ରାଣା ଆୟୁବ

ଉଇକିପିଡ଼ିଆ‌ରୁ


ରାଣା ଆୟୁବ
୨୦୧୬ରେ ରାଣା ଆୟୁବ
ଜନ୍ମ (1984-05-01) ୧ ମଇ ୧୯୮୪ (ବୟସ ୩୯)
ବୃତ୍ତି(ସମୂହ)ସାମ୍ବାଦିକା, ଲେଖିକା

ରାଣା ଆୟୁବ ଜଣେ ଭାରତୀୟ ସାମ୍ବାଦିକା ଓ ଲେଖିକା । ସେ ଗୁଜରାଟ ଫାଇଲ୍ସ: ଆନାଟୋମୀ ଅଫ୍ ଏ କଭର ଅପ୍‌ର ଲେଖିକା[୧]

ପରିବାର[ସମ୍ପାଦନା]

ରାଣା ଆୟୁବ ୨୦୧୬ର ଟାଇମ୍ସଲିଟ ଫେସ୍ଟରେ ।

ରାଣା ଆୟୁବଙ୍କ ଜନ୍ମ ଭାରତର ମୁମ୍ବାଇ ସ‌ହରରେ ହେଇଥିଲା । ଆୟୁବଙ୍କ ବାପା ମୁମ୍ବାଇସ୍ଥିତ ଏକ ପତ୍ରୀକା ବ୍ଲିଟ୍ଜରେ ଲେଖକ । ୧୯୯୨-୯୩ ମୁମ୍ବାଇ ଦଙ୍ଗା ସମୟରେ ଆୟୁବଙ୍କ ପରିବାର ମୁସଲିମ ବ‌ହୁଳ ଦେଓନାରରେ ରହିବା ଆରମ୍ଭ କରିଥିଲେ[୨]

କ୍ଯାରିଅର[ସମ୍ପାଦନା]

ରାଣା ତେହେଲ୍ଲକାରେ କାମ କରିଛନ୍ତି, ଏହା ଦିଲ୍ଲୀସ୍ଥିତ ଏକ ତଦନ୍ତକାରୀ ଖବର ପତ୍ରୀକା । ରାଣା ଭାରତୀୟ ଜନତା ପାର୍ଟିର ଓ ଦେଶର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା କରିବାରେ ଜଣାଶୁଣା [୩]। ପୂର୍ବରୁ, ୨୦୧୦ ମସିହାରେ ରାଣାଙ୍କଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଦେଶର ବର୍ତ୍ତମାନ ଗୃହ ମନ୍ତ୍ରୀ ଅମିତ ସାହଙ୍କୁ କିଛି ସମୟ ପାଇଁ ଜେଲ ଦଣ୍ଡ ହେଇଥିଲା[୪]

ତେହେଲ୍ଲକାରେ ରାଣା ଜଣେ ତଦନ୍ତକାରୀ ସାମ୍ବାଦିକା ଭାବେ କାମ କରୁଥିଲେ, ଓ ନିଜର ପ୍ରଥମ ବଡ଼ କାର୍ଯ୍ୟ ଭାବେ ସେ ୨୦୦୨ରେ ହେଇଥିବା ଗୁଜରାଟ ଦଙ୍ଗା ଉପରେ ଷ୍ଟିଂଗ ଅପରେସନ କରିଥିଲେ, ଯାହା ବିଷୟରେ ସେ ତାଙ୍କ ବ‌ହି ଗୁଜରାଟ ଫାଇଲ୍ସରେ ଲେଖିଛନ୍ତି । ଷ୍ଟିଂଗ ଅପରେସନ ପରେ ତେହେଲ୍ଲକା ରାଣାଙ୍କଦ୍ୱାରା ଲେଖାଯାଇଥିବା ରିପୋର୍ଟ ପ୍ରକାଶନ କରିନଥିଲା । ସେ କିଛି ବର୍ଷ ଯାଏଁ ତେହେଲ୍ଲକାରେ କାମ କରିଥିଲେ ଓ ପରେ ତେହେଲ୍ଲକାର ସମ୍ପାଦକ ତରୁଣ ତେଜପାଳଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆସିଲା ପରେ, ସେ ସଂସ୍ଥା ଉପରେ ନିଜର ପ୍ର‌ତିବାଦ ଦେଖେଇ ଇସ୍ଥପା ଦେଇଥିଲେ [୫]

ଗୁଜୁରାତ ଷ୍ଟିଙ୍ଗ ଅପରେସନ[ସମ୍ପାଦନା]

ରାଣା "ମୈଥିଳି ତ୍ୟାଗିର" ଗୁପ୍ତ ନାମରେ ୨୦୦୨ ଦଙ୍ଗାରେ ଲିପ୍ତ ଥିବା କିଛି ଲୋକଙ୍କୁ ପୋଲିସ ଅଫିସର ଓ ନେତାମାନେ କିପରି ଗୁପ୍ତ ରଖିଥିଲେ ତାକୁ ବାହାରକୁ ଆଣିବାର ପ୍ରଚେଷ୍ଠା କରିଥିଲେ । ସେ ୧୦ ମାସ ଧରି ଏହି ଛଦ୍ମ ଋପରେ ଏହି ଅପରେସନ ଚଳାଇଥିଲେ ।ପରେ କିଛି ନୂଆ ତ‌ଥ୍ୟ ନାହିଁର ଉଦାହରଣ ଦେଇ, ତେହେଲ୍ଲକା ରାଣାଙ୍କଦ୍ୱାରା ଲେଖାଯାଇଥିବା ରିପୋର୍ଟ ପ୍ରକାଶନ କରିନଥିଲା ।

ପୁରସ୍କାର[ସମ୍ପାଦନା]

  1. ଅକ୍ଟୋବର ୨୦୧୧, ସଂସ୍କୃତି ପୁରସ୍କାର ଉଚ୍ଚକୋଟିର ସମ୍ବାଦିକତା ପାଇଁ।
  2. 'Citation of Excellence' ପୁରସ୍କାର ୨୦୦୨ ଗୁଗୁରାଟ ଦଙ୍ଗାରେ ନିଜର ଗୁପ୍ତ ତଦନ୍ତ ପାଇଁ [୬]

ଆଧାର[ସମ୍ପାଦନା]

  1. Mukhopadhyay, Nilanjan (25 June 2016). "Gujarat Files: Rana Ayyub and stinging truths". Business Standard India. Retrieved 16 November 2019.
  2. "Opinion: I Am A Practicing Muslim. My Concerns Right Now For India Are..." NDTV.com. 4 June 2017. Retrieved 27 September 2019.
  3. "Outrage on social media after DNA takes down article critical of Amit Shah". 14 July 2014. Retrieved 14 December 2019.
  4. PTI (25 July 2010). "Modi aide Amit Shah arrested, jailed in Sohrabuddin case". India Today (in ଇଂରାଜୀ). Retrieved 18 September 2019.
  5. "Tehelka scandal: Senior editor Rana Ayyub quits in protest". 26 November 2013. Retrieved 14 December 2019.
  6. "Rana Ayyub received Citation of Excellence in Global Shining Light Award for 'Gujarat Files: Anatomy of a Coverup'". The Shahab (in ଆମେରିକୀୟ ଇଂରାଜୀ). 18 November 2017. Archived from the original on 2 April 2019. Retrieved 21 November 2017.