Jump to content

ରାଜଶ୍ରୀ ପ୍ରହରାଜ

ଉଇକିପିଡ଼ିଆ‌ରୁ
ରାଜଶ୍ରୀ ପ୍ରହରାଜ
ଜନ୍ମ
ରାଜଶ୍ରୀ ପ୍ରହରାଜ

(1983-11-02) ୨ ନଭେମ୍ବର ୧୯୮୩ (ବୟସ ୪୨)
ପେଷାନୃତ୍ୟାଙ୍ଗନା ଓ ଗୁରୁ
Organizationସୃଜନ
ପୁରସ୍କାରକେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ଯୁବ ପୁରସ୍କାର

ରାଜଶ୍ରୀ ପ୍ରହରାଜ, (ଜନ୍ମ: ୦୨ ନଭେମ୍ବର ୧୯୮୩) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ।[୧][୨] ସେ ଗୁରୁ କେଳୁଚରଣ ମହାପାତ୍ର[୩] ଓ ରତିକାନ୍ତ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଛନ୍ତି । ଓଡ଼ିଶୀ ନୃତ୍ୟରେ ଉତ୍କର୍ଷତା ପାଇଁ ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀଦ୍ୱାରା ପ୍ରଦତ୍ତ ଉସ୍ତାଦ ବିସମିହ୍ଲା ଖାନ ଯୁବ ପୁରସ୍କାର ଲାଭ କରିଛନ୍ତି ।

ବ୍ୟକ୍ତିଗତ ଜୀବନ ଓ ଶିକ୍ଷା

[ସମ୍ପାଦନା]

ରାଜଶ୍ରୀ, ୧୯୮୩ ମସିହାରେ କଟକଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ପୁଲିସ ସେବାରେ ଥିଲେ । ତାଙ୍କ ଭାଇ ଜଣେ ଇଞ୍ଜିନିୟର । କାକଟପୁରରେ ସେ ନିଜ ପିଉସୀଙ୍କ ପାଖରେ ବଢ଼ିଥିଲେ । ସେଠାରେ ସେ ପ୍ରଥମେ ସଙ୍ଗୀତ ଶିକ୍ଷାରମ୍ଭ କରିଥିଲେ ଓ ସପ୍ତମ ଶ୍ରେଣୀରେ ପଢ଼ିବା ବେଳରୁ ସେ ନାଚ ଶିଖିବା ଆରମ୍ଭ କରିଥିଲେ । ଦଶମ ଶ୍ରେଣୀ ସରିବା ପରେ, ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ସେଠାରୁ ସେ ସ୍ନାତକ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ସ୍ନାତକୋତ୍ତର ପରୀକ୍ଷାରେ ସେ ପ୍ରଥମ ହୋଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତରଫରୁ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ମର୍ଦ୍ଦଳ ବାଦନରେ ମଧ୍ୟ ତାଙ୍କର ଇଚ୍ଚା ଥିଲା ଓ ଏଥି ନିମନ୍ତେ ସେ ଗୁରୁ ବନମାଳି ମହାରଣାଙ୍କଠାରୁ ତାଲିମ ଗ୍ରହଣ କରିଛନ୍ତି ।

ନର୍ତ୍ତକୀ ଜୀବନ

[ସମ୍ପାଦନା]

ଗୁରୁ କେଳୁଚରଣ, ରାଜଶ୍ରୀଙ୍କ ନୃତ୍ୟ ପ୍ରତିଭାରେ ଖୁସି ହୋଇ, ତାଙ୍କୁ ବ୍ୟକ୍ତିଗତ ଭାବେ ଶିଖାଇବା ଆରମ୍ଭ କରିଥିଲେ । କେଳୁଚରଣଙ୍କ ଶେଷ ସମୟ ପର୍ଯ୍ୟନ୍ତ ସେ କେଳୁଚରଣଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଥିଲେ ।[୪] ସେ ସୃଜନ ନୃତ୍ୟାନୁଷ୍ଠାନରେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରନ୍ତି ଓ ଏହ୍ ନୃତ୍ୟାନୁଷ୍ଠାନ ତରଫରୁ ସେ ଏକକ ଓ ଗୋଷ୍ଠୀ ନୃତ୍ୟ ପରିବେଷଣ କରିଥାନ୍ତି ।[୫] ସେ କୋଣାର୍କ ନୃତ୍ୟ ଉତ୍ସବ, ନାଳନ୍ଦା ନୃତ୍ୟ ଉତ୍ସବ, ସଙ୍ଗୀତ ନାଟକ ଏକାଡ଼େମୀରେ ନୃତ୍ୟ ପ୍ରତିଭା ଓ ନୃତ୍ୟ ଉତ୍ସବ, ନମନ ଉତ୍ସବ, ସଙ୍କଟମୋଚନ ନୃତ୍ୟ ଓ ସଙ୍ଗୀତ ଉତ୍ସବ, ସଂସ୍ମରଣ ଉତ୍ସବ ଆଦିରେ ନୃତ୍ୟ ପରିବେଷଣ କରିଛନ୍ତି । ସେ ତାଇୱାନ, ମାଲେସିଆ, ଆମେରିକା ଓ ଥାଇଲାଣ୍ଡ ଆଦି ଦେଶରେ ନୃତ୍ୟ ପରିବେଷଣ କରିଛନ୍ତି ।

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଗୁରୁ କେଳୁଚରଣ ମହାପାତ୍ର ଯୁବପ୍ରତିଭା ସମ୍ମାନ - (ନାଲକୋଦ୍ୱାରା ପ୍ରଦତ୍ତ)[୬]
  • ଶୃଙ୍ଗାରମଣି - (ସୁର ଶୃଙ୍ଗାର ସଂସଦ, ମୁମ୍ବାଇ)
  • ନାଳନ୍ଦା ନୃତ୍ୟ ନିପୁଣା - (ନାଳନ୍ଦା ନୃତ୍ୟ ଅନୁସନ୍ଧାନ ସଂସ୍ଥାନ)
  • ଜାତୀୟ ନୃତ୍ୟମଣି ସମ୍ମାନ - ୨୦୧୦ (ଉତ୍କଳ ଯୁବ ସାଂସ୍କୃତିକ ସଂଘ, କଟକ)
  • କେନ୍ଦ୍ର ସଙ୍ଗୀତ ଏକାଡ଼େମୀ ଉସ୍ତାଦ ବିସମିହ୍ଲା ଖାନ ଯୁବ ପୁରସ୍କାର - ୨୦୧୩-୧୪[୭]
  1. ↑ "The rewards of sacrifice". www.thestatesman.com. The statesman. Archived from the original on 10 March 2021. Retrieved 10 March 2021.
  2. ↑ "In Guru's Memory: Renowned artistes pay tributes to Odissi doyen Guru Kelucharan Mohapatra". www.newindianexpress.com. The Indian Express. Archived from the original on 10 March 2021. Retrieved 10 March 2021.
  3. ↑ "In harmony with Guru". www.thehindu.com. The Hindu. Archived from the original on 10 March 2021. Retrieved 10 March 2021.
  4. ↑ Tapati Chowdurie. "Rajashri Praharaj: Story of an upcoming Odissi dancer". www.narthaki.com/. narthaki.com. Archived from the original on 10 March 2021. Retrieved 10 March 2021. {{cite web}}: |archive-date= / |archive-url= timestamp mismatch; 1 ମାର୍ଚ୍ଚ 2021 suggested (help)
  5. ↑ "Rajashri Praharaj". www.srjan.com. srjan. Archived from the original on 10 March 2021. Retrieved 10 March 2021.
  6. ↑ "ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ". www.dharitri.com. ଧରିତ୍ରୀ. Archived from the original on 10 March 2021. Retrieved 10 March 2021.
  7. ↑ "Rajashri Prahraj". www.sangeetnatak.gov.in. କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ. Archived from the original on 10 March 2021. Retrieved 10 March 2021.