Jump to content

ରତନ କାହାର

ଉଇକିପିଡ଼ିଆ‌ରୁ
ରତନ କାହାର

ଜନ୍ମ
ଭନ୍ଦିରବନ କେନ୍ଦୁଲି, ବିରଭୂମ, ବଙ୍ଗଳା ପ୍ରେସିଡେନ୍ସି, ବ୍ରିଟିଶ ଭାରତ (ବର୍ତ୍ତମାନର ପଶ୍ଚିମ ବଙ୍ଗ)
ଜାତୀୟତାIndia ଭାରତୀୟ
ବୃତ୍ତି(ସମୂହ)ଝୁମୁର, ଭାଡୁ ଗୀତ ଗୀତିକାର, ସଙ୍ଗୀତକାର ଓ ଗାୟକ
ସକ୍ରିୟ ବର୍ଷ୧୯୬୪–ଏବେଯାଏଁ
ଉଲ୍ଲେଖନୀୟ କୃତିବଡ଼ଲୋକେର ବିଟି ଲୋ[]
ବୈବାହିକ-ସାଥୀଶାନ୍ତି କାହାର
ପୁରସ୍କାରପଦ୍ମଶ୍ରୀ (୨୦୨୪)

ରତନ କାହାର ଜଣେ ଭାରତୀୟ ଲୋକଗୀତ ଗାୟକ ଅଟନ୍ତି । ପଶ୍ଚିମବଙ୍ଗର ଏହି ବ୍ୟକ୍ତିତ୍ୱ ତାଙ୍କ କାର୍ଯ୍ୟ ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ କରିଛନ୍ତି ।

ଜୀବନୀ

[ସମ୍ପାଦନା]

୧୯୩୫ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ଭାରତର ଗ୍ରାମୀଣ ବଙ୍ଗଳାର ଭାଡୁ ଓ ଝୁମୁର ଗୀତର ସେ ଜଣେ ବରିଷ୍ଠ ଲୋକଗାୟକ । ୨୦୨୪ ମସିହାରେ, ଭାରତ ସରକାର ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ ।[] ସ୍ୱପ୍ନା ଚକ୍ରବର୍ତ୍ତୀଙ୍କ କଣ୍ଠରେ ତାଙ୍କର ପ୍ରସିଦ୍ଧ ଗୀତ ବଡ଼ଲୋକର ବିଟି ଲୋ ୧୯୭୨ ମସିହାରେ ଲୋକପ୍ରିୟତା ହାସଲ କରିଥିଲା ।[] ଏହି ଗୀତର ମୂଳ ଧାଡ଼ି ଲାଲ୍ ଗେନ୍ଦା ଫୁଲ୍ ସେତେବେଳେ ବିବାଦ ସୃଷ୍ଟି କରିଥିଲା ଯେତେବେଳେ ଲୋକପ୍ରିୟ ରାପ୍ ଆର୍ଟିଷ୍ଟ ବାଦଶାହା ୨୦୨୦ ମସିହାରେ ତାଙ୍କର ଗେନ୍ଦା ଫୁଲ୍ ମୁକ୍ତିଲାଭ କରିଥିଲେ ।[] ସେହି ବିବାଦ କାରଣରୁ ରତନ କାହାରଙ୍କ ସଙ୍ଗୀତ ସୃଷ୍ଟି, ଉପଲବ୍ଧି, ଗୀତ, କଳାକୃତି ସାମ୍ନାକୁ ଆସିଥିଲା । ବାଦଶାହା ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦେଇ ବିବାଦର ସମାଧାନ କରିଥିଲେ ।[]

ପ୍ରକାଶିତ କୃତି

[ସମ୍ପାଦନା]

ତାଙ୍କର ଅନ୍ୟ ବଙ୍ଗଳା ଗୀତ ଗୁଡ଼ିକ ହେଲା:

  • ଦିଦି ଜାନୋ କି ଗୋ ଜାନୋ ନା
  • ପାଲା ରା ପାଲା ରେ ରାବଣ
  • ଥେଲେ ଦେ ମାଲା ଦିରିତା ଚାପବୋ ବାସ୍ତା
  • ଆଘ୍ରାନେତେ ନବାନ ଖେତେ ଆମାର ବନ୍ଧୁ କେନୋ ଏଲୋ ନା

ପୁରସ୍କାର

[ସମ୍ପାଦନା]
Ratan Kahar receiving the Padma Shri award from President Droupadi Murmu

୨୦୨୪ ମସିହାରେ, ଭାରତ ସରକାର ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।[][]

  1. "My condition was very bad but I still received Padma Shri": Singer Ratan Kahar on being conferred with Padma Shri". 26 January 2024. Retrieved 2024-02-29.
  2. "Padma Awards 2024 announced (in English)". Retrieved 2024-01-27.
  3. "The Folk Origin Story Of Badshah And Jacqueline's 'Genda Phool' Is Unsettling". 30 March 2020. Retrieved 2024-03-02.
  4. "Here's everything to know about Badshah's Genda Phool controversy". 4 April 2020. Retrieved 2024-03-02.
  5. "Genda Phool row: Badshah pays Rs 5 lakh to Ratan Kahar, folk singer happy to be credited for song". 8 April 2020. Retrieved 2024-03-02.
  6. "Padma Award Dashboard". Retrieved 2024-03-02.
  7. "Haven't received any recognition from state: Bengal's Padma Shri recipient". Retrieved 2024-03-02.