ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର

ଉଇକିପିଡ଼ିଆ‌ରୁ
ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ (1954-10-27) ୨୭ ଅକ୍ଟୋବର ୧୯୫୪ (ବୟସ ୬୯)
କଣ୍ଟିପୁର,ବିଞ୍ଝାରପୁର, ଯାଜପୁର
ବୃତ୍ତିବ୍ୟାଙ୍କ ଅଧିକାରୀ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ

ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ( ଜନ୍ମ : ୨୦ ଅପ୍ରେଲ ୧୯୬୦) ଜଣେ ଓଡ଼ିଆ ସାହିତ୍ୟିକ ।[୧] ବୃତ୍ତିରେ ସେ ଜଣେ ବ୍ୟାଙ୍କ ଅଧିକାରୀ ଭାବରେ କାର୍ଯ୍ୟକରି ଅବସର ଗ୍ରହଣ କରିସାରିଛନ୍ତି । ଉଭୟ ଗଳ୍ପ ଓ ଉପନ୍ୟାସ ଲେଖୁଥିବା ରାଜ୍ୟବର୍ଦ୍ଧନ ଗୋକର୍ଣ୍ଣିକା ସାରସ୍ୱତ ସମ୍ମାନ ଓ ତୀର ତରଙ୍ଗ ସମ୍ମାନ ଆଦି ଅନେକ ପୁରସ୍କାର ଲାଭ କରିଛନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରାଜ୍ୟବର୍ଦ୍ଧନ, ୧୯୬୦ ମସିହାରେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ଅନ୍ତର୍ଗତ କଣ୍ଟିପୁରଠାରେ ଜନ୍ମଗ୍ରହଣ କରିଥିଲେ । ୧୯୮୩ ମସିହାରେ ସେ ଅଧ୍ୟାପନାକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ୧୯୮୬ ମସିହାରେ ବ୍ୟାଙ୍କ ଚାକିରୀରେ ଯୋଗଦେଇ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଆଞ୍ଚଳିକ ପ୍ରବନ୍ଧକ ପଦରେ ଥାଇ ଅବସର ଗ୍ରହଣ କରିଥିଲେ ।[୨]

ସାହିତ୍ୟକ ଜୀବନ[ସମ୍ପାଦନା]

୧୯୭୮ ମସିହାରେ ରାଜ୍ୟବର୍ଦ୍ଧନଙ୍କର ପ୍ରଥମ ଗପ ଚକାଡ଼ୋଳାଙ୍କୁ ଗୁହାରି ସେ ସହ-ସମ୍ପାଦକ ଥିବା ପତ୍ରିକା ସ୍ୱାକ୍ଷରରେ ପ୍ରକାଶ ପାଇଥିଲା । କିନ୍ତୁ ଏହା ଛଦ୍ମନାମରେ ପ୍ରକାଶ ପାଇଥିଲା । ଗୋଟିଏ ଗୋଲାପ କୋଟିଏ କଣ୍ଟା ତାଙ୍କ ନାମ ଥାଇ ପ୍ରକାଶ ପାଇଥିବା ପ୍ରଥମ ଗଳ୍ପ ଥିଲା । ତାଙ୍କର ପ୍ରଥମ ଗଳ୍ପ ପୁସ୍ତକ ସବୁଜପତ୍ରରେ ସୂର୍ଯ୍ୟାସ୍ତର ରଙ୍ଗ ୧୯୮୭ ମସିହାରେ ପ୍ରକାଶ ପାଇଥିଲା ।

ରଚନାବଳୀ[ସମ୍ପାଦନା]

ଉପନ୍ୟାସ[ସମ୍ପାଦନା]

  • ହୃଦୟରେ ସୀମାରେଖା
  • ପୁଣ୍ୟ ପତିତା
  • ବେଳ ଭଲ ନାହିଁ

ଗଳ୍ପ[ସମ୍ପାଦନା]

  • ସବୁଜପତ୍ରରେ ସୂର୍ଯ୍ୟାସ୍ତର ରଙ୍ଗ - ୧୯୮୭ (ସତ୍ୟବ୍ରତ ପ୍ରେସ)
  • ଦୌଡ଼ ପ୍ରତିଯୋଗିତା
  • ଦୂର ନକ୍ଷତ୍ର
  • ଅଥଳ ଆଶ୍ରୟ
  • ବାମନବୃକ୍ଷ
  • ମାଟି ଓ ଦ୍ରୋଣ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ନିର୍ମାତା ଗଳ୍ପ ସମ୍ମାନ
  • ତୀର ତରଙ୍ଗ ସମ୍ମାନ
  • ବ୍ରଜରାଜ ସାହିତ୍ୟ ସମ୍ମାନ
  • ଗୋକର୍ଣ୍ଣିକା ସାରସ୍ୱତ ସମ୍ମାନ[୩]

ଆଧାର[ସମ୍ପାଦନା]

  1. "Reading habit has no substitute". www.dailypioneer.com. daily pioneer. Archived from the original on 6 November 2021. Retrieved 6 November 2021.
  2. "ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ସମ୍ମିଳନୀ : ଶାଖା ବନ୍ଦ ନିଷ୍ପତିକୁ ବିରୋଧ". www.dharitri.com. ଧରିତ୍ରୀ. Archived from the original on 6 November 2021. Retrieved 6 November 2021.
  3. "ସୃଜନ ଆଳାପ". No. ଧରିତ୍ରୀ ସାହିତ୍ୟାୟନ ୪-୧୭ ନଭେମ୍ବର ୨୦୨୧. ଧରିତ୍ରୀ. p. ୩. Archived from the original on 6 November 2021. Retrieved 6 November 2021.