ରମାକାନ୍ତ ସାମନ୍ତରାୟ
ରମାକାନ୍ତ ସାମନ୍ତରାୟ ଜଣେ ଓଡ଼ିଆ ଗାଳ୍ପିକ ତଥା ଚିତ୍ରଶିଳ୍ପୀ ।[୧]
୧୯୭୨ ମସିହାରେ ଜନ୍ମିତ ରାମକାନ୍ତ ସାମନ୍ତରାୟ, ବିଭୁତି କାନୁନଗୋ କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟ (ଭୁବନେଶ୍ୱର)ରେ ଚିତ୍ରକଳା ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ (ଭୁବନେଶ୍ୱର) ରେ ଓଡିଆ ସାହିତ୍ୟ ଓ ଭାଷା ଉପରେ ଅଧ୍ୟୟନ କରିଛନ୍ତି ।[୨]
ସାମନ୍ତରାୟ ବି. କେ. କଲେଜ୍ ଅଫ୍ ଆର୍ଟସ୍ ଏଣ୍ଡ କ୍ରାଫ୍ଟସ୍ରୁ ଚିତ୍ରକଳାରେ ତାଙ୍କର ଶିକ୍ଷା ସମାପ୍ତ ପରେ ୨୦୦୪ ରେ ଓଡ଼ିଆ ଭାଷା ଓ ସାହିତ୍ୟରେ ଡକ୍ଟରେଟ୍ ହାସଲ କରିଛନ୍ତି । ତାଙ୍କର ବ୍ୟକ୍ତିଗତ ଏକକ ଚିତ୍ରପ୍ରଦର୍ଶନରେ ଅନ୍ତର୍ଭୁକ୍ତ ଅଛି ପ୍ରବାସୀ, ଟାଟା ନଗର, ଜମ୍ଶେଦପୁର (୨୦୦୦) ଓ ଇନସାଇଡ୍ ଆଉଟସାଇଡ୍, ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ର, ଭୁବନେଶ୍ୱର (୨୦୧୨) । ତାଙ୍କୁ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ସିନିଅର୍ ରିସର୍ଚ୍ଚ ଫେଲୋସିପ୍ (୨୦୧୮) ପ୍ରଦାନ କରାଯାଇଥିଲା । ସେ ଉତ୍ସା ଫାଉଣ୍ଡେସନ୍ ଅଫ୍ କନ୍ଟେମ୍ପୋରେରି ଆର୍ଟ, ଭୁବନେଶ୍ୱରର ସ୍ଥାପକ ଟ୍ରଷ୍ଟି ଓ ଭୂମି ନମକ ଏକ କଳା ସଂସ୍ଥାନର ସଦସ୍ୟ ମଧ୍ୟ।[୩]
ସାହିତ୍ୟ କୃତି
[ସମ୍ପାଦନା]ଶ୍ରୀ ସାମନ୍ତରାୟଙ୍କ ପ୍ରମୁଖ ସାହିତ୍ୟ କୃତିଗୁଡିକ ହେଲା;[୪]
- ଠକାଠକିର ସମୟ
- ଗୋଦରା କୋଡେ ଯେତେ ମାଡେ ସେତେ
- ଝାର
- ନିର୍ମଳ ଶ୍ରୋତା
- କଳା ଗଗଲ୍ସ ପିନ୍ଧା ରାବଣ ଓ ଆମ ସୂରତ ଫେରନ୍ତା ହୀରୋମାନେ
- ପରକୀୟା
- ଗଦ୍ୟ-କହିବୋଲି ପାରିଲା ଯିଏ
୨୦୧୭ ମସିହାରେ ତାଙ୍କରି ଲେଖା କିଏ ସାତ କିଏ ସତର ପାଇଁ ତାଙ୍କୁ ୩୩ତମ ଭୁବନେଶ୍ଵର ପୁସ୍ତକମେଳା ସମ୍ମାନରେ ସମ୍ମାନିତ କରାଯାଇଛି । ଏହାଛଡା ସେ ‘ଟାଇମପାସ୍ ବୁକର ପୁରସ୍କାର’ ଦ୍ଵାରା ମଧ୍ୟ ସମ୍ମାନିତ ।[୫][୬]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ Dash, Suman (2024-02-18). "କମଳାକାନ୍ତ ମହାପାତ୍ରଙ୍କ ଅନୁଦିତ "ଟିକି ରାଜକୁମାର"". Chitralekha (in ଆମେରିକୀୟ ଇଂରାଜୀ). Retrieved 2025-04-09.
- ↑ Chakraborthy, Biswadip (2022-09-16). "Practicing Art In Secret— In Conversation With Ramakanta Samantaray". The Antonym (in ଆମେରିକୀୟ ଇଂରାଜୀ). Retrieved 2025-04-09.
- ↑ "Terrain.Art". www.terrain.art (in ଇଂରାଜୀ). Retrieved 2025-04-10.
- ↑ "ରମାକାନ୍ତ ସାମନ୍ତରାୟ". Odisha Sambad (in ଆମେରିକୀୟ ଇଂରାଜୀ). 2025-04-09. Retrieved 2025-04-09.
- ↑ "୧୭ତମ 'ଟାଇମପାସ୍' ବୁକର ପୁରସ୍କାର ପାଇବେ ସୁଜିତ୍: ବିକାଶଙ୍କୁ ବହିବନ୍ଧୁ ସମ୍ମାନ". Odisha Sambad (in ଆମେରିକୀୟ ଇଂରାଜୀ). 2024-11-24. Retrieved 2025-04-09.
- ↑ Otv, News Desk. "Timepass Booker Puraskar: ୧୭ତମ 'ଟାଇମପାସ୍' ବୁକର ପୁରସ୍କାର ପାଇବେ ସୁଜିତ୍; ବିକାଶଙ୍କୁ ବହିବନ୍ଧୁ ସମ୍ମାନ". Timepass Booker Puraskar: ୧୭ତମ ‘ଟାଇମପାସ୍’ ବୁକର ପୁରସ୍କାର ପାଇବେ ସୁଜିତ୍; ବିକାଶଙ୍କୁ ବହିବନ୍ଧୁ ସମ୍ମାନ. Retrieved 2025-04-09.