ରସକଲ୍ଲୋଳ

ଉଇକିପିଡ଼ିଆ‌ରୁ

କବି:[ସମ୍ପାଦନା]

ରସକଲ୍ଲୋଳ

ଓଡ଼ିଆ ମଧ୍ୟଯୁଗୀୟ ସାହିତ୍ୟର ମୁଖ୍ୟ କବି ଓ ଲେଖକଙ୍କ ମଧ୍ୟରେ ଦୀନକବି ଦୀନକୃଷ୍ଣ ଦାସ ଥିଲେ ଅନ୍ୟତମ ପ୍ରମୁଖ। ତାଙ୍କର କାଳଖଣ୍ଡ ହେଉଛି ସପ୍ତଦଶ-ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ। କବିଙ୍କ ସୃଷ୍ଟିସମ୍ଭାରରୁ ସାହିତ୍ୟ ଗବେଷକମାନେ ଜାଣି ପାରନ୍ତି ଯେ କବି ଦୀନକୃଷ୍ଣ,ଉପେନ୍ଦ୍ର ଭଞ୍ଜଙ୍କର କିଞ୍ଚିତ୍ ପୂର୍ବବତ୍ତୀ । ତାଙ୍କର ଜନ୍ମସ୍ଥାନ ହେଉଛି 'ଜଳେଶ୍ବର' କିନ୍ତୁ ସେ ପୁରୀରେ ବାସ କରୁଥିଲେ।ସେ ଓଡ଼ିଆ ସାହିତ୍ୟର ଜଣେ ଅନନ୍ୟ ପ୍ରତିଭାଧାରୀ କବି। ସେ ବୈଷ୍ଣବ ସନ୍ୟାସୀ ଥିଲେ। ଉତ୍କଳୀୟ ବୈଷ୍ଣବ ପରମ୍ପରାରେ ଞାନ ଓ ଭକ୍ତି ଉଭୟକୁ ଗୁରୁତ୍ୱ ଦିଆଯାଉଥିଲା। ଦୀନକୃଷ୍ଣ ସେହି ପରମ୍ପରାର ସାଧକ। ଜଳେଶ୍ୱରରେ ଜନ୍ମ ହେଇଥିଲେ ମଧ୍ୟ ସେ ଶ୍ରୀକ୍ଷେତ୍ର ପୁରୀକୁ ନିଜର କର୍ମଭୂମି ଭାବେ ବାଛି ନେଇଥିଲେ। ଜଗନ୍ନାଥଙ୍କ ଦର୍ଶନ କରି ସେ କୃତକୃତ୍ୟ ହେଉଥିଲ ।ତାଙ୍କ ଜୀବନ ଥିଲା ଦୁଃଖଜନ୍ତ୍ରଣା ଜର୍ଜରିତ। ତଥାପି ସେ ଥିଲେ ନିର୍ଭୀକ ଓ ସ୍ପଷ୍ଟବାଦୀ । ଏହି ପୁରୀ ରହଣି କାଳରେ ତାଙ୍କର ଗଜପତି ଦିବ୍ୟସିଂହ ଦେବଙ୍କ ସହ ମନାନ୍ତର ହେବାରୁ ତାଙ୍କୁ ରାଜା ବିତାଡ଼ିତ ହେଲେ। ପରେ ସେ ରାଜାଙ୍କ ଦୟାରୁ ପୁଣି ପୁରୀ ଫେରିଆସିଲେ ଓ ତାଙ୍କର ଶେଷ ସମୟ ମଧ୍ୟ ଶ୍ରୀକ୍ଷେତ୍ରରେ କଟିଲା।

Radha Krishna g.jpg

ସୃଷ୍ଟିସମ୍ଭାର:[ସମ୍ପାଦନା]

ରସକଲ୍ଲୋଳ, ରସବିନୋଦ, ଜଗମୋହନ ଛାନ୍ଦ, ଭୂତକେଳୀ, ଅନେକ ଭଜନ,ଜଣାଣ,ଚଉପଦୀ ଓ ଚଉତିଶା ଇତ୍ୟାଦି ।

ରସକଲ୍ଲୋଳ:[ସମ୍ପାଦନା]

ଏହା ହେଉଛି ଦୀନକୃଷ୍ଣ ଦାସଙ୍କର ସର୍ବଶ୍ରେଷ୍ଠ କାବ୍ଯ। ଜଗନ୍ନାଥଙ୍କ ଆଶିଷରେ ଏହାକୁ ସେ ଲେଖିଛନ୍ତି। ଏହି କାବ୍ୟରେ କୃଷ୍ଣଙ୍କର ଜନ୍ମ,ବାଲ୍ୟଲୀଳା,ଗୋପୀପ୍ରେମ,ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କର ଦେବଇପସିତ୍ ଲୀଳା ମହିମା ଓ ପବିତ୍ରତା ଭାବରେ ସୁଲଳିତ ପଦରେ ରଚିତ। ଏହା ବ୍ୟତୀତ ଅନ୍ୟ କୌଣସି ଭାଷାରେ ଏପରି ସୁଲଳିତ କାବ୍ୟରଚନା ପରିଲକ୍ଷିତ ହୁଏନାହିଁ। ଏହାର ସୁନ୍ଦର ପଦଯୋଜନା ସମ୍ପର୍କରେ କୁହାଯାଏ-“କଲ୍ଲୋଳ ପଦ ଲାଳିତ୍ୟ” ।