୍ତ ହେଲେ । ରାମଦୀନ ଦାସ ତାଙ୍କୁ ଦୀକ୍ଷିତକରି ରାଧେ ମା ଉପାଧିରେ ଭୂଷିତ କରିଥିଲେ ।


ଜଣେ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଭାବରେ[ସମ୍ପାଦନା]

ପରାମହଂସଙ୍କ ଡେରାରେ ଯୋଗଦେବା ପରେ ରାଧେ ମା ସତସଙ୍ଗମାନ ଆୟୋଜନ କରିଚାଲୁଥିଲେ ।[୨] ପରେ ସେ ମୁମ୍ବାଇ ଚାଲି ଆସିଥିଲେ । ସେଠାରେ ମନମୋହନ ଗୁପ୍ତା (ଏମଏମ ମିଠାବାଲା କମ୍ପାନୀର ଚେୟାର ମ୍ୟାନ ଯାହାଙ୍କର କି ଏକ ବହୁସ୍ଥାନୀୟ ମିଠା ବ୍ୟବସାୟ ଦୋକାନ ଥିଲା), ସେ ରାଧେ ମାଙ୍କ ଅନୁଗାମୀ ହେଲେ । ରାଧେ ମା ତାଙ୍କରି ଘରେ ଆଶ୍ରୟ ନେଇଥିଲେ ।[୩] ସେ ମୁମ୍ବାଇକୁ କେମିତି ଆସିଲେ ବିଶେଷ କିଛି ତଥ୍ୟ ମିଳିନାହିଁ ।[୨] କିନ୍ତୁ ୨୦୧୫ ମସିହାରେ ଗୁପ୍ତା ପରିବାରର ସଂଜୀବ ଗୁପ୍ତା ଜଣାଇଥିଲେ ଯେ ରାଧେ ମା ତାଙ୍କ ଘରେ ଦୀର୍ଘ ୧୨ ବର୍ଷ ରହିଥିଲେ । [୩]

ମୁମ୍ବାଇରେ ରହିବା ସମୟରେ ରାଧେମା ରୀତିମତ ପଞ୍ଜାବର କପୁରଥଲା ଓ ହୋଶିୟାରପୁରରେ ସତସଙ୍ଗ ପାଇଁ ଆସୁଥିଲେ ।ସେଇ ସମୟରେ କିନ୍ତୁ ମୁମ୍ବାଇରେ ଅଦ୍ଭୁତପୂର୍ବ ଭାବେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ବଢ଼ିଯାଇଥିଲା ।


୨୦୦୩-୦୪ ବେଳକୁ ଫଗୱାରାର ଗୋଟିଏ ହିନ୍ଦୁ ସଂଗଠନ ଏକ ଫଟୋରେ ଦୁର୍ଗାଙ୍କ ଏକ ଅବତାର ରୂପେ ରାଧେ ମାଙ୍କୁ ଦର୍ଶାଯାଇଥିବାରୁ ଆପତ୍ତି ଉଠାଇଥିଲା । ଏଥିପାଇଁ କ୍ଷମା ପ୍ରାର୍ଥନା କରିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା ।[୨]

ଗୁପ୍ତା ପରିବାରର ସଂଜୀବ ଗୁପ୍ତା, ଶ୍ରୀ ରାଧେ ଗୁରୁ ମା ଚାରିଟେବଲ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ହୋଇଥିଲେ ।[୩] ଗ୍ଲୋବାଲ ଆଡ଼ଭରଟାଇଜର , ଏକ କମ୍ପାନୀ ଯିଏ ସହରରେ ପ୍ରମୁଖ ସ୍ଥାନମାନଙ୍କ ବିଜ୍ଞାପନ ନିୟନ୍ତ୍ରଣ କରେ, ଗୁପ୍ତା ରାଧେ ମାଙ୍କ ଦିବ୍ୟ ଦର୍ଶନ ବିଲବୋର୍ଡ଼ ଜରିଆରେ ସହର ସାରା ପ୍ରଚାର ପ୍ରସାର କରିଥିଲେ ।[୨]

ବିବାଦରେ ରାଧେ ମା[ସମ୍ପାଦନା]

ଜୁଲାଇ ୨୦୧୫ରେ ଗୁପ୍ତା ପରିବାରର ନିକି ଗୁପ୍ତା, ରାଧେ ମା ଓ ତାଙ୍କ ସ୍ୱାମୀ ନକୁଳ ଗୁପ୍ତା ଓ ଅନ୍ୟ ୫ ଜଣଙ୍କ ବିରୁଦ୍ଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ ।[୪]ତାଙ୍କ ଅଭିଯୋଗ ଥିଲାଯେ ବାପ ଘରୁ ଅଧିକ ଯୌତୁକ ଦାବୀ କରିବା ଓ ଆଶ୍ରମରେ କାମ କରିବାକୁ ନିକିଙ୍କ ଉପରେ ରାଧେ ମା ଚାପ ପକାଇଥିଲେ । ଯେଉଁଠି ସେ ଶାରୀରିକ ନିର୍ଯାତନା ଭୋଗିଥିଲେ । ବୈବାହିକ ମତ ମତାନ୍ତର କାରଣ ଦର୍ଶାଇ ମାମଲା ପ୍ରତ୍ୟାହାର ହୋଇଯାଇଥିଲା ।[୩][୫] ୬ ଅଗଷ୍ଟ ୨୦୧୫ରେ ରାଧେ ମା’ ତାଙ୍କୁ ଶଶ୍ୱର ଘରୁ ଲୋକଙ୍କ ଉପରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ପାଇଁ ଉସକାଇଥିଲେ । ଏ ନେଇ ମୁମ୍ବାଇ ପୋଲିସ ରାଧେ ମା’ଙ୍କ ସମନ ଜାରି କରିବା ସହ ଥାନାରେ ହାଜର ହେବାକୁ କହିଥିଲା ।[୬][୭] ଜନୈକା ଅଭିନେତ୍ରୀ ଡଲି ବିନ୍ଦ୍ରା, ରାଧେ ମାଙ୍କ ବିରୋଧରେ ଯୌନ ନିର୍ଯାତନା ସହ ଧମକ ଓ ଭୟ ଦେଖାଇବା ଅପରାଧିକ ଅଭିଯୋଗ ଆଣିଥିଲେ ।[୮]

ଅଗଷ୍ଟ ୨୦୧୫ରେ ରାଧେ ମାଙ୍କୁ ଜଣେ ଭକ୍ତ କାନ୍ଧରେ ଟେକି ବୁଲୁଥିବାର ଭିଡ଼ିଓ ଅନଲାଇନରେ ବ୍ୟାପି ଯାଇଥିଲା । ଆଇନଜୀବୀ ଫାଲ୍ଗୁନୀ ବ୍ରହ୍ମ ଭଟ୍ଟ ଧର୍ମ ନାମରେ ବ୍ୟବସାୟ, ଅଶ୍ଳୀଳତା, ଠକେଇ, ଧୋକା ଅଭିଯୋଗ ଆଣି ତାଙ୍କ ବିରୋଧରେ ଏତଲା ଦେଇଥିଲେ । obscenity,[୯]

ରାଧେ ମା ନାସିକ କୁମ୍ଭ ମେଳାରୁ ଅଖିଳ ଭାରତୀୟ ଆଖଡ଼ା ପରିଷଦର ସଭାପତି ମହନ୍ତ ଜ୍ଞାନ ଦାସ ଓ ଦ୍ୱାରାକା ପୀଠର ସ୍ୱରୂପାନନ୍ଦ ସରସ୍ୱତୀଙ୍କଦ୍ୱାରା ବହିଷ୍କୃତ ହୋଇଥିଲେ । ରାଜନେତା ଏବଂ ରିଅଲିଟି ଟିଭିଶୋର ମନୋରଂଜକ ରାହୁଲ ମହାଜନ ମଧ୍ୟ ରାଧେ ମାଙ୍କ ଏକ ଅସଂଯତ ଭଙ୍ଗୀର ଫଟୋ ଫେସବୁକରେ ପୋଷ୍ଟ କରିଥିଲେ ଯାହା ଆପତ୍ତିଜନକ ମନେହେଉଥିଲା । ଏହା ସେ ସମୟରେ ରାଧେ ମାଙ୍କୁ ବେଶୀ ବିବାଦ ଓ ପରିହାସ ମଧ୍ୟକୁ ଟାଣିଆଣିଥିଲା ।[୧୦][୧୧]

ନଭେମ୍ବର ୨୦୧୫ରେ ଜୁନା ଆଖଡ଼ା ରାଧେ ମାଙ୍କୁ ବେଦଖଲ କରି ତାଙ୍କ ନାମ ଉପାଧିକୁ ଛଡ଼ାଇ ନିଆଗଲା ବୋଲି ଘୋଷଣା କରିଥିଲେ । ଭିନ୍ନ ଭିନ୍ନ କାରଣ ପାଇଁ ରାଧେ ମା’ଙ୍କ ବିରୋଧରେ ମୁମ୍ବାଇ, ନେପାଳଗୁଜରାଟ ଥାନାରେ ମାମଲାମାନ ଦାୟର କରାଯାଇଥିଲା । ପଞ୍ଜାବ ମୁକ୍ତସର ସାହିବ ମଲେତ ଥାନାରେ ରାଧେ ମା’ଙ୍କ ବିରୋଧରେ ଜଣେ ଯୁବକ ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେଉଥିବାର ଅଭିଯୋଗ ଲାଗାଇ ଏକ ମାମଲା ଦାୟର କରିଥିଲେ । [୧୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Who is Radhe Maa? Everything you wanted to know about the 'god-woman'". DNA. 2015-08-06.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Gagandeep Dhillon (2015-08-07). "How Sukhwinder Kaur became Radhe Maa". Mumbai Mirror.
  3. ୩.୦ ୩.୧ ୩.୨ ୩.୩ "Controversial godwoman Radhe Maa in trouble". Deccan Herald. 2015-08-07.
  4. "Radhe Maa accused of ruining woman's marriage, booked for harassment". News 18. 2015-07-27.
  5. Gagandeep Dhillon (2015-08-06). "Poster god-woman, who blesses by hugging and dancing, in dowry row". Mumbai Mirror.
  6. Self-appointed godwoman Radhe Maa booked in dowry harassment case, absconding
  7. "Police Issues Lookout Notice Against Self-Styled 'Godwoman' Radhe Maa". Archived from the original on 2015-09-30. Retrieved 2017-01-17.
  8. "Mumbai police files criminal case against Radhe Maa following Dolly Bindra's complaint". DNA. 2015-09-01.
  9. Self-styled godwoman Radhe Maa in legal trouble, charged with obscenity & abetting dowry
  10. Shocking pic revealed: Now, Rahul Mahajan embarrasses Godwoman Radhe Maa
  11. Why Radhe Maa, Controversial Godwoman, is the Talk of Social Media
  12. "ରାଧେ ମା'ଙ୍କ ନାମରେ ପଞ୍ଜାବର ମଲେତ ଥାନାରେ ମାମଲା". ଓଡ଼ିଶା ରିପୋର୍ଟର. Retrieved 17 January 2017.