ରବି ଶତପଥି
ରବି ଶତପଥି | |
|---|---|
| ଜନ୍ମ | ୧୬ ମାର୍ଚ୍ଚ ୧୯୫୦ ଗୋପୀନାଥପୁର ଶାସନ, କୁଆଖିଆ, ଯାଜପୁର |
| ଜାତୀୟତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ଉଲ୍ଲେଖନୀୟ କୃତି | ଓଡ଼ିଶା କା ଇତିହାସ (ହିନ୍ଦୀ) |
| ବୈବାହିକ-ସାଥୀ | ନିର୍ମଳାବାଳା ମିଶ୍ର |
ରବି ଶତପଥି ଜଣେ ଦ୍ୱିଭାଷୀ (ଓଡ଼ିଆ ଓ ହିନ୍ଦୀ) ଲେଖକ । ସେ ହିନ୍ଦୀ ଭାଷାରେ 'ଓଡ଼ିଶା କା ଇତିହାସ' ପୁସ୍ତକ ଲେଖି ଅନେକ ପ୍ରଶଂସାର ଅଧିକାରୀ ହୋଇପାରିଛନ୍ତି ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ରବି ଶତପଥି ଏକାଧାରରେ ଜଣେ ଶିକ୍ଷକ, ସମାଜସେବୀ, ସଂଗଠକ, ସଂସ୍କାରକ, ସୁବକ୍ତା ତଥା ପ୍ରଗତିଶୀଳ ଚିନ୍ତାଧାରାର ଲେଖକ, ଗବେଷକ ଓ ଅନୁବାଦକ । ଛାତ୍ର ଜୀବନରେ ସେ ଟ୍ରେନିଂ କଲେଜର ସଭାପତି, ପରେ ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘର ୨୨ବର୍ଷ ଧରି ସମ୍ପାଦକ, ୩ ବର୍ଷ ସଭାପତି, ରାଜ୍ୟ ସଂଘରେ ୩ବର୍ଷ ଧରି ଯୁଗ୍ମ-ସମ୍ପାଦକ ରହିଥିଲେ । ପୁନଶ୍ଚ ଯାଜପୁର ଜିଲ୍ଲା 'ଓଷ୍ଟା' (ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ)ର ୩ବର୍ଷ ସମ୍ପାଦକ, ଓଡ଼ିଶା ସରକାରୀ ଶିକ୍ଷକ ସଂଘର ୩ବର୍ଷ ସଂଗଠନ ସମ୍ପାଦକ ତଥା ଶିକ୍ଷକ-କର୍ମଚାରୀ ମିଳିତ ସାମ୍ମୁଖ୍ୟର ସାଧାରଣ ସମ୍ପାଦକ ଭାବେ ୫ବର୍ଷ ଦାୟିତ୍ୱ ତୁଲାଇଥିଲେ । ଓଡ଼ିଶାରେ ହିନ୍ଦୀ ଭଷା ଓ ଶିକ୍ଷାର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ସେ ଦୀର୍ଘ ବର୍ଷ ଧରି ମାସିକ 'ଭାଷା କିରଣ' ହିନ୍ଦୀ ପତ୍ରିକାର ସମ୍ପାଦନା କରିଆସୁଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରର ଅନେକ ପତ୍ରପତ୍ରିକାରେ ତାଙ୍କର ଶତାଧିକ ଆଲୋଚନାମାନ ପ୍ରକାଶିତ । ସେ ପ୍ରଥମଥର ପାଇଁ ନିଜ ଧର୍ମ ପତ୍ନୀ ସୁଲେଖିକା ନିର୍ମଳାବାଳା ମିଶ୍ରଙ୍କ ସହିତ ମିଶି ହିନ୍ଦୀ ଭାଷାରେ ଓଡ଼ିଶାର ଏକ ପୂର୍ଣ୍ଣାଙ୍ଗ ଇତିହାସ ଲେଖିଥିଲେ ଯାହା ଓଡ଼ିଶା କା ଇତିହାସ ନାମରେ ପ୍ରକାଶିତ । ଏପରି କରିବାରେ ସେ ପ୍ରଥମ ଓଡ଼ିଆ ସାହିତ୍ୟିକ । ଏହା ବ୍ୟତୀତ ସେ ରାଉଲକେଲାରୁ ପ୍ରକାଶିତ 'ଆଭାସ' ଓ The Statesmanର ପତ୍ରକାର(୧୯୭୦-୭୩), ଓଷ୍ଟାର ମାସିକ ପତ୍ରିକା 'ଶିକ୍ଷା ପ୍ରଦୀପ'ର କାର୍ଯ୍ୟକାରୀ ସମ୍ପାଦକ (୨୦୦୦-୦୩), ବାର୍ତ୍ତାବାହକର ସମ୍ପାଦକ(୨୦୧୧-୧୨) ଦାୟିତ୍ୱ ତୁଲାଇଛନ୍ତି ।
ରଚନାବଳୀ
[ସମ୍ପାଦନା]- ମଧୁପୁରଗଡ଼ ଏବଂ ଅନ୍ୟାନ୍ୟ ରାଜବଂଶର ଇତିହାସ
- ଅତୀତ ଓ ବର୍ତ୍ତମାନର ଓଡ଼ିଶା
- ବିଷଣ୍ଣ ଶୈଶବ (ଅନୁବାଦ ଉପନ୍ୟାସ
- ଅପରାହ୍ଣର ଛାଇ (ଆତ୍ମଜୀବନୀ)
- ପ୍ରବନ୍ଧ : ଆଜି ଓ କାଲିର
- ଓଡ଼ିଶାରେ ହିନ୍ଦୀର ବିକାଶଧାରାର ଇତିହାସ
- ଓଡ଼ିଶା କା ଇତିହାସ (ହିନ୍ଦୀ), ଯୁଗ୍ମ ଲେଖିକା: ନିର୍ମଳାବାଳା ମିଶ୍ର
- ଏମାନେ ଅନନ୍ୟ
- ପ୍ରଗତିଶୀଳ ହିନ୍ଦୀ କବିତା
- ଐତିହ୍ୟ ସଂସ୍କୃତି ସଂପନ୍ନ ବିରଜା କ୍ଷେତ୍ର ଯାଜପୁର
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଅଖିଳ ଭାରତୀୟ ହିନ୍ଦୀ ସଂସ୍ଥା ସଂଘ ୨୦୦୬
- ବରିଷ୍ଠ ହିନ୍ଦୀ ସେବୀ ଭାବେ 'ହିନ୍ଦୀ ଶକ୍ଷା ସମିତି, ଓଡ଼ିଶା' ଦ୍ୱାରା ସମ୍ମାନୀତ
- ଜଣେ ସୁଦକ୍ଷ ଶିକ୍ଷକ ନେତା ହିସାବରେ ଯାଜପୁର ଜିଲ୍ଲାର ୪ଗୋଟି ଶକ୍ଷକ ସଙ୍ଗଠନ ଦ୍ୱାରା ସମ୍ମାନୀତ ହେବ ସହ ଗୁଣାବଳୀ ବର୍ଣ୍ଣିତ ପୁସ୍ତକ "ଏକ ସାଲିସ୍ ବିହୀନ ବ୍ୟକ୍ତିତ୍ୱ" ୨୦୦୯ରେ ପ୍ରକାଶିତ
- ନିଖିଳ ଓଡ଼ିଶା ସରକାରୀ ବିଦ୍ୟାଳୟ ଶିକ୍ଷକ ସଂଘ ଦ୍ୱାରା ଆଦର୍ଶ ଶିକ୍ଷକ ସମ୍ମାନ ୨୦୦୯
- ଗୀତାବାଣୀ ପ୍ରଚାର ସମିତି ସମ୍ମାନ ୨୦୧୦
- ହିନ୍ଦୀ ଶିକ୍ଷକ ସଂଘ, ଯାଜପୁର ଦ୍ୱାରା ଆଦର୍ଶ ଶିକ୍ଷକ ସମ୍ମାନ ୨୦୦୯
- ମଧ୍ୟପ୍ରଦେଶ-ଜବଲପୁର 'କାଦମ୍ବରୀ' ସାହିତ୍ୟ ଅନୁଷ୍ଠାନ ଦ୍ୱାରା ଅହିନ୍ଦୀଭାଷୀ ପତ୍ରକାର ସମ୍ମାନ ୨୦୧୧ ଓ ୨୦୧୮
- ସାହିତ୍ୟ କୃତି/ପତ୍ରକାରିତା ପାଇଁ ହିମାଳୟ ଔର ହିନ୍ଦୁସ୍ତାନ ଦ୍ୱାରା ସାହିତ୍ୟକାର/ପତ୍ରକାର ସମ୍ମାନ(ଉତ୍ତରାଖଣ୍ଡ) ୨୦୨୧
- ହିନ୍ଦୀ ଶିକ୍ଷକ ସଂଘ, ଯାଜପୁର ଦ୍ୱାରା 'ଆଦର୍ଶ ଶିକ୍ଷକ, ଶ୍ରେଷ୍ଠ ସଙ୍ଗଠକ ସମ୍ମାନ' ୨୦୨୧
- ପୁରାତନ ଛାତ୍ରସଂଘ, ହିଙ୍ଗୁଳା ହାଇସ୍କୁଲ ଶଙ୍ଖଚିଲା ଦ୍ୱାରା 'ସାରସ୍ୱତ ସାଧକ ସମ୍ମାନ' ୨୦୨୧