ରମେଶ ଚନ୍ଦ୍ର ଧଳ
ଦେଖଣା
ରମେଶ ଚନ୍ଦ୍ର ଧଳ(୧୯୩୮-୨୦୦୫) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ ଏବଂ ସାହିତ୍ୟ ପତ୍ରିକା ସମ୍ପାଦକ ଥିଲେ । ସେ ୧୯୯୫ ମସିହାରେ ଓଡ଼ିଶା ସାହିତ୍ୟ ଅକାଦେମି ପୁରସ୍କାର ଓ ୧୯୯୬ ମସିହାରେ ରାଧାମୋହନ ଗଡ଼ନାଏକ ପୁରସ୍କାର ଦ୍ୱାରା ସେ ସମ୍ମାନିତ ହୋଇଥିଲେ ।[୧]
ତାଙ୍କ ଜନ୍ମ ୬ ଜାନୁଆରୀ ୧୯୩୮ ରେ ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଡିହା ଗ୍ରାମରେ ହୋଇଥିଲା । ୧୯୬୦ ମସିହାରେ ସେ ପ୍ରଥମେ କବିତା ପାଇଁ ବିଷୁବ ମିଳନ ପୁରସ୍କାର ପାଇଥିଲେ । ଏହା ପରେ ଶିଶୁ ସାହିତ୍ୟ ପାଇଁ ୧୯୬୫ ଓ ୧୯୭୧ ମସିହାରେ ଓଡ଼ିଶା ରାଜ୍ୟ ସରକାର ତାଙ୍କୁ ସମ୍ମାନିତ କରିଥିଲେ । ୧୯୯୧ ମସିହାରେ ଶିଶୁ ସାହିତ୍ୟରେ ତାଙ୍କ ଅବଦାନ ପାଇଁ ବାଲକଲ୍ୟାଣ ସଂସ୍ଥାନ, କାନପୁର ଦ୍ଵାରା ସେ ସମ୍ମାନିତ ହୋଇଥିଲେ ।[୨] ସେ ୧୯୭୯ ରୁ ୧୯୮୧ ପର୍ଯ୍ୟନ୍ତ ଏକ ପ୍ରଗତିଶୀଳ ତ୍ରୈମାସିକ ସାହିତ୍ୟିକ ପତ୍ରିକା "ଜନପଥ" ର ସମ୍ପାଦକ ଥିଲେ ।
୬୭ ବର୍ଷ ବୟସରେ ୧୪ ମାର୍ଚ୍ଚ ୨୦୦୫ରେ ସେ ମୃତ୍ୟୁବରଣ କରିଥିଲେ ।
ସାହିତ୍ୟ କୃତି
[ସମ୍ପାଦନା]ଗଳ୍ପ
[ସମ୍ପାଦନା]- "ରବିବାରର ଗଳ୍ପ",
- "ମୁଠାଏ ନାଳିଚୁଡି",
- "ଝରଣା ଝରି ଝରି ଯାଏ",
- "ଅନ୍ଧକାରର ସୀମା",
- "ଚମ୍ପକ ବନର ଏଲେଜି",
- "ଆକାଶର ମୁହଁ",
- "ଅନ୍ତିମ ପତ୍ର",
- "ଶେଷ ଉପହାର",
- "ଦେବ ଦର୍ଶନ",
- "ନିସଙ୍ଗ ମଣିଷ",
- "ମୁଖ୍ୟ ଅତିଥି",
- "ଟୁ କିଲୋସ ଅଫ୍ ରାଇସ୍"
- "ଦ ଫ୍ଲଡ୍ ଆଣ୍ଡ ଅଦର୍ ସ୍ଟୋରୀଜ୍"।[୨]
କବିତା ସଂଗ୍ରହ
[ସମ୍ପାଦନା]- "ପ୍ରତୀକ୍ଷାରେ",
- "ରାତିର ଅଞ୍ଚଳରୁ ଖିଏ",
- "କୃଷ ବିଦ୍ଧ" ଇତ୍ୟାଦି ।
ଶିଶୁ ସାହିତ୍ୟ
[ସମ୍ପାଦନା]- "ମାଛଁଙ୍କ ମହାସଭା",
- "ପପୁର ସମୁଦ୍ରଦେଖା",
- "ହୀରାନଗରର କାହାଣୀ",
- "କଥାଟିଏ କହୁ ଶୁଣିଜା" ଓ ଅନ୍ୟାନ୍ୟ।
ଜୀବନୀ ଗ୍ରନ୍ଥ
[ସମ୍ପାଦନା]- "ଯୁଗମାନବ",
- "ବାପୁ ଓ ବା",
- "ସେମାନେ ସ୍ମରଣୀୟ",
- "ଯୁଗ ସୌରଭ",
- "ମଦର ଟେରେସା" ଓ
- "ପ୍ରଥମ ସେବକ ନେହେରୁ"।
ଅନୁବାଦ କୃତି
[ସମ୍ପାଦନା]- "ମଙ୍ଗଳ ସୂତ୍ର ଓ ଅନ୍ୟାନ୍ୟ ଗଳ୍ପ",
- "ଫୁଲ ଓ ସ୍ଫୁଲିଙ୍ଗ",
- "ସଭ୍ୟତାର କାହାଣୀ",
- "ତାରାଶଙ୍କର ବନ୍ଦ୍ୟୋପାଧ୍ୟାୟ ଓ ଗାନ୍ଧୀ"।
ଆଧାର
[ସମ୍ପାଦନା]- ↑ "RAMESH CHANDRA DHAL (1938 - 2005)" (PDF). magazines.odisha.gov.in. Archived from the original (PDF) on 30 April 2025. Retrieved 13 April 2025.
- ↑ ୨.୦ ୨.୧ "Ramesh Chandra Dhal". OdiaWeb- Odia Film, Music, Songs, Videos, SMS, Shayari, Tourism, News (in ଆମେରିକୀୟ ଇଂରାଜୀ). 2021-08-30. Retrieved 2025-04-13.[permanent dead link]
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |