ରମାକାନ୍ତ ନାଥ
ରମାକାନ୍ତ ନାଥ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨୩ ମଇ ୧୯୬୭ ବାଲିବିଲ, ବରୀ, ଯାଜପୁର |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | ସମୟର ଡାକ |
| ଜୀବନସାଥୀ | ଅନୁସୂୟା ନାଥ |
| ସନ୍ତାନ | ସ୍ଥିତିପ୍ରଜ୍ଞା ନାଥ ଶର୍ମା |
| ପିତାମାତା | ରଘୁନାଥ ନାଥ ଶର୍ମା, ମଞ୍ଜୁଲତା ନାଥ ଶର୍ମା |
ରମାକାନ୍ତ ନାଥ (ଜନ୍ମ: ୨୩ ମଇ ୧୯୬୭) ଜଣେ ଓଡ଼ିଆ ସାମ୍ବାଦିକ, ସ୍ତମ୍ବକାର, ଗାନ୍ଧିବାଦୀ ଆଲୋଚକ, ପ୍ରାବନ୍ଧିକ, ସମ୍ପାଦକ ଓ ସମାଜସେବୀ । ସେ ଗାନ୍ଧୀ ଜୀବନ ଦର୍ଶନ ଓ ସର୍ବୋଦୟ ଆଧାରିତ ବହୁ ଆଲୋଚନା ପାଇଁ ଜଣାଶୁଣା ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ରମାକାନ୍ତ ନାଥ ୧୯୬୭ ମସିହା ମେ ମାସ ୨୩ ତାରିଖରେ ଯାଜପୁର ଜିଲ୍ଲାର ବରୀ ବ୍ଲକ୍ ଅନ୍ତର୍ଗତ ବାଲିବିଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଇତିହାସରେ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ ରମାକାନ୍ତ ଏକାଧାରରେ ଜଣେ ସଂଗଠକ, ସ୍ତମ୍ବକାର, ପ୍ରାବନ୍ଧିକ ଓ ଗାନ୍ଧିବାଦୀ ସମାଜକର୍ମୀ । ଜଣେ ସାମ୍ବାଦିକ ଭାବେ ସେ ଦୈନିକ ପ୍ରଜାତନ୍ତ୍ର ଓ ସମ୍ବାଦ ପାଇଁ କାର୍ଯ୍ୟ କରିଥିଲେ । ଦୈନିକ ସମାଜ, ନ୍ୟାୟବତୀ, ଓଡିଶା ଭାସ୍କର, ସମୟ, ଖବର ଆଦିର ସହ-ସମ୍ପାଦକ ରହିବା ସହିତ ଅନେକ ପତ୍ରପତ୍ରିକାର ଖବର ସମ୍ପାଦକ, ଫିଚର ସଂପାଦନା, ପରିଚାଳନା ସଂପାଦକ ଓ ସମ୍ପାଦକ ଦାୟିତ୍ବ ତୁଲାଇଛନ୍ତି । ମୋହନ ମହକ, ମହାତ୍ମା ମୟୁଖ, ହସିଲେ ଗାଁ ହସିବ ଦେଶ,ବିଶ୍ବ ଏକ ବସା, ଚଉଦରେ ଚୌହଦୀ, ଜୀବନର ଜଉଘରେ ଆଦି ଅନେକ ସ୍ତମ୍ବର ସେ ସ୍ରଷ୍ଟା ।
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ମହାଯୁଦ୍ଧ
- କଲମ ନାୟିକା
ଗଳ୍ପ
[ସମ୍ପାଦନା]- କଥା-ଲଥା
ଉପନ୍ୟାସ
[ସମ୍ପାଦନା]- ଏକ ମାଣ ଛ' ଗୁଣ୍ଠ
ପ୍ରବନ୍ଧ
[ସମ୍ପାଦନା]ଅନୁସୃଜନ
[ସମ୍ପାଦନା]- ପ୍ରଜ୍ଞା ପରିଚୟ
- ଅନୁସୃଜନ
ଶିଶୁ ସାହିତ୍ୟ
[ସମ୍ପାଦନା]- ବାପିଙ୍କ ଜୀବନ କଥା
- ଗାନ୍ଧୀ ମାନସରେ ସର୍ବଶିକ୍ଷା
=ସଙ୍କଳନ
[ସମ୍ପାଦନା]- ଗାନ୍ଧିଜୀ
- ଚାଷୀ ମୁଲିଆ ଏକ ହୁଅ
- ଜୀବନର ବାଟେଘାଟେ ନବକୃଷ୍ଣ ଚୌଧୁରୀ
- ସଂହତି ଓ ସଦବାବନା ଶିକ୍ଷା
ସମ୍ପାଦନା
[ସମ୍ପାଦନା]- ସେବା ସୁବରଣ
- କେଦାରନାଥରୁ ରାମେଶ୍ବରମ୍
- ଆନ୍ତରରୁ ଅନ୍ତରୀକ୍ଷ
- ଗାୟକ ରତ୍ନାକର
- ସମୀକ୍ଷା ଓ ଆଲୋଚନା
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]