ସୂର୍ଯ୍ୟମଣି ପାଟମହାଦେ‍ଈ

ଉଇକିପିଡ଼ିଆ‌ରୁ
ସୂର୍ଯ୍ୟମଣି ପାଟମହାଦେଈ
ସୂର୍ଯ୍ୟମଣି ପାଟମହାଦେଈଙ୍କ ମୋହର । ଲେଖାହୋଇଛି "ଶ୍ରୀସୂର୍ଯମଣିପାଟମହାଦେଇ" ।।
ଜନ୍ମ୧୮୧୮
ଜନ୍ମସ୍ଥାନସୋନପୁର
ଉତ୍ତରାଧିକାରୀରାଜା ଦିବ୍ୟସିଂହ ଦେବ
ଜୀବନସାଥିରାଜା ଶ୍ରୀ ଦ୍ୱିତୀୟ ବୀରକିଶୋର ଦେବ
ରାଜବଂଶଗଜପତି ବଂଶ
ପିତାରାଜା ଦୈତାରୀ ସିଂହ

ସୂର୍ଯ୍ୟମଣି ପାଟମହାଦେ‍ଈ, ଖୋର୍ଦ୍ଧା ରାଜ୍ୟର ମହାରାଣୀ ଥିଲେ ।[୧] ସେ ଗଜପତି ରାଜବଂଶର ରାଜା ଦ୍ୱିତୀୟ ବୀରକିଶୋର ଦେବଙ୍କ ପାଟରାଣୀ ଥିଲେ । ସେ ଅଶ୍ୱାହୋରଣ, ଧନୁର୍ବିଦ୍ୟା, ଖଣ୍ଡା ଓ ଅନ୍ୟ ଶସ୍ତ୍ର ବିଦ୍ୟାରେ ପାରଙ୍ଗମ ଥିଲେ। ୧୮୫୯ ମସିହାରେ ରାଜା ବୀରକିଶୋର ଦେବଙ୍କ ଦେହାନ୍ତ ପରେ ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ଓ ବିଦେଶୀ ଶାସନ ସମୟରେ ଧୈର୍ଯ୍ୟର ସହ ରାଜ୍ୟଭାର ସମ୍ଭାଳିଥିବାରୁ ଗଜପତି ରାଜବଂଶର ଇତିହାସରେ ଜଣେ ପ୍ରସିଦ୍ଧ ମହାରାଣୀ । ସେ ଶ୍ରୀମନ୍ଦିରକୁ ବ୍ରିଟିଶ ସାମ୍ରାଜ୍ୟରୁ ମୁକୁଳେଇବାକୁ ଯାଇ ଆଇନର ସହାୟତା ନେଇ, ବ୍ରିଟିଶ ମାନଙ୍କଠୁ ମୁକଦମା ଜିତିଥିଲେ । [୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରାଣୀ ସୂର୍ଯ୍ୟମଣି ୧୮୧୮ ମସିହାରେ ସୋନପୁର ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । ସେ ସୋନପୁର ରାଜ୍ୟର ରାଜା ଦୈତାରୀ ସିଂହଙ୍କ କନ୍ୟା ଥିଲେ । ରାଜା ବୀରକିଶୋର ଦେବଙ୍କୁ ବିବାହ କରିଲା ପରେ ରାଜା ଓ ରାଣୀ ଜଣେ ୪ ବର୍ଷର ଶିଶୁ ପୁତ୍ରକୁ ପୌଷ୍ୟ ପୁତ୍ର ଗ୍ରହଣ କରିଥିଲେ । ପରେ ଶିଶୁ ପୁତ୍ର ରାଜା ଦିବ୍ୟସିଁହ ଦେବଙ୍କ ନାମରେ ପରିଚିତ ହେଇଥିଲେ । ସେ ବଡ଼ଖେମୁଣ୍ଡି ଜମିଦାରଙ୍କ ପ୍ରଥମ ପୁତ୍ର ଥିଲେ । ୧୮୫୮ ମସିହାର ଅଧିନିୟମ(ଆକ୍ଟ) ୧୧ ଅନୁସାରେ ରାଣୀ ସୂର୍ଯ୍ୟମଣି ଲୋକ-ଅଦାଲତଠୁ ନାବାଳିକ ଦିବ୍ୟସିଁହ ଦେବଙ୍କ ଅଭିଭାବକ ଭାବେ ନିଜକୁ ନିଯୁକ୍ତ କରିଥିଲେ। [୩]

ଆଧାର[ସମ୍ପାଦନା]