ରାଜଶ୍ରୀ ଦେଶପାଣ୍ଡେ
ରାଜଶ୍ରୀ ଦେଶପାଣ୍ଡେ | |
|---|---|
Deshpande in 2015 | |
| ଜନ୍ମ | Aurangabad, Maharashtra, India |
| ବୃତ୍ତି | Actress |
| ସକ୍ରିୟ ବର୍ଷ | 2011–present |
ରାଜଶ୍ରୀ ଦେଶପାଣ୍ଡେ ଜଣେ ଭାରତୀୟ ଅଭିନେତ୍ରୀ। ସେ ପାନ୍ ନଲିନ୍ସ ନାଟ୍ୟ ଚଳଚ୍ଚିତ୍ର Angry Indian Goddesses ରେ ଅଭିନୟ ପାଇଁ ଆନ୍ତର୍ଜାତୀୟ ପରିଚିତି ଲାଭ କରିଥିଲେ।[୧] ପରେ ସେ ସନାଲ କୁମାର ସସିଧରନଙ୍କ ଚଳଚ୍ଚିତ୍ର ସେକ୍ସି ଦୁର୍ଗା ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଏବଂ Netflix ଶୃଙ୍ଖଳା ସେକ୍ରେଡ୍ ଗେମସ୍ ରେ ତାଙ୍କ ଅଭିନୟ ପାଇଁ ସମାଲୋଚକମାନଙ୍କର ପ୍ରଶଂସା ଲାଭ କରିଥିଲେ। ୨୦୨୩ ମସିହାରେ ଟ୍ରାଇଲ ବାଏ ଫାଇର (Trial by Fire) ରେ ତାଙ୍କ କାମ ପାଇଁ ସେ ୨୦୨୩ Filmfare OTT Awards ରେ ଡ୍ରାମା ଶ୍ରେଣୀର ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଥିଲେ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ରାଜଶ୍ରୀ ଦେଶପାଣ୍ଡେ ମହାରାଷ୍ଟ୍ରର ଔରଙ୍ଗାବାଦରେ ଜଣେ କର୍ମଜୀବୀ ପରିବାରରେ ଜନ୍ମ ନେଇଥିଲେ। ସେ ତିନି ଭାଇଭଉଣୀଙ୍କ ମଧ୍ୟରୁ ସବୁଠାରୁ ଛୋଟ। ସେ Symbiosis Law School ରୁ ଆଇନ ବିଷୟରେ ସ୍ନାତକ ଡିଗ୍ରୀ ଏବଂ Symbiosis International University ରୁ ବିଜ୍ଞାପନ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ। ନିଜକୁ ଆର୍ଥିକ ଭାବେ ସମର୍ଥନ କରିବା ପାଇଁ ସେ ବିଜ୍ଞାପନ ଶିଳ୍ପରେ ପ୍ରବେଶ କରିଥିଲେ, କିନ୍ତୁ ଶୀଘ୍ର ଅଭିନୟକୁ ନିଜର ମୂଳ ଆହ୍ୱାନ ଭାବେ ଚିହ୍ନଟ କରିଥିଲେ। ସେ ମୁମ୍ବାଇର Whistling Woods International ରୁ ଚଳଚ୍ଚିତ୍ର ନିର୍ମାଣରେ ଡିପ୍ଲୋମା ମଧ୍ୟ ଅର୍ଜନ କରିଛନ୍ତି।[୨]
କର୍ମ ଜୀବନ
[ସମ୍ପାଦନା]ଦେଶପାଣ୍ଡେ ୨୦୧୨ ମସିହାରେ ଆମିର ଖାନ୍ ଅଭିନୀତ Talaash ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକା ମାଧ୍ୟମରେ ବଲିଉଡ୍ରେ ତାଙ୍କର ପ୍ରଥମ ପ୍ରବେଶ କରିଥିଲେ। ପରେ ସେ ୨୦୧୩ ମସିହାରେ ଟେଲିଭିଜନ୍କୁ ଯାଇ କୁଛ୍ ତୋ ଲୋଗ୍ କହଙ୍ଗେ ଏବଂ 24: India ଧାରାବାହିକରେ ଅଭିନୟ କରିଥିଲେ। ତାପରେ ସେ ପୁଣିଥରେ ବଡ଼ ପରଦାକୁ ଫେରି କିକ୍ ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକା କରିଥିଲେ।
୨୦୧୫ ମସିହାରେ ସେ ମଲୟାଳମ ଚଳଚ୍ଚିତ୍ର ହାରାମ ରେ ଦୁଇଟି ଭୂମିକାରେ ଅଭିନୟ କରିଥିଲେ। ହିନ୍ଦୀ ସିନେମାରେ ପାନ୍ ନଲିନ୍ଙ୍କ Angry Indian Goddesses ଚଳଚ୍ଚିତ୍ରରେ “ଲକ୍ଷ୍ମୀ” ଚରିତ୍ରରେ ତାଙ୍କ ଅଭିନୟ ତାଙ୍କୁ ବଡ଼ ମଞ୍ଚ ଦେଇଥିଲା। ଏହି ଚଳଚ୍ଚିତ୍ରଟି Toronto International Film Festival ରେ People’s Choice Award (1st Runner-up) ଓ Rome Film Festival ରେ People’s Choice Award ଲାଭ କରିଥିଲା।[୩]
୨୦୧୭ ମସିହାରେ ସେ ସନାଲ କୁମାର ସସିଧରନଙ୍କ Sexy Durga ଚଳଚ୍ଚିତ୍ରରେ ପ୍ରଧାନ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି Rotterdam Film Festival ରେ Tiger Award ଜିତିଥିଲା।[୪]
୨୦୧୮ ମସିହାରେ ସେ James Watkins ନିର୍ଦ୍ଦେଶିତ BBC One ଧାରାବାହିକ McMafia ମାଧ୍ୟମରେ ଡିଜିଟାଲ୍ ମାଧ୍ୟମରେ ପ୍ରବେଶ କରିଥିଲେ।[8] ସେ Netflix ର ଲୋକପ୍ରିୟ ଧାରାବାହିକ Sacred Games ରେ ମଧ୍ୟ ଦେଖାଯାଇଥିଲେ, ଯାହାକୁ ଅନୁରାଗ କଶ୍ୟପ ନିର୍ଦ୍ଦେଶନା କରିଥିଲେ।[9][10] ଏଥିରେ ସେ “ସୁଭଦ୍ରା” ଚରିତ୍ରରେ ଅଭିନୟ କରିଥିଲେ ଏବଂ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଚରିତ୍ରର ଘରଣୀ ଭୂମିକାରେ ତାଙ୍କ ଅଭିନୟ ପ୍ରଶଂସିତ ହୋଇଥିଲା।[୫]
ଧାରାବାହିକରେ ଏକ ନଗ୍ନ ଦୃଶ୍ୟ ଥିବାରୁ କିଛି ଦର୍ଶକ ତାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ଅଭିନେତ୍ରୀ ବୋଲି ଅଭିଯୋଗ କରିଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏଥିରେ ଦେଶପାଣ୍ଡେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ସେ କୌଣସି ଭୁଲ କାମ କରିନାହାନ୍ତି।[୫] ପରେ ସେ ନନ୍ଦିତା ଦାସଙ୍କ Manto ଚଳଚ୍ଚିତ୍ରରେ ଲେଖିକା ଇସ୍ମତ୍ ଚୁଗତାଇଙ୍କ ଭୂମିକାରେ ଅଭିନୟ କରିଥିଲେ।
୨୦୨୫ ମସିହାରେ Satyashodhak ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ପାଇଁ ସେ Filmfare Critics Award for Best Actress – Marathi ପୁରସ୍କାର ଜିତିଥିଲେ।[୬]
ଆଧାର
[ସମ୍ପାଦନା]- ↑ "नवाजुद्दीन सिद्दीकी संग एक्ट्रेस ने दिया इंटीमेट सीन, हुआ पछतावा, बोलीं- 'फिर सेक्स तो...'". Jansatta (in ହିନ୍ଦୀ). 2023-12-30. Retrieved 2026-03-11.
- ↑ "Female Idol Blog Series – A Rendezvous With Rajshri Deshpande". WMF (in ଆମେରିକୀୟ ଇଂରାଜୀ). Archived from the original on 2018-01-20. Retrieved 2026-03-11.
- ↑ "'Angry Indian Goddesses' wins runner-up award at TIFF". The Indian Express (in ଇଂରାଜୀ). 2015-09-21. Retrieved 2026-03-11.
- ↑ "Sasidharan's Sexy Durga wins a coveted award at Rotterdam Film Festival". Hindustan Times (in ଇଂରାଜୀ). 2017-02-06. Retrieved 2026-03-11.
- 1 2 "India Netflix actor Rajshri Deshpande 'disgusted by porn star label'" (in ବ୍ରିଟିଶ୍ ଇଂରାଜୀ). 2018-07-19. Retrieved 2026-03-11.
- ↑ शिकलगार, स्वालिया न (2025-07-11). "Filmfare Marathi Awards 2025 | 'पाणी' ठरला सर्वोत्कृष्ट चित्रपट; प्राजक्ताच्या 'फुलवंती'ची हवा, वाचा Winners List". Pudhari News (in ମରାଠୀ). Retrieved 2026-03-11.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |