Jump to content

ରାଧା ଚରଣ ପଟନାୟକ

ଉଇକିପିଡ଼ିଆ‌ରୁ

ରାଧା ଚରଣ ପଟନାୟକ (ଜନ୍ମ: ୨୮ ଜୁଲାଇ ୧୯୩୫) ଓଡ଼ିଶା ଉଚ୍ଚ ନ୍ୟାୟାଲୟ ତଥା ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[][]

ରାଧା ଚରଣ ପଟନାୟକଙ୍କ ଜନ୍ମ ୨୮ ଜୁଲାଇ ୧୯୩୫ରେ ହୋଇଥିଲା । ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ନଭେମ୍ବର ୧୯୫୮ରେ ଓଡ଼ିଶାରେ ଏକ ଆଇନଜୀବୀ ଭାବରେ ନାମଭୁକ୍ତ ହେଲେ । ଓକିଲାତି କାର୍ଯ୍ୟ ଅବଧିରେ ସେ ଅନେକ ସାମ୍ବିଧାନିକ, ଦେୱାନୀ, ଫୌଜଦାରୀ ଏବଂ ରେଭେନ୍ୟୁ ମାମଲାରେ ଆଇନ ଅଭ୍ୟାସ କରିଥିଲେ । ଜାନୁଆରୀ ୧୯୭୧ରୁ ଜୁଲାଇ ୧୯୭୪ ପର୍ଯ୍ୟନ୍ତ ସେ ଓଡ଼ିଶା ସରକାରଙ୍କ ଅତିରିକ୍ତ ସରକାରୀ ଅଧିବକ୍ତା ଭାବେ କାର୍ଯ୍ୟ କଲେ । ୧୮ ସେପ୍ଟେମ୍ବର ୧୯୮୧ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ନ୍ୟାୟାଧୀଶ ଭାବେ ନିଯୁକ୍ତ ହେଲେ ।

ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ୧୮ ସେପ୍ଟେମ୍ବର ୧୯୮୧ରୁ ୨ ଡିସେମ୍ବର ୧୯୯୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ୩ ଡିସେମ୍ବର ୧୯୯୧ରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ ପଦୋନ୍ନତି ଲାଭ କରିଥିଲେ ।[][]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-09.
  2. "Wayback Machine" (PDF). orissajudicialacademy.nic.in. Retrieved 9 January 2025.
  3. "NAME OF ORIYA JUSTICES OF ORISSA HIGH COURT WHO HAVE BEEN ELEVATED TO THE POST OF CHIEF JUSTICES AND JUSTICES IN SUPREME COURT AND CHIEF JUSTICES AND JUSTICES IN OTHER STATE HIGH COURTS" (PDF). magazines.odisha.gov.in. Retrieved 9 January 2025.