ରାଜକିଶୋର ପାଣିଗ୍ରାହୀ
ରାଜକିଶୋର ପାଣିଗ୍ରାହୀ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୨ ଡିସେମ୍ବର ୧୯୪୮ କଣ୍ଟାବାଡ଼, ବେଗୁନିଆ, ଖୋର୍ଦ୍ଧା |
| ବୃତ୍ତି | ପ୍ରଧାନ ଶିକ୍ଷକ |
| ଭାଷା | ଓଡ଼ିଆ |
| ନାଗରିକତା | ଭାରତୀୟ |
| ପୁରସ୍କାର | ପ୍ରକୃତି ବନ୍ଧୁ ପୁରସ୍କାର |
| ଜୀବନସାଥୀ | ମାଳତୀ ପାଣିଗ୍ରାହୀ |
| ସନ୍ତାନ | ସୁଧାଂଶୁ ଶେଖର ପାଣିଗ୍ରାହୀ, ହିମାଂଶୁ ଭୂଷଣ ପାଣିଗ୍ରାହୀ |
| ପିତାମାତା | ବ୍ରଜବନ୍ଧୁ ପାଣିଗ୍ରାହୀ, ରୂପା ଦେବୀ |
ରାଜକିଶୋର ପାଣିଗ୍ରାହୀ (ଜନ୍ମ: ୧୨ ଡିସେମ୍ବର ୧୯୪୮) ଜଣେ ଜଣାଶୁଣା ପରିବେଶବିତ୍, ଶିକ୍ଷକ ଓ ସାହିତ୍ୟିକ । ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ୍ ଅନ୍ତର୍ଗତ କାଣ୍ଟାବାଡ଼ ଠାରେ ଜନ୍ମଗ୍ରହଣ କରିଥିଲେ । ସେ ସେ ନିଜ ପରିବେଶ ସଂପର୍କିତ କୃତିତ୍ୱ ନିମନ୍ତେ ପ୍ରକୃତି ବନ୍ଧୁ ପୁରସ୍କାର ଓ ଶିକ୍ଷାଦାନ ନିମନ୍ତେ ରାଜ୍ୟପାଳଙ୍କ ଠାରୁ ସମ୍ମାନୀତ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ରାଜକିଶୋର ବାଲ୍ୟକାଳରୁ ପିତାଙ୍କୁ ହରାଇଥିଲେ ମଧ୍ୟ ନିଜର ଦୃଢ଼ ଆତ୍ମବିଶ୍ବାସ ଯୋଗୁଁ ସଫଳତାର ପାହାଚ ଗୋଟିଏ ପରେ ଗୋଟିଏ ଅତିକ୍ରମ କରିଥିଲେ । ଶିକ୍ଷକତାକୁ ବୃତ୍ତି ରୂପେ ଗ୍ରହଣ କରି ନେଇଥିଲେ ମଧ୍ୟ କ୍ରମେ ନିଜ ଗ୍ରାମ, ବିଦ୍ୟାଳୟ ଓ ଖାଲି ପଡ଼ିଥିବା ସ୍ଥାନମାନଙ୍କରେ ବୃକ୍ଷରୋପଣ କରିବା ଆରମ୍ଭ କଲେ । ତା' ସହିତ ସଂଗୀତ ରଚନା, ପରିବେଶ ସୁରକ୍ଷା ଓ ସଚେତନତା ସଂପର୍କିତ ଅନ୍ୟାନ୍ୟ ଲେଖାମାନ ନିୟମିତ ଭାବେ ଲେଖି ଚାଲିଲେ । ଲେଖାଲେଖି, ପୁସ୍ତକ ବଣ୍ଟନ ଓ ବୃ୍କ୍ଷରୋପଣ ତାଙ୍କର ନିଶା । ସେ କୁହନ୍ତି 'ଅନେକେ ମୋତେ ପୁସ୍ତକ ମଣିଷ ବୋଲି ଡାକନ୍ତି' । ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ନିମନ୍ତେ ତାଙ୍କୁ ୨୦୦୮ରେ ପ୍ରକୃତି ବନ୍ଧୁ ପୁରସ୍କାର ଓ ଶିକ୍ଷକତା ନିମନ୍ତେ ୨୦୦୫ରେ ରାଜ୍ୟପାଳ ପୁରସ୍କାରରେ ସମ୍ମାନୀତ କରାଯାଇଛି । ୨୦୦୬ରେ ଅବସର ନେଇଥିଲେ । 'ପଢ଼ିଲେ ଜାଣିବ, ଜାଣିଲେ ଜିଣିବ' ଏହି ବାଣୀକୁ ଆଧାର କରି ସେ ଆଜୀବନ ବାଟ ଚାଲିଛନ୍ତି । ପରିବେଶ ସଚେତନତା ସଂପର୍କିତ ସିଡ଼ି 'ବୃକ୍ଷମ୍ ଶରଣମ୍ ଗଚ୍ଛାମୀ' ମଧ୍ୟ ବହୁଳ ପ୍ରସାରିତ । ସେ ଅନେକ ନାଟକରେ ଅଭିନୟ ଓ ନିର୍ଦ୍ଦେଶନା ଦେବା ସହିତ ୩୦ରୁ ଉର୍ଦ୍ଧ୍ବ ସ୍ମରଣିକାର ସଂପାଦନା କରିଥିଲେ ।[୧]
ରଚନାବଳୀ
[ସମ୍ପାଦନା]- ଆସ ଆମେ ପଢ଼ିବା
- ସହଯୋଗ (୨ୟ, ୩ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସାମାଜିକ ପାଠ ସହାୟକ ପୁସ୍ତିକା)
- ଶପଥ ନେବା (ସ୍ବାସ୍ଥ୍ୟ ସଚେତନତା ଉପରେ କ୍ଷୁଦ୍ର ନାଟକ)
- ଆସ ଆମେ ଜାଣିବା ଏଡ଼ସକୁ ତଡ଼ିବା
- ଝୁଲାମୁଣି (ନୀତିଶିକ୍ଷା)
- ଝିଅ ନୁହେଁ ପୁଅ (କନ୍ୟାଭୃଣ ସୁରକ୍ଷା ନିମନ୍ତେ)
- ସ୍ବାସ୍ଥ୍ୟ ସଂଗୀତ
- ମିଠା କଥା (ନୀତିଶିକ୍ଷା)
- ପରିବେଶ ଚିନ୍ତା
- ଆମେ କ'ଣ ବାଞ୍ଝ ହେବା ? (ନିଶା ନିବାରଣ ନିମନ୍ତେ)
- ଟିକି ଟିକି ଫୁଲ (କବିତା)
- ଭକ୍ତିପୁଷ୍ପ
- ମୁଁ ଗଛ କହୁଛି (ବୃକ୍ଷର ଉପକାରୀତା)
- ବଉଳା ଲେଖିଛି ପତର ( ଗୋଧନ ସୁରକ୍ଷା)
- ଓଲଟପାଲଟ
- ପାହାଡ଼ ଆଖିରେ ଲୁହ (ପାହାଡ଼ ସୁରକ୍ଷା)
- ବୃଷଭ ଉବାଚ
- ଜୀବନ୍ତ ଦେବତା (ପିତାମାତାଙ୍କ ସମ୍ବନ୍ଧେ)
- ସିଏ ପରା ମୋ ଶ୍ରୀମତୀ
- ଜାଣିବା (ପାଳନ କରାଯାଉଥିବା ବିଭିନ୍ନ ଦିବସ)
- ସେ ପରା ଶ୍ରୀଜଗନ୍ନାଥ
- ଅନନ୍ୟ ଶ୍ରୀଜଗନ୍ନାଥ
- ପାରିକର ଶ୍ରୀଜଗନ୍ନାଥ
- ଧନ୍ୟଧନ୍ୟ ସୁଦର୍ଶନ
- ପ୍ରେମର ଠିକଣା
- ପ୍ରେମ
- ପ୍ରୀତି ଦୀପାଳି
- ବେଙ୍ଗ କହେ ବେଙ୍ଗୁଲିଲୋ
- ପଢ଼ନ୍ତୁ
- ଜୟ ଜଗନ୍ନାଥ
- ଶିଶୁ ହସିଲେ
- ପ୍ରୀତି ପସରା
- ବାଃ ବାଃରେ ମଣିଷ ୨୦୨୫
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ପ୍ରକୃତି ବନ୍ଧୁ: ଜିଲ୍ଲା ପରିବେଶ ସମିତି, ଖୋର୍ଦ୍ଧା, ୨୦୦୮
- ରାଜ୍ୟପାଳଙ୍କ ପକ୍ଷରୁ ଶ୍ରେଷ୍ଠ ଶକ୍ଷକ ସମ୍ମାନ, ୨୦୦୫
- ସରଗଶଶୀ ରାଜ୍ୟସ୍ତରୀୟ ସମ୍ମାନ
- ବୋଲଗଡ଼ ମହୋତ୍ସବ ସମ୍ମାନ
- କୋଣାର୍କ ସାହିତ୍ୟ ସଂସଦ ସମ୍ମାନ