ରାଜ୍ ବ୍ରାର୍

ଉଇକିପିଡ଼ିଆ‌ରୁ
ରାଜ୍ ବ୍ରାର୍
Brar in October 2006
Background information
ଜନ୍ମ(1972-01-03)୩ ଜାନୁଆରୀ ୧୯୭୨
ମାଲକେ, ମୋଗା ଜିଲ୍ଲା, ପଞ୍ଜାବ, ଭାରତ
ମୃତ୍ୟୁ୩୧ ଡିସେମ୍ବର ୨୦୧୬(2016-12-31) (ବୟସ ୪୪)
ଚଣ୍ଡିଗଡ଼, ଭାରତ
ଶୈଳୀପଞ୍ଜାବୀ ଗୀତ
ପେଷାକଣ୍ଠଶିଳ୍ପୀ, ଅଭିନେତା, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ
କାର୍ଯ୍ୟକାଳ୧୯୯୦–୨୦୧୬

ରାଜ୍ ବ୍ରାର୍ (୩ ଜାନୁଆରୀ ୧୯୭୨ - ୩୧ ଡିସେମ୍ବର ୨୦୧୬) ଜଣେ ଭାରତୀୟ ଗାୟକ, ଅଭିନେତା, ଗୀତିକାର ଏବଂ ସଙ୍ଗୀତ ନିର୍ଦ୍ଦେଶକ ଥିଲେ, ଯିଏକି ପଞ୍ଜାବୀ କଥାଚିତ୍ର ଜଗତରେ କାମ କରୁଥିଲେ । ୨୦୦୮ ମସିହାରେ ମୁକ୍ତିଲାଭ କରିଥିବା ଆଲବମ୍ ରିବାର୍ଥ ପାଇଁ ସେ ଜଣାଶୁଣା ଥିଲେ । ସେ ୨୦୧୦ ମସିହାରେ ଜବାନୀ ଜିନ୍ଦବାଦ୍ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ ଏବଂ ତାଙ୍କ ମୃତ୍ୟୁ ପୂର୍ବରୁ ଶେଷ ଚଳଚ୍ଚିତ୍ର ଆମ୍ ଆଦମୀର ସୁଟିଂ ଶେଷ କରିଥିଲେ, ଯାହାକି ୨୦୧୮ ମସିହାରେ ମୁକ୍ତିଲାଭ କରିଥିଲା । ୨୦୧୬ ମସିହାର ଡିସେମ୍ବର ୩୧ ତାରିଖରେ ୪୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[୧][୨]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଶୀର୍ଷ ଭୂମିକା ନିର୍ଦ୍ଦେଶକ ଭାଷା
୨୦୧୦ ଜବାନୀ ଜିନ୍ଦାବାଦ୍ ରାଜ୍ ହରିନ୍ଦର ଗିଲ୍ ପଞ୍ଜାବୀ
୨୦୧୩ ଜାଟ୍ ଇନ୍ ମୁଡ୍ ରାଜ୍ ସୁଖଜିନ୍ଦର ସିଂହ ପଞ୍ଜାବୀ
୨୦୧୪ ପୋଲିସ୍ ଇନ୍ ପୋଲିଉଡ୍ ସୁନୀତା ଧୀର୍ ପଞ୍ଜାବୀ
୨୦୧୮ ଆମ୍ ଆଦମୀ ରାଜ ବ୍ରାର୍ ଜଗତର ଉତ୍ତମ ପଞ୍ଜାବୀ

ବିଶେଷ ଟିପ୍ପଣୀ[ସମ୍ପାଦନା]

ତାଙ୍କର ମୃତ୍ୟୁ ପରେ ଅନେକ ଗୀତ ମୁକ୍ତିଲାଭ ନହୋଇ ରହିଯାଇଥିଲା, ତେଣୁ ବଣ୍ଟି ବୈନ୍‌ସ୍ ଏବଂ ତାଙ୍କ ଝିଅ ଶ୍ୱେତାଜ ବ୍ରାର୍ ଏହି ଗୀତିଗୁଡ଼ିକୁ ଲୋକଲୋଚନକୁ ଆଣିବାର ନିଷ୍ପତ୍ତି ନେଇଥିଲେ ।[୩] ଏହି ଗୀତିଗୁଡ଼ିକ ମଧ୍ୟରୁ ଚଣ୍ଡିଗଡ଼ ଡ୍ରପ୍ଆଉଟ୍ ଜୁଲାଇ ୨୦୨୧ରେ ମୁକ୍ତିଲାଭ କରିଥିଲା ।[୪]

ଆଧାର[ସମ୍ପାଦନା]

  1. "Punjabi lyricist-actor Raj Brar no more". The Indian Express. 1 January 2017. Retrieved 1 January 2017.
  2. "Punjabi singer-actor Raj Brar dies at 44". The Tribune. 1 January 2017. Retrieved 1 January 2017.
  3. "Bunty Bains Reveals That Raj Brar's Unreleased Songs Are Ready To Be Released". Kiddaan (in ଆମେରିକୀୟ ଇଂରାଜୀ). 2021-05-20. Retrieved 2021-07-10.
  4. "Chandigarh Dropouts: Sweetaj To Release Raj Brar's First Of Many Unreleased Songs Soon". Kiddaan (in ଆମେରିକୀୟ ଇଂରାଜୀ). 2021-07-10. Retrieved 2021-07-10.