Jump to content

ରବି ସ୍ୱାଇଁ

ଉଇକିପିଡ଼ିଆ‌ରୁ
ରବି ସ୍ୱାଇଁ
ଜନ୍ମ(1951-06-13)ଜୁନ ୧୩, ୧୯୫୧
ମୃତ୍ୟୁ୭ ଅପ୍ରେଲ ୨୦୨୬(2026-04-07) (ବୟସ ୭୪)
ଭୁବନେଶ୍ୱର
ମୃତ୍ୟୁର କାରଣ ଲିଭର ସିରୋସିସ୍
ଜାତୀୟତାଭାରତୀୟ

ରବି ସ୍ୱାଇଁ ( ୧୩ ଜୁନ ୧୯୫୧ - ୦୭ ଅପ୍ରେଲ ୨୦୨୬) ଜଣେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଥିଲେ । ତାଙ୍କ ପ୍ରଯୋଜନାରେ ଯୋର ଯା'ର ମୂଲକ ତାର, କି ହେବ ଶୁଆ ପୋଷିଲେ, ପଞ୍ଜୁରୀ ଭିତରେ ଶାରୀ ଏବଂ ଉଦଣ୍ଡୀ ସୀତା ଆଦି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ରବି ସ୍ୱାଇଁ ୧୯୫୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଶିଳ୍ପପତି ଥିଲେ ଓ ପିପିଲି ଅଞ୍ଚଳରେ ଏକାଧିକ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ସେ କ୍ଷେତ୍ରମୋହନ ମେମୋରିଆଲ ଟ୍ରଷ୍ଟ, ଓମ ଶାନ୍ତି କଲେଜ ଅଫ ସାଇନ୍ସ ଆଣ୍ଡ ଟେକନୋଲୋଜି, କ୍ଷେତ୍ରମୋହନ ଆଇ ଟି ସି ଏବଂ ଦୈତାରୀ ଆଇଟିସି ଆଦି ଅନୁଷ୍ଠାନର ପ୍ରତିଷ୍ଠାତା ଅଟନ୍ତି ।[]

୨୦୨୬ ମସିହା ଅପ୍ରେଲ ୭ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ଅବସ୍ଥାରେ ତାଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଥିଲା ।[]

  1. "Odia Film Producer Ravi Swain Passes Away During Treatment". OTV News. 2026-04-07. Retrieved 2026-04-07.
  2. "ପରଲୋକରେ ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ". KNews Odisha. 2026-04-07. Retrieved 2026-04-07.
  3. Ojha, Sibasankar (2026-04-07). "Producer Rabi Swain Passes Away: ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ରବି ସ୍ବାଇଁଙ୍କ ଦେହାନ୍ତ, ଲିଭର ସୋରିଆସିସ ରୋଗରେ ପୀଡ଼ିତ ଥିଲେ ପ୍ରଯୋଜକ". Sambad. Retrieved 2026-04-07.