ରଶ୍ମିରଞ୍ଜନ ମହାପାତ୍ର
ଦେଖଣା
ରଶ୍ମିରଞ୍ଜନ ମହାପାତ୍ର | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨୯ ମାର୍ଚ୍ଚ ୧୯୬୯ ସାନଭୀମଦାସପୁର, ଶାଣ୍ଢରାହାଟ, ସାକ୍ଷୀଗୋପାଳ, ସତ୍ୟବାଦୀ, ପୁରୀ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | ଶ୍ରୀରାଧା ପାଦଦର୍ଶନ : ଏକ ଅନାଲୋଚିତ ଦିଗ |
| ଜୀବନସାଥୀ | ଅନୁରାଧା ରଥ |
| ପିତାମାତା | ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବାସନ୍ତୀ ମହାପାତ୍ର |
ରଶ୍ମିରଞ୍ଜନ ମହାପାତ୍ର (ଜନ୍ମ: ୨୯ ମାର୍ଚ୍ଚ ୧୯୬୯) ଜଣେ ଓଡ଼ିଆ ଗବେଷକ, ପ୍ରାବନ୍ଧିକ ଓ ସମ୍ପାଦକ । ସତ୍ୟବାଦୀ ସାହିତ୍ୟ ସମ୍ପର୍କିତ ଗବେଷଣା ନିମନ୍ତେ ସେ ବିଶେଷ ଜଣାଶୁଣା ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ରଶ୍ମିରଞ୍ଜନ ମହାପାତ୍ର ୧୯୬୯ ମସିହା ମାର୍ଚ୍ଚମାସ ୨୯ ତାରିଖରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଅନ୍ତର୍ଗତ ସାନଭୀମଦାସପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିରେ ଅଧ୍ୟାପକ ଓ ଲେକ୍ସିକୋଗ୍ରାଫର ରଶ୍ମିରଞ୍ଜନ ସତ୍ୟବାଦୀଯୁଗୀୟ ସାହିତ୍ୟରେ ସତ୍ୟବାଦୀ ପ୍ରସଙ୍ଗ ଶୀର୍ଷକ ନିବନ୍ଧ ଉପସ୍ଥାପନା କରି ଉତ୍କଳ ବିଶ୍ବବିଦ୍ୟାଳୟରୁ ୧୯୯୬ରେ କଳାବିଭୂଷଣ ଉପାଧି ପାଇଥିଲେ । ସତ୍ୟବାଦୀର ଐତିହ୍ୟ, ବନବିଦ୍ୟାଳୟ, ସାକ୍ଷୀ ଗୋପୀନାଥ, ପଞ୍ଚସଖା ଗୋଷ୍ଠୀର ସାହିତ୍ୟ ସାଧନା ଓ ସମକାଳୀନ ସାହିତ୍ୟିକମାନଙ୍କ ସଂପର୍କରେ ତାଙ୍କର ବହୁ ଆଲୋଚନା ପତ୍ରପତ୍ରିକାରେ ପ୍ରକାଶିତ । ପ୍ରାଚୀନ ତାଳପତ୍ର ପୋଥିରୁ ସେ କେତୋଟି ମୂଲ୍ୟବାନ ଗ୍ରନ୍ଥ ସମ୍ପାଦନା କରି ପ୍ରକାଶ କରିଛନ୍ତି ।
ରଚନାବଳୀ
[ସମ୍ପାଦନା]ପ୍ରବନ୍ଧ ଓ ଗବେଷଣା
[ସମ୍ପାଦନା]- ଶ୍ରୀ ଶ୍ରୀ ସତ୍ୟବାଦୀ ସାକ୍ଷୀଗୋପାଳ ଦର୍ଶନ (ହିନ୍ଦୀ) ଯୁଗ୍ମ: ଡା ଅନୁରାଧା ରଥ
- ଶ୍ରୀରାଧା ପାଦଦର୍ଶନ : ଏକ ଅନାଲୋଚିତ ଦିଗ
ସମ୍ପାଦନା
[ସମ୍ପାଦନା]- ସତ୍ୟବାଦୀ ମାହାତ୍ମ୍ୟ
- ଚିନ୍ତାମଣି ଦାଶଙ୍କ କବି ଗୋଦାବରୀଶ
- ଚିନ୍ତାମଣି ଦାଶଙ୍କ ସତ୍ୟବାଦୀ ବନବିଦ୍ୟାଳୟର ନୂତନ ପ୍ରସ୍ଥ
- କବି ବଳରାମ ଦାସଙ୍କ ପଣସଚୋରି ବା ସିଦ୍ଧବକୁଳ ମାହାତ୍ମ୍ୟ
- ଶ୍ରୀ ସତ୍ୟବାଦୀ ସାକ୍ଷୀଗୋପାଳ ଭଜନାବଳୀ
- ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ସତ୍ୟବାଦୀ ବା ସାକ୍ଷୀଗୋପାଳ
- କବି ମୃତ୍ୟୁଞ୍ଜୟ କୃତ ବରାଳ ବାଲୁଙ୍କେଶ୍ବର ମହାତ୍ମ୍ୟ
- ପଣ୍ଡିତ କୃପାସିନ୍ଧୁ ମିଶ୍ର ରଚନା ଓ ସମୀକ୍ଷା ୨୦୨୬
- A Report of the Satyabadi School[୧]