ରାଜମୋହନ ଗାନ୍ଧୀ
ରାଜମୋହନ ଗାନ୍ଧୀ | |
|---|---|
Gandhi in 1960 | |
| Member of Parliament, Rajya Sabha[୧] | |
| କାର୍ଯ୍ୟକାଳ 1990-92 | |
| ନିର୍ବାଚନ ମଣ୍ଡଳୀ | Uttar Pradesh |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୭ ଅଗଷ୍ଟ ୧୯୩୫ New Delhi, British India |
| ରାଜନୀତିକ ଦଳ | Aam Aadmi Party |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | Janata Dal |
| ଜୀବନ ସାଥୀ | Usha Gandhi |
| ସନ୍ତାନ | 2 |
| ବାପା | Devdas Gandhi |
| ସମ୍ପର୍କୀୟ | Ramchandra Gandhi (brother) Gopalkrishna Gandhi (brother) Mahatma Gandhi (paternal grandfather) Kasturba Gandhi (paternal grandmother) C. Rajagopalachari (maternal grandfather) |
| ବୃତ୍ତି | Biographer, journalist, politician |
| ପୁରସ୍କାର | International Humanitarian Award (human rights) |
| ୱେବସାଇଟ | Official website |
ରାଜମୋହନ ଗାନ୍ଧୀ, ମହାତ୍ମା ଗାନ୍ଧୀଙ୍କର ପୌତ୍ର ଏବଂ ଭାରତର ଜଣେ ପ୍ରମୁଖ ଶିକ୍ଷାବିଦ୍, ରାଜନୈତିକ କର୍ମୀ ଓ ଜୀବନୀ ଲେଖକ ଅଟନ୍ତି । ନୂଆଦିଲ୍ଲୀ, ଭାରତରେ ୧୯୩୫ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । rରଜମୋହନଙ୍କ ଶିକ୍ଷାର ଆରମ୍ଭ ମଡର୍ନ୍ ସ୍କୁଲ୍ରେ ହୋଇଥିଲା । ବର୍ତ୍ତମାନ ସେ ଦିଲ୍ଲୀସ୍ଥ ସେଣ୍ଟର ଫର୍ ପଲିସି ଷ୍ଟଡିଜ୍ରେ ରିସର୍ଚ୍ଚ ପ୍ରୋଫେସର୍ ଭାବେ କାର୍ଯ୍ୟରତ । ସେହିପରି ସେ ଅମେରିକାର ଇଲିନଏାଇ ବିଶ୍ୱବିଦ୍ୟାଳୟ (ଅର୍ବାନା–ଶ୍ୟାମ୍ପେନ୍)ରେ ମଧ୍ୟ ଜଣେ ଭିଜିଟିଙ୍ଗ୍ ପ୍ରୋଫେସର୍ । ତାଙ୍କଦ୍ୱାରା ରଚିତ ଜୀବନୀ ‘ରାଜାଜୀ : ଏ ଲାଇଫ୍’ ପାଇଁ ସେ ୨୦୦୧ ମସିହାରେ ସାହିତ୍ୟ ଏକାଡେମି ପୁରସ୍କାରରେ ସମ୍ମାନିତ ହୋଇଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ରାଜମୋହନ ଗାନ୍ଧୀଙ୍କ ଜନ୍ମ 7 ଅଗଷ୍ଟ 1935 ରେ ନୂଆଦିଲ୍ଲୀରେ ଦେବଦାସ ଓ ଲକ୍ଷ୍ମୀ ଗାନ୍ଧୀଙ୍କ ଗୃହେ ହୋଇଥିଲା। ସେଙ୍କ ପିତା ହିନ୍ଦୁସ୍ତାନ ଟାଇମ୍ସର ‘ମ୍ୟାନେଜିଙ୍ଗ୍ ଏଡିଟର୍’ ଥିଲେ। ରାଜମୋହନ ଗାନ୍ଧୀ ସେଣ୍ଟ୍ ସ୍ଟିଫେନ୍ସ କଲେଜ୍ରେ ପଢିଥିଲେ। ସେଙ୍କର ମାମା (ମା’ଙ୍କ ପିତା) ଥିଲେ ଚକ୍ରବର୍ତୀ ରାଜାଗୋପାଳାଚାରୀ — ଭାରତର ଶେଷ ‘ଗଭର୍ନର୍ ଜେନେରାଲ୍’ (ଲର୍ଡ୍ ଲୁଇସ୍ ମାଉଣ୍ଟବ୍ୟାଟନଙ୍କ ପରବର୍ତ୍ତୀ), ଯିଏ ମହାତ୍ମା ଗାନ୍ଧୀଙ୍କ ନିକଟତମ ସହଚରମାନଙ୍କ ମଧ୍ୟରୁ ଜଣେ ଥିଲେ।
ରାଜନୀତି
[ସମ୍ପାଦନା]୧୯୮୯ ମସିହାରେ ସେ ଜନତା ଦଳରେ ଯୋଗଦେଇଥିଲେ ଏବଂ ରାଜୀବ ଗାନ୍ଧୀଙ୍କ ବିରୋଧରେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ, କିନ୍ତୁ ଜିତି ପାରିଲେ ନାହିଁ ।[୨] ୧୯୯୦–୯୨ ମସିହାରେ ସେ ରାଜ୍ୟସଭାରେ ସଦସ୍ୟ ହୋଇଥିଲେ ଏବଂ ୧୯୯୦ରେ ଜେନିଭାରେ ୟୁ.ଏନ୍. ହ୍ୟୁମାନ୍ ରାଇଟ୍ସ କମିଶନ୍କୁ ଭାରତୀୟ ପ୍ରତିନିଧିମଣ୍ଡଳକୁ ନେଇଥିଲେ। ଭାରତୀୟ ସଂସଦରେ ସେ ନିର୍ଦ୍ଦିଷ୍ଟ ଜାତି ଓ ନିର୍ଦ୍ଦିଷ୍ଟ ଜନଜାତିଙ୍କ ସ୍ଥିତି ବିଷୟରେ ସଂଯୁକ୍ତ ସଭା କମିଟିର ସଭାପତି ଥିଲେ ।୨୦୧୪ ମସିହାରେ ସେ ‘ଆମ୍ ଆଦମୀ ପାର୍ଟି’ରେ ଯୋଗଦେଲେ । ପୁଣିଥରେ ସେ ପୂର୍ବ ଦିଲ୍ଲୀ ନିର୍ବାଚନ କ୍ଷେତ୍ରରୁ ଲୋକସଭା ପାଇଁ ପ୍ରାର୍ଥୀ ହେଲେ, କିନ୍ତୁ ପରାଜିତ ହେଲେ ।[୩]
ଶିକ୍ଷାଜୀବନ ଓ ସାମାଜିକ କାର୍ଯ୍ୟ
[ସମ୍ପାଦନା]୧୯୬୦ ଓ ୧୯୭୦ ଦଶକର ଆରମ୍ଭରେ, ରାଜମୋହନ ଗାନ୍ଧୀ ଇନିସିଆଟିଭ୍ସ୍ ଅଫ୍ ଚେଞ୍ଜ୍ (Initiatives of Change)ର ପଞ୍ଚଗଣୀ (ପଶ୍ଚିମ ଭାରତର ପର୍ବତଶ୍ରେଣୀ)ରେ ଥିବା ସମ୍ମିଳନୀ କେନ୍ଦ୍ର ଆସିଆ ପ୍ଲାଟୋ ସ୍ଥାପନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।
୨୦୦୨ ମସିହାରେ ସେ ନିଜ ମା’ଙ୍କ ପିତା *ଚକ୍ରବର୍ତୀ ରାଜାଗୋପାଳାଚାରୀ (1878–1972)*ଙ୍କ ଜୀବନୀ “ରାଜାଜୀ: ଏ ଲାଇଫ୍” ପାଇଁ ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ।
ତାଙ୍କର ଅନ୍ୟାନ୍ୟ ଗ୍ରନ୍ଥଗୁଡ଼ିକ —
- ଗଫ଼ର୍ ଖାନ୍: ନନ୍ଭାଇଲେଣ୍ଟ ବାଦ୍ଶାହ୍ ଅଫ୍ ଦି ପଖ୍ତୁନ୍ସ (2004)
- ରିଭେଞ୍ଜ୍ ଅଣ୍ଡ୍ ରିକନସିଲିଏସନ୍: ଅଣ୍ଡରଷ୍ଟ୍ୟାଣ୍ଡିଂ ସାଉଥ୍ ଏସିଆନ୍ ହିଷ୍ଟୋରି (1999)
- ପଟେଲ୍: ଏ ଲାଇଫ୍ — ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ସର୍ଦାର୍ ବଲ୍ଲଭଭାଇ ପଟେଲଙ୍କ ଜୀବନୀ (1990)
- ଏଟ୍ ଲାଇଭ୍ସ: ଏ ଷ୍ଟଡି ଅଫ୍ ଦି ହିନ୍ଦୁ-ମୁସ୍ଲିମ୍ ଇନକାଉଣ୍ଟର୍ (1987)
ତାଙ୍କର ପୂର୍ବତନ ଗ୍ରନ୍ଥ ଦି ଗୁଡ୍ ବୋଟମ୍ୟାନ୍: ଏ ପୋର୍ଟ୍ରେଟ୍ ଅଫ୍ ଗାନ୍ଧୀ ୨୦୦୯ ମସିହାରେ ବେଇଜିଙ୍ଗ୍ରେ ଚାଇନିଜ୍ ଅନୁବାଦରେ ପ୍ରକାଶିତ ହୋଇଥିଲା । ତାଙ୍କର ସବୁଠାରୁ ନୂଆ ପ୍ରକାଶନ ପଞ୍ଜାବ (୨୦୧୩) — ଯେଉଁଥିରେ ଔରଙ୍ଗଜେବଙ୍କ ମୃତ୍ୟୁଠାରୁ ଆରମ୍ଭ କରି ଭାରତ ବିଭାଜନ ପର୍ଯ୍ୟନ୍ତ ଅଭିଭକ୍ତ ପଞ୍ଜାବର ଇତିହାସ ଦିଆଯାଇଛି।[୪]
ଇଲିନଏଇ ବିଶ୍ୱବିଦ୍ୟାଳୟରେ ପଢାଇବା ପୂର୍ବରୁ, ସେ ଦିଲ୍ଲୀସ୍ଥ ସେଣ୍ଟର୍ ଫର୍ ପଲିସି ରିସର୍ଚ୍ଚରେ ରିସର୍ଚ୍ଚ ପ୍ରୋଫେସର୍ ଥିଲେ । ୧୯୮୫–୮୭ ମସିହାରେ ସେ ଇଣ୍ଡିଆନ୍ ଏକ୍ସପ୍ରେସ୍ (ମାଦ୍ରାସ୍, ବର୍ତ୍ତମାନ ଚେନ୍ନାଇ)ର ସମ୍ପାଦକ ଥିଲେ । ୨୦୦୪ ମସିହାରେ ସେ ଇଣ୍ଟରନ୍ୟାସନାଲ୍ ହ୍ୟୁମାନିଟାରିଆନ୍ ଆୱାର୍ଡ (ହ୍ୟୁମାନ୍ ରାଇଟ୍ସ) (ଚାମ୍ପେନ୍, ଇଲିନାସ) ପାଇଥିଲେ । ୧୯୯୭ରେ ସେ କାଲଗେରି ବିଶ୍ୱବିଦ୍ୟାଳୟରୁ ‘ଡକ୍ଟର୍ ଅଫ୍ ଲ’ (ଗୌରବ) ଓ ଟୋକିଓର ଓବିରିନ୍ ବିଶ୍ୱବିଦ୍ୟାଳୟରୁ ‘ଡକ୍ଟର୍ ଅଫ୍ ଫିଲୋସଫି’ (ଗୌରବ) ସମ୍ମାନ ପାଇଥିଲେ ।
ସେ ବର୍ତ୍ତମାନ ନ୍ୟୁରେମ୍ବର୍ଗ୍ ଇଣ୍ଟରନ୍ୟାସନାଲ୍ ହ୍ୟୁମାନ୍ ରାଇଟ୍ସ ଆୱାର୍ଡର ନ୍ୟାୟମଣ୍ଡଳୀ ସଦସ୍ୟ ଏବଂ ଗୁରଗାଁସ୍ଥ ସେଣ୍ଟର୍ ଫର୍ ଡାଏଲଗ୍ ଏଣ୍ଡ୍ ରିକନସିଲିଏସନ୍ର ସହ-ସଭାପତି। ୨୦୧୯ ରେ ସେ ଏ ନ୍ୟୁ ଦିଭାନ୍: ଏ ଲିରିକାଲ୍ ଡାଏଲଗ୍ ବିଟୁଇନ୍ ଇଷ୍ଟ୍ ଏଣ୍ଡ୍ ୱେଷ୍ଟ୍ ଗ୍ରନ୍ଥରେ ସହ-ଲେଖକ ଥିଲେ ।
୨୦୧୮ ମସିହାରେ ସେ ଅକ୍ସଫୋର୍ଡ୍ ୟୁନିଅନ୍ରେ ଭାରତ ବିଭାଜନର ବିରୋଧ କରିଥିଲେ ଏବଂ କହିଥିଲେ —“To welcome Partition is to imply that people with different backgrounds and different blood-lines cannot live together in one nation. A regressive suggestion.”
("ବିଭାଜନକୁ ସ୍ୱାଗତ କରିବାର ଅର୍ଥ, ଭିନ୍ନ ପୃଷ୍ଠଭୂମି କିମ୍ବା ଭିନ୍ନ ଜାତି, ଧର୍ମର ଲୋକମାନେ ଏକ ଦେଶରେ ରହିପାରିବେ ନାହିଁ — ଏହା ଏକ ପଛୁଆ ଧାରଣା ।" )
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ରାଜମୋହନ ଗାନ୍ଧୀଙ୍କ ସ୍ତ୍ରୀଙ୍କ ନାମ ଉଷା । ସେମାନଙ୍କର ଦୁଇଜଣ ସନ୍ତାନ ଅଛନ୍ତି ।[୫]
ଆଧାର
[ସମ୍ପାଦନା]- ↑ "Rajya Sabha members biographical sketches 1952 - 2003" (PDF). Rajya Sabha. Retrieved 4 September 2017.
- ↑ "Wayback Machine" (PDF). eci.nic.in. Retrieved 2025-09-28.
- ↑ "Election results 2014: Many offsprings of politicos get a thumbs down in polls". The Economic Times. 2014-05-18. ISSN 0013-0389. Retrieved 2025-09-30.
- ↑ "Life of letters". The Hindu (in Indian English). 2012-10-26. ISSN 0971-751X. Retrieved 2025-09-28.
- ↑ "Society of Construction Law |". www.rajmohangandhi.com (in ଇଂରାଜୀ). Retrieved 2025-09-28.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |