Jump to content

ରବିନ୍ଦ୍ର କୌଶିକ

ଉଇକିପିଡ଼ିଆ‌ରୁ
ରବିନ୍ଦ୍ର କୌଶିକ (ବ୍ଲାକ ଟାଇଗର)
ଜନ୍ମ(1952-04-11)୧୧ ଅପ୍ରେଲ ୧୯୫୨


[]
ମୃତ୍ୟୁନଭେମ୍ବର ୨୦୦୧(2001-11-00) (ବୟସ ୪୯)[]
ପ୍ରସିଦ୍ଧିର ଗୁପ୍ତଚର
Criminal chargeଗୁପ୍ତଚର ବୃତ୍ତି
ଅପରାଧ ଜରିମାନାଆଜୀବନ କାରାଦଣ୍ଡ
ବୈବାହିକ-ସାଥୀ
ଅମାନତ
(m. ୧୯୭୬)
ସନ୍ତାନ

ରବିନ୍ଦ୍ର କୌଶିକ (11 ଅପ୍ରେଲ ୧୯୫୨ - ୨୧ ନଭେମ୍ବର ୨୦୦୧) ର'ପାଇଁ କାମ କରିଥିବା ଜଣେ ଭାରତୀୟ ଗୁପ୍ତଚର ଥିଲେ । ୧୯୭୫ ମସିହାରୁ ୧୯୮୩ ମସିହାରେ ପାକିସ୍ତାରଦ୍ୱାରା ଧରାପଡ଼ିଯିବା ପର୍ଯ୍ୟନ୍ତ ସେ ଗୁପ୍ତଚର ବୃତ୍ତିରେ ଥିଲେ । ସେ ବ୍ଲାକ ଟାଇଗର ନାମରେ ମଧ୍ୟ ପରିଚିତ ଥିଲେ । ତାଙ୍କୁ ଭାରତର ଅନ୍ୟତମ ଶ୍ରେଷ୍ଠ ଗୁପ୍ତଚର ଭାବରେ ଗଣାଯାଏ ।[] ପାକିସ୍ତାନ ଆର୍ମିର ମିଲିଟାରୀ ଆକାଉଣ୍ଟ୍ସ ବିଭାଗରେ ସେ ଜଣେ କିରାଣୀ ଭାବରେ କାମ କରିଥିଲେ ।[] ଅନ୍ୟ ଜଣେ ଗୁପ୍ତଚରଙ୍କ ଭୁଲ ତଥ୍ୟ ସଂଚାର ଯୋଗୁ, କୌଶିକ ଧରାପଡ଼ିଯାଇଥିଲେ । ୧୯୮୫ ମସିହାରେ ତାଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା ଏବଂ ପରେ ଏହି ଦଣ୍ଡକୁ କୋହଳ କରାଯାଇ ଆଜୀବନ କାରାଦଣ୍ଡକୁ ପରିବର୍ତ୍ତିତ କରାଯାଇଥିଲେ । ୧୬ ବର୍ଷ ଧରି ସେ ପାକିସ୍ତାନର ବିଭିନ୍ନ କାରାଗାରରେ କାରାଦଣ୍ଡ ଭୋଗ କରିଥିଲେ ଏବଂ ୨୦୦୧ ମସିହାରେ କାରାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।[][]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ରବିନ୍ଦ୍ର ରାଜସ୍ଥାନର ଶ୍ରୀ ଗଙ୍ଗାନଗରଠାରେ ୧୯୫୨ ମସିହା ଅପ୍ରେଲ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜେ ଏମ କୌଶିକ ଭାରତୀୟ ବାୟୁସେନାର ଅଧିକାରୀ ଥିଲେ ଓ ତାଙ୍କ ମାତାଙ୍କ ନାମ ଅମଲା ଦେବୀ ଥିଲା । ଅମଲାଦେବୀଙ୍କର ୨୦୦୬ ମସିହାରେ ପରଲୋକ ଘଟିଥିଲା ।[] କୌଶିକ ଶ୍ରୀଗଙ୍ଗାନଗରର ଏସ ଡି ବିହାନୀ ପିଜି କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। କଲେଜରେ ପଢ଼ୁଥିବା ସମୟରେ ସେ ନାଟକ ଓ ଡିବେଟରେ ଭାଗ ନେଉଥିଲେ । କଲେଜରେ ପଢୁଥିବା ସମୟରେ ସେ ର'ଦ୍ୱାରା ନିଯୁକ୍ତ ହୋଇଥିଲେ ।[]

ର୍'ରେ ନିଯୁକ୍ତି

[ସମ୍ପାଦନା]

କୌଶିକ ର'ରେ ଚାକିରୀ ଆରମ୍ଭରୁ ପାକିସ୍ତାନରେ ଅଣ୍ଡର କଭର ଭାବରେ କାମ କରିବା ପାଇଁ ଦିଲ୍ଲୀରେ ୨ ବର୍ଷ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଉର୍ଦ୍ଦୁ ଭାଷା ଶିଖିବା ଓ ଜଣେ ମୁସଲମାନ ଭଳି ଚଳିବା ସେ ପ୍ରଶିକ୍ଷଣରେ ଅନ୍ତର୍ଭୁକ୍ତ ଥିଲା । ରାଜସ୍ଥାନର ଶ୍ରୀ ଗଙ୍ଗାନଗର, ପାକିସ୍ତାନ ସୀମାରେଖା ନିକଟସ୍ଥ ସ୍ଥାନ ହୋଇଥିବାରୁ ସେ ପଞ୍ଜାବୀବାଗ୍ରୀ ଭାଷାରେ ପାରଙ୍ଗମ ଥିଲେ [] ୧୯୭୫ ମସିହାରେ, ୨୩ ବର୍ଷ ବୟସରେ ତାଙ୍କୁ ପାକିସ୍ତାନ ପଠାଯାଇଥିଲା ।[]

ପାକିସ୍ତାନରେ ଗୁପ୍ତଚର କାର୍ଯ୍ୟକଳାପ

[ସମ୍ପାଦନା]

କୌଶିକ ନିଜର ସୁନତ୍ କରାଇଥିଲେ ଓ ତାଙ୍କର ନୂତନ ନାମ ନବି ଅହମଦ ଶାକୀର ରଖାଯାଇଥିଲା ।[] ପାକିସ୍ତାନ ଯାଇ ସେ କରାଚି ବିଶ୍ୱବିଦ୍ୟାଳୟରେ ଆଇନରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ସ୍ନାତକ ଶିକ୍ଷା ପରେ ସେ ଏକ ଛଦ୍ମନାମରେ ପାକିସ୍ତାନୀ ସ୍ଥଳସେନାରେ ଯୋଗ ଦେଇଥିଲେ ଓ ସେନାର ଆକାଣ୍ଟ୍ସ ବିଭାଗରେ ଜଣେ ମେଜର ଭାବରେ କାମ କରିଥିଲେ ।[] ପାକିସ୍ତାନରେ ସେ ଅମାନତ ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିଥିଲେ ଓ ତାଙ୍କର ଗୋଟିଏ ପୁଅ ମଧ୍ୟ ଥିଲା । ୨୦୦୧ ମସିହାରେ ତାଙ୍କ ପୁଅର ପରଲୋକ ଘଟିଥିଲା ।[][]

୧୯୭୯ରୁ ୧୯୮୩ ପର୍ଯ୍ୟନ୍ତ ସେ ପାକିସ୍ତାନୀ ସେନାରେ କାମ କରି, ର'କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିଲେ । ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ବ୍ଲାକ ଟାଇଗର ଉପାଧୀ ଦେଇଥିଲେ ।[୧୦]

ମୃତ୍ୟୁ

[ସମ୍ପାଦନା]

୧୯୮୩ ମସିହା ସେପ୍ଟେମ୍ବର ମାସରେ ର' ଇନିୟାସ ମାସି ନାମକ ଅନ୍ୟଜଣେ ଗୁପ୍ତଚରଙ୍କୁ କୌଶିକଙ୍କ ସହ ସମ୍ପର୍କ କରିବାକୁ ପଠାଇଥିଲା । କିନ୍ତୁ ଇନିୟାସ ପାକିସ୍ତାନର ଆଇଏସଆଇଦ୍ୱାରା ଧରାପଡ଼ିଥିଲେ ଓ ଏହି ଘଟଣା କୌଶିକଙ୍କୁ ଧରାପକେଇଥିଲା ।[] କୌଶିକଙ୍କୁ ୨ ବର୍ଷ ଧରି ସିଆଲକୋର୍ଟରେ ଦଣ୍ଡ ଦିଆଯାଇଥିଲା । ୧୯୮୫ ମସିହାରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ଓ ପରେ ଏହାକୁ ଆଜୀବନ କାରାଦଣ୍ଡକୁ ପରିବର୍ତ୍ତନ କରାଯାଇଥିଲା ।[] କାରାଦଣ୍ଡ ସମୟରେ ସେ ଭାରତରେ ଥିବା ନିଜ ପରିବାରକୁ ଲେଖିଥିବା ଚିଠିରୁ ଜେଲରେ ତାଙ୍କର ଖରାପ ସ୍ୱାସ୍ଥ୍ୟ ଓ ସେ ଭୋଗିଥିବା ମାନସିକ ନିର୍ଯାତନା ବିଷୟରେ ଜଣାପଡ଼େ । ତାଙ୍କର ଗୋଟିଏ ଚିଠିରେସେ ଲେଖିଥିଲେ ଯେ:

क्या भारत जैसे बड़े देश के लिए कुर्बानी देने वालों को यहीं मिलता है?" (ଭାରତବର୍ଷ ଭଳି ବିରାଟ ଦେଶ ପାଇଁ ବଳିଦାନ ଦେଇଥିବା ଲୋକଙ୍କୁ କଣ ଏଇ ପୁରସ୍କାର ମିଳେ !)[]

୨୦୦୧ ନଭେମ୍ବର ମାସରେ ସେ ମିଆଁୱାଲି କେନ୍ଦ୍ରୀୟ କାରାଗରରେ ତାଙ୍କର ପରଲୋକ ଘଟିଥିଲା ।[]

କୌଶିକଙ୍କ ପରିବାର, ଭାରତ ସରକାରଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ଯେ, ସରକାର କୌଶିକଙ୍କୁ ନା ଭାରତର ନାଗରିକ ଭାବରେ ଆପଣାଇ ଥିଲେ ନା ତାଙ୍କୁ କୌଣସି ସାହାଯ୍ୟ କରିଥିଲେ ।[]

୨୦୧୨ ମସିହାରେ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର ଏକ ଥା ଟାଇଗର, କୌଶିକଙ୍କ ଜୀବନ ଉପରେ ପର୍ଯ୍ୟବେସିତ ବୋଲି ତାଙ୍କ ପରିବାର ଦାବୀ କରିଥିଲେ ଓ ସେହି ଚଳଚ୍ଚିତ୍ରରେ ପାଇଁ କ୍ରେଡ଼ିଟ ଦାବୀ କରିଥିଲେ କିନ୍ତୁ ଚଳଚ୍ଚିତ୍ରର ନିର୍ଦ୍ଦେଶକ କବୀର ଖାଁ ଏହି ଦାବୀ ଭିତ୍ତିହିନ ବୋଲି କହିଥିଲେ ।[୧୧] -->

  1. "Salman Khan's new movie in controversy again". The Times of India. 24 July 2012. Archived from the original on 3 January 2013. Retrieved 17 August 2012.
  2. 1 2 3 4 5 6 7 8 "India's forgotten spy – Agent's family fights an impossible battle". Retrieved 27 September 2020.
  3. "The cost of being an Indian spy: What happened to Ravindra Kaushik, RAW's Black Tiger". ThePrint. 2023-04-22. Retrieved 2025-07-06.
  4. "Story of RAW agent, Ravinder Kaushik, who worked as a Pakistan Army Major – Forgotten hero". The Economic Times. Retrieved 10 April 2021.
  5. Umak, Lokesh (25 July 2020). "Ravindra Kaushik on sacrificing his life for India". HindiBinge (in ବ୍ରିଟିଶ୍‌ ଇଂରାଜୀ). Archived from the original on 26 April 2025. Retrieved 18 November 2021.
  6. rashid, sumaira (12 April 2021). "Ravindra Kaushik, 'The Black Tiger'- India's Greatest Spy". The Indianness (in ଆମେରିକୀୟ ଇଂରାଜୀ). Archived from the original on 18 November 2021. Retrieved 18 November 2021.
  7. 1 2 3 4 "Late spy's kin fight for reel life credit". Archived from the original on 24 August 2012. Retrieved 17 August 2012.{{cite web}}: CS1 maint: unfit URL (link)
  8. "The cost of being an Indian spy: What happened to Ravindra Kaushik, RAW's Black Tiger". ThePrint. 22 April 2023. Retrieved 6 July 2025.
  9. "The real life behind a 2002 spy thriller". Hindustan Times. 6 December 2009. Archived from the original on 19 April 2015. Retrieved 15 May 2015.
  10. Shetty, Soham (2023-02-09). "Anurag Basu to direct upcoming film 'The Black Tiger' on life of Indian Spy Ravindra Kaushik". CNBC TV18 (in ଇଂରାଜୀ). Archived from the original on 2024-06-19. Retrieved 2024-08-19.
  11. "Dead RAW agent's nephew takes Salman's Ek Tha Tiger producers to court". 27 July 2012. Archived from the original on 19 September 2012. Retrieved 17 August 2012.