Jump to content

ରାଖି ବିଜନ

ଉଇକିପିଡ଼ିଆ‌ରୁ
ରାଖି ବିଜନ
ଜନ୍ମ
ରାଖି ବିଜନ
ସକ୍ରିୟ ବର୍ଷ୧୯୯୩ – ଏବେଯାଏଁ
ପ୍ରସିଦ୍ଧିହମ୍ ପାଞ୍ଚ ଧାରାବାହିକରେ ସୁଇଟି ମାଥୁର
ସାଜନ ରେ ଫିର୍ ଝୁଟ୍ ମତ୍ ବୋଲୋରେ ମୋନିକା ମାଲପାନି
ବୈବାହିକ-ସାଥୀରାଜୀବ ଟଣ୍ଡନ (୨୦୦୪ – ୨୦୧୦; ଛାଡ଼ପତ୍ର)

ରାଖି ବିଜନ ଜଣେ ଭାରତୀୟ ଅଭିନେତ୍ରୀ । ସେ ହିନ୍ଦୀ କଥାଚିତ୍ର ଓ ଧାରାବାହିକରେ ଅଭିନୟ କରିଛନ୍ତି ଏବଂ ହମ୍ ପାଞ୍ଚ ଧାରାବାହିକରେ ସୁଇଟି ମାଥୁର ଓ ସାଜନ ରେ ଫିର୍ ଝୁଟ୍ ମତ୍ ବୋଲୋଧାରାବାହିକରେ ମୋନିକା ମାଲପାନି ଭଳି ଚରିତ୍ରରେ ଅଭିନୟ ପାଇଁ ଜଣାଶୁଣା ।[] ସେ ଦେଖ ଭାଇ ଦେଖ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ୧୯୯୭ ମସିହାର ଟିଭି ଫିଲ୍ମ ହମ୍‌କୋ ଇସ୍କ ନେ ମାରାରେ ଅଭିନୟ କରିଥିଲେ । ୨୦୦୮ ମସିହାର କଥାଚିତ୍ର ଗୋଲ୍‌ମାଲ୍ ରିଟର୍ଣ୍ଣସ୍‌ରେ ସେ ଅନ୍ଥୋନି ଗୋନ୍‌ସାଲ୍‌ଭିସ୍‌ଙ୍କର ପତ୍ନୀ ଭୂମିକାରେ ଅଭିନୟ କରିଥିଲେ । ଷ୍ଟାର୍‌ ପ୍ଲସ୍‌ର ଧାରାବାହିକ ଫାଲ୍‌ତୁରେ ସେ ଶେଷଥର ପାଇଁ ଅଭିନୟ କରିଛନ୍ତି । ୨୦୦୮ ମସିହାରେ ସେ ଟିଭି ରିଆଲିଟି ଶୋ ବିଗ୍ ବସ୍‌ର ସିଜିନ୍ ୨ରେ ସେ ଜଣେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ ।[]

ସେ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଭାଇ ରାଜୀବ ଟଣ୍ଡନଙ୍କୁ ୨୦୦୪ ମସିହାରେ ବିବାହ କରିଥିଲେ ଏବଂ ୨୦୧୦ ମସିହାରେ, ଉଭୟଙ୍କର ଛଡ଼ପତ୍ର ହୋଇଥିଲା ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ହମ୍‌କୋ ଇସ୍କ ନେ ମାରା (୧୯୯୭)
  • ମନି ହୈ ତୋ ହନି ହୈ (୨୦୦୮) : ମୁକ୍ତି କପୁର
  • ଗୋଲମାଲ ରିଟର୍ଣ୍ଣସ୍ (୨୦୦୮) : ଜୁଲି ଗୋନସାଲ୍‌ବିସ୍
  • ସଦିୟାଁ (୨୦୧୦)
  • ଥ୍ୟାଙ୍କ୍ ୟୁ (୨୦୧୧): କିଙ୍ଗ୍‌ର ସ୍ତ୍ରୀ
  • କ୍ରିଶ ୩ (୨୦୧୩) : ଶର୍ମାର ସ୍ତ୍ରୀ

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା
୧୯୯୪ ବନେଗି ଅପ୍‌ନି ବାତ୍ ଶ୍ରଦ୍ଧା
୧୯୯୫ ବାତ୍ ବନ୍ ଜାୟେ ରାଖି
ହମ୍ ପାଞ୍ଚ୍ ସ୍ୱିଟି ମାଥୁର
ତେହକିକତ୍ ସପ୍ନା
୧୯୯୬ ହମ୍ ଆପ୍‌କେ ହୈଁ ୱୋ ତେଜି
୧୯୯୬-୧୯୯୭ ମି. ମିଣ୍ଟୂ
୧୯୯୮ ହୀନା ରୁବି
୧୯୯୯ ହେରା ଫେରି ରଶ୍ମି ପ୍ରେମି
ପ୍ରଫେସର୍ ପ୍ୟାରେଲାଲ କିରଣ
୨୦୦୨ ହମ୍ ହୈଁ ଦିଲ୍‌ୱାଲେ ରୀନା
୨୦୦୩–୨୦୦୭ ଜସ୍ସି ଜୈସ୍ସି କୋଇ ନେହିଁ ଅଞ୍ଜଲି "ଆଞ୍ଜେଲ" ସୁରି
୨୦୦୩ ପ୍ୟାର୍ ଜିନ୍ଦଗୀ ହୈ ସିମି
୨୦୦୪ ଜାସୁସ୍ ୦୦୫
୨୦୦୬ ଜନି ଆଲା ରେ ଉପସ୍ଥାପିକା
ପାର୍ଟି
୨୦୦୭–୨୦୦୮ ଜିୟା ଜଲେ
୨୦୦୮ ବିଗ୍ ବସ୍ ୨ ପ୍ରତିଯୋଗୀ
୨୦୧୦–୨୦୧୧ ଗୀତ୍ – ହୁଇ ସବ୍‌ସେ ପ୍ୟାରି ସୁଇଟି ଚଢା
୨୦୧୧–୨୦୧୩ ମିଷ୍ଟ୍ରେସ୍ କୀ ପାଞ୍ଚ ବହୁୟେଁ ବିଲ୍ଲୋ ରାନୀ
୨୦୧୨–୨୦୧୪ ମଧୁବାଲା – ଏକ୍ ଇସ୍କ ଏକ୍ ଜୁନୁନ୍ ରୋମା
୨୦୧୫–୨୦୧୬ ଗଙ୍ଗା ପ୍ରଭା
୨୦୧୬ ଡର୍ ସବ୍‌କୋ ଲଗ୍‌ତା ହୈ ରୀତା
୨୦୧୭ ମେରି ଦୁର୍ଗା ସୁଭ୍ରା
୨୦୧୭-୨୦୧୮ ସାଜନ୍ ରେ ଫିର୍ ଝୁଟ୍ ମତ୍ ବୋଲୋ ମୋନିକା ମାଲପାନି
୨୦୧୯–୨୦୨୦ ନାଗିନ୍ ୪ କେତକି ରସିକ ପାରେକ
୨୦୨୦ ତେରା କ୍ୟା ହୋଗା ଆଲିଆ ତାରାର ମାଆ
୨୦୨୨–୨୦୨୩ ଫାଲ୍‌ତୁ ସୁମିତ୍ରା
  1. Hum Paanch back on TV: My father hasn't watched a single episode of the show, reveals Rakhi Vijan aka Sweety l
  2. "Humko Ishq Ne Mara". IMDb. 20 December 1997.
  3. "Filing for divorce". Mumbai Mirror. Retrieved 16 July 2024.

ବାହାର ଲିଙ୍କ୍

[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ରାଖି ବିଜନ