Jump to content

ରାଣ୍ଡିପୁଅ ଅନନ୍ତା

ଉଇକିପିଡ଼ିଆ‌ରୁ
"ରାଣ୍ଡିପୁଅ ଅନନ୍ତା"
ଲେଖକଫକୀର ମୋହନ ସେନାପତି
ଦେଶଭାରତ
ଭାଷାଓଡ଼ିଆ
ସିରିଜ୍ଗଳ୍ପସ୍ୱଳ୍ପ
ଶୈଳୀକ୍ଷୁଦ୍ରଗଳ୍ପ
ପ୍ରକାଶନ୧୯୧୩
ପୂର୍ବ ଭାଗ"ପେଟେଣ୍ଟ ମେଡିସିନ"
ପର ଭାଗ"ଗାରୁଡ଼ି ମନ୍ତ୍ର"

ରାଣ୍ଡିପୁଅ ଅନନ୍ତା, ଫକୀର ମୋହନ ସେନାପତିଙ୍କ ରଚିତ ଏକ କ୍ଷୁଦ୍ରଗଳ୍ପ । ୧୯୧୩ ମସିହାରେ, ଏହି ଗପଟି ମୁକୁର ପ୍ରେସ, କଟକ ଦ୍ୱାରା ପ୍ରକାଶିତ ହୋଇଥିଲା ।[] ପରବର୍ତ୍ତୀ ସମୟରେ, ୧୮ ଅକ୍ଟୋବର ୧୯୧୭ରେ, ଫକୀର ମୋହନଙ୍କର ୨୦ଟି କ୍ଷୁଦ୍ରଗଳ୍ପକୁ ନେଇ ଏକ ଗଳ୍ପ ସଂକଳନ ଗଳ୍ପସ୍ୱଳ୍ପ ପ୍ରକାଶିତ ହୋଇଥିଲା, ଯେଉଁଥିରେ ଏହି ଗପଟି ସ୍ଥାନିତ ହୋଇଥିଲା ।[]

କଥାଚିତ୍ର

[ସମ୍ପାଦନା]

ଏହି ଗପ ଆଧାରରେ ୨୦୨୫ ମସିହାରେ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଏକ ଓଡ଼ିଆ କଥାଚିତ୍ର ଅନନ୍ତା ମୁକ୍ତିଲାଭ କରିଥିଲା, ଯେଉଁଥିରେ ମୁଖ୍ୟ ଭୂମିକାରେ ସବ୍ୟସାଚୀ ମିଶ୍ର ଅଭିନୟ କରିଥିଲେ ।

ବିବାଦ

[ସମ୍ପାଦନା]

୨୦୨୪ ମସିହାରେ, ଏହି ଗପଟିର କାହାଣୀକୁ କଥାଚିତ୍ର ନିର୍ମାଣ ଚାଲିଥିବା ସମୟରେ ଓଡ଼ିଆ ଅଭିନେତା ଫକୀରମୋହନ ସେନାପତିଙ୍କୁ କଟାକ୍ଷ କରି ଏବଂ ଏହି ଗପଟିର ଶୀର୍ଷକରେ 'ରାଣ୍ଡି' ଶବ୍ଦର ବ୍ୟବହାର ଉପରେ ଆପତ୍ତି ଉଠାଇ ବିବାଦରେ ପଡ଼ିଥିଲେ ।[][]

  1. ଆତ୍ମଜୀବନ ଚରିତ (1st ed.). ଶ୍ରୀ ରାଧାନାଥ କୋ-ଅପରେଟିଭ ପ୍ରେସ, କଟକ. 1927. p. 182. Retrieved 4 June 2025.
  2. K. Sudharani Nayak (1 August 2016). "Fakir Mohan Senapati and His Contribution to Odia Language" (PDF). Odisha Review (in Indian English). Bhubaneswar: Odisha Govt.: 61–64. ISSN 0970-8669. Archived from the original (PDF) on 16 December 2024. Retrieved 4 June 2025.
  3. Behera, Gunanidhi (2024-11-17). "'ରାଣ୍ଡୀପୁଅ ଅନନ୍ତା' ଲେଖାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ମନୋଜ ମିଶ୍ରଙ୍କୁ ସବୁଆଡ଼େ ନିନ୍ଦା -" (in ଆମେରିକୀୟ ଇଂରାଜୀ). Archived from the original on 2025-06-04. Retrieved 2025-06-04.
  4. Ojha, Sibasankar (2024-11-18). "'ରାଣ୍ଡୀପୁଅ ଅନନ୍ତା'କୁ ନେଇ ମନ୍ତବ୍ୟ: କ୍ଷମାପ୍ରାର୍ଥନା କଲେ ମନୋଜ ମିଶ୍ର". Sambad. Archived from the original on 2025-06-04. Retrieved 2025-06-04.

ବାହାର ଲିଙ୍କ୍

[ସମ୍ପାଦନା]