ରସଗୋଲା ଦିବସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ରସଗୋଲା ଦିବସ
Bikalkar rasagola.gif
ବିକଳାନନ୍ଦ କର ନାଲି ରସଗୋଲା
ନାମ ରସଗୋଲା ଦିବସ
ପାଳନକାରୀ ମିଷ୍ଟାନ୍ନ ପ୍ରେମୀ
ଧର୍ମାନୁଷ୍ଠାନ ରସଗୋଲା ପୂଜା ପରେ ବଣ୍ଟନ
ତାରିଖ ନିଳାଦ୍ରୀ ବିଜେ ଦିନ(୨୦୧୫ମସିହା ପାଇଁ ୩୦ ଜୁଲାଇ)
ପୌନଃପୁନିକତା ବାର୍ଷିକ
ସମ୍ପର୍କିତ ଓଡ଼ିଶା,ଓଡ଼ିଆ

ରସଗୋଲା ଦିବସ ରସଗୋଲାର ପରିଚିତି ବିଶ୍ୱବ୍ୟାପୀ ଅଧିକ ଜଣାଇବା ପାଇଁ ପାଳିତ ଏକ ସାମାଜିକ ଦିବସ । ୨୦୧୫ ଜୁଲାଇ ୪ ତାରିଖରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଏହା ପ୍ରଥମେ ସୋସିଆଲ ମିଡ଼ିଆରେ ପ୍ରଚାରରୁ ଆରମ୍ଭ ହୋଇଥିଲା ଓ ପରେ ସମ୍ବାଦ ଖବରକାଗଜ ଓ ରେଡ଼ିଓ ଚକୋଲେଟ ପାହାଳର "କେଳୁ ବେହେରା ମିଠା ବ୍ୟବସାୟୀ ମହାସଂଘ" ସହ ମିଶି ଏହାକୁ ଓଡ଼ିଶାରେ ଜନପ୍ରିୟ କରାଇଥିଲେ ।[୧] ଭୁବନେଶ୍ୱରରେ ପାଳିତ ଏହି ଉତ୍ସବରେ ୧୦ରୁ ଅଧିକ ରସଗୋଲା ଦୋକାନରୁ ପାଳଙ୍ଗ, ପୋଦିନା, ଅମୃତଭଣ୍ଡା ଆଦି ନାନାଦି ଉପାଦାନ ଥାଇ ରସଗୋଲା ପରିବେଷଣ କରିଥିଲେ । [୨] ରସଗୋଲା ଓଡ଼ିଶାର ପୁରୀ ସହରରୁ କ୍ଷୀରମୋହନ ଭାବେ ଜନ୍ମିଥିବାର ଜଣାଯାଏ । ନଥିକରଣର ଅଭାବ ହେତୁ ସଠିକ ମସିହା ଲିପିବଦ୍ଧ ହୋଇପାରିନଥିଲା । ତେବେ ପୁରୀରୁ ଆରମ୍ଭ ହୋଇ ପରେ ଏହା କଟକର ସାଲେପୁରଭୁବନେଶ୍ଵରର ପାହାଳଠାରେ ପୁରୁଷ ପୁରୁଷ ଧରି ପରମ୍ପରାଗତ ବେଉସାରେ ପରିଣତ ହୋଇଥିଲା । ଜଗନ୍ନାଥ ମନ୍ଦିରଙ୍କ ରୋଷଘରେ ତିଆରି ହେଉଥିବା କ୍ଷୀରମୋହନ (ରସଗୋଲା) ପରେ ପଶ୍ଚିମ ବଙ୍ଗର ନବୀନ ଚନ୍ଦ୍ର ଦାସଙ୍କ ଦେଇ ପରିବର୍ତ୍ତିତ ହୋଇଥିଲା ।[୩] ପ୍ରଥମ ରସଗୋଲା ଦିବସ ପାଳନ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦେଇ ପୁରୀ ବେଳାଭୂମିରେ ଏକ "ରସଗୋଲା ଦିବସ" ଲେଖାଥିବା ବାଲୁକାକଳା ନିର୍ମାଣ ହୋଇଥିଲା । [୪]

ରସଗୋଲାର ଇତିହାସ[ସମ୍ପାଦନା]

ମୂଳ ଲେଖା: ରସଗୋଲା

ଜଗନ୍ନାଥ ମନ୍ଦିର ପରମ୍ପରାରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି ।[୫] ତେବେ ଏହା କେବେ ଆରମ୍ଭ ହେଲା ତାହା ବାବାଦରେ କୌଣସି ସଠିକ ପ୍ରମାଣ ଲିପିବଦ୍ଧ ନାହିଁ । ରଥଯାତ୍ରା ସମୟରେ ଅଭିମାନିନୀ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ରସଗୋଲା ଖୋଇବା ବିଧି ବଡ଼ଦେଉଳରେ ୬୦୦ରୁ ଅଧିକ ବର୍ଷର ପୁରୁଣା ।[୩] ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଓ ପାହାଳରେ ପ୍ରସ୍ତୁତ ରସଗୋଲା ଭାରତ ତଥା ଭାରତ ବାହାରେ ମଧ୍ୟ ପରିଚିତ । ଉନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ କେଳୁ ଚରଣ ବେହେରା ପାହାଳଠାରେ ରସଗୋଲା ପ୍ରସ୍ତୁତକରି ବ୍ୟବସାୟ ଆରମ୍ଭ କରିଥିଲେ ।[୬]

କିମ୍ବଦନ୍ତୀ[ସମ୍ପାଦନା]

ରଥଯାତ୍ରା ସମୟରେ ଭାଇ ଭଉଣୀଙ୍କୁ ଜଗନ୍ନାଥ ସାଥିରେ ଧରି ଫେରିବା ବେଳକୁ ଲକ୍ଷ୍ମୀ କ୍ରୋଧିତ ଥାଆନ୍ତି । ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ନିଜ ହାତରେ ରସଗୋଲା ତିଆରି କରି ତାଙ୍କୁ ଖୁଆଇ ଦେବାର ବିଧି ରହିଛି ।[୩]

ପାଳନ[ସମ୍ପାଦନା]

୨୦୧୫ ମସିହା ଜୁଲାଇ ୩୦ ତାରିଖରେ ନିଳାଦ୍ରୀ ବିଜେ ଅବସରରେ କେଳୁ ବେହେରା ମିଠା ବ୍ୟବସାୟୀ ସଙ୍ଘ ତରଫରୁ ପ୍ରଥମ କରି ଏହି ଦିବସ ପାଳନର ଯୋଜନା ନିଆଯାଇଥିଲା । ଏଥିପାଇଁ ସମ୍ବାଦ (ଖବରକାଗଜ), ରେଡ଼ିଓ ଚକୋଲେଟ ଆଦି ଅନୁଷ୍ଠାନ ଏହାର ପ୍ରଚାରପ୍ରସାର ଦାୟିତ୍ଵ ନେଇଥିଲେ ।[୭]

ଆଧାର[ସମ୍ପାଦନା]

  1. ପ୍ରଧାନ, ରଞ୍ଜନ (୩୦ ଜୁଲାଇ ୨୦୧୫). "ରସଗୋଲା ଦିବସ". ସମ୍ବାଦ. http://sambadepaper.com/epaperpdf/30072015/30-md-bm-13.pdf. Retrieved 30 July 2015. 
  2. "ରସାଇଲା ରସଗୋଲା". ସମ୍ବାଦ. ୩୧ ଜୁଲାଇ ୨୦୧୫. http://sambadepaper.com/epaperpdf%5C31072015%5C31-md-bm-19.pdf. Retrieved 31 July 2015. 
  3. ୩.୦ ୩.୧ ୩.୨ ପାଣିଗ୍ରାହୀ, ଶୁଭାଶିଷ (୩୦ ଜୁଲାଇ ୨୦୧୫). "ରସଗୋଲାର ଅନ୍ତୁଡ଼ିଶାଳ ଓଡ଼ିଶା". ସମାଜ. http://samajaepaper.com/epaper/svww_singleview.php?dir=1&page=6#. Retrieved 30 July 2015. 
  4. "ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ରସଗୋଲା ଦିବସ ଉପଲକ୍ଷେ ବାଲୁକା କଳା". ସମ୍ବାଦ. http://sambadepaper.com/Details.aspx?id=181992&boxid=22620779. Retrieved 31 July 2015. 
  5. Dutta, Ganesh. "Rasgulla: National Sweet of India". ifood.tv. Retrieved 30 July 2015. 
  6. ସମ୍ବାଦ ୨୨/୦୧/୨୦୧୫ ପୃଷ୍ଠା ୧୫
  7. "ରସଗୋଲା ଦିବସ ଉପଲକ୍ଷେ ପାହାଳରେ ଉଦ୍‌ଘାଟନୀ ସଭା ଆଜି". ସମ୍ବାଦ. http://sambadepaper.com/Details.aspx?id=181578&boxid=22855905. Retrieved 30 July 2015.