Jump to content

ରଞ୍ଜନ ଗୋଗୋଇ

ଉଇକିପିଡ଼ିଆ‌ରୁ
ରଞ୍ଜନ ଗୋଗୋଇ
Gogoi in November 2019
Member of Parliament, Rajya Sabha
Assumed office
17 March 2020
Nominated byରାମନାଥ କୋବିନ୍ଦ
Appointed byM. Venkaiah Naidu
ନିର୍ବାଚନ ମଣ୍ଡଳୀNominated (Law)
46th Chief Justice of India
କାର୍ଯ୍ୟକାଳ
3 October 2018  17 November 2019
Appointed byରାମନାଥ କୋବିନ୍ଦ
ପୂର୍ବ ଅଧିକାରୀଦୀପକ ମିଶ୍ର (ବିଚାରପତି)
ପର ଅଧିକାରୀଶରଦ୍ ଅରବିନ୍ଦ ବୋବଡେ
Judge of the Supreme Court of India
କାର୍ଯ୍ୟକାଳ
23 April 2012  2 October 2018
Nominated byS. H. Kapadia
Appointed byପ୍ରତିଭା ପାଟିଲ
30th Chief Justice of the Punjab and Haryana High Court
କାର୍ଯ୍ୟକାଳ
12 February 2011  23 April 2012ଛାଞ୍ଚ:Acting from 3 January to 12 February 2011
Nominated byS. H. Kapadia
Appointed byPratibha Patil
ପୂର୍ବ ଅଧିକାରୀMukul Mudgal
ପର ଅଧିକାରୀA. K. Sikri
Judge of the Punjab and Haryana High Court
କାର୍ଯ୍ୟକାଳ
9 September 2010  11 February 2011
Nominated byS. H. Kapadia
Appointed byPratibha Patil
Judge of the Gauhati High Court
କାର୍ଯ୍ୟକାଳ
28 February 2001  8 September 2010
Nominated byAdarsh Sein Anand
Appointed byK. R. Narayanan
ବ୍ୟକ୍ତିଗତ ସବିଶେଷ
ଜନ୍ମ (1954-11-18) ୧୮ ନଭେମ୍ବର ୧୯୫୪ (ବୟସ ୭୧)
Dibrugarh, Assam, India
ଜୀବନ ସାଥୀRupanjali Gogoi
ସନ୍ତାନ2
ବୋଉShanti Priya Gogoi
ବାପାKesab Chandra Gogoi
ସମ୍ପର୍କୀୟShrinjan Rajkumar Gohain (nephew/cousin)
ଶିକ୍ଷାନୁଷ୍ଠାନSt Stephen's College, (BA)
Faculty of Law, University of Delhi, (LLB)
ପୁରସ୍କାରAssam Baibhav (2023)

ରଞ୍ଜନ ଗୋଗୋଇ (ଜନ୍ମ ୧୮ ନଭେମ୍ବର ୧୯୫୪) ଜଣେ ଭାରତୀୟ ନ୍ୟାୟାଧୀଶ ଓ ଭାରତର ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ । ସେ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଥିଲେ । ତା’ପରେ ୨୦୧୨ରୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ କାର୍ଯ୍ୟ କଲେ ।[] ରଞ୍ଜନ ଗୋଗୋଇ ୩ ଅକ୍ଟୋବର ୨୦୧୮ ରେ ଭାରତର ୪୬ତମ ମୁଖ୍ୟ ନ୍ୟାୟାଧୀଶ ଭାବେ ଶପଥ ନେଇଥିଲେ । ତାଙ୍କ ପିତା କେଶବ ଚନ୍ଦ୍ର ଗୋଗୋଇ ୧୯୮୨ ମସିହାରେ ଆସାମ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ।

ବାଲ୍ୟଜୀବନ ଓ ଶିକ୍ଷା

[ସମ୍ପାଦନା]

ରଞ୍ଜନ ଗୋଗୋଇଙ୍କ ଜନ୍ମ ୧୮ ନଭେମ୍ବର ୧୯୫୪ରେ ଦିବ୍ରୁଗଡ଼ର କେ ସି ଗୋଗୋଇ ରାସ୍ତାରେ ଥିବା ତାଙ୍କ ପାରିବାରିକ ନିବାସରେ ଏକ ତାଇ-ଆହୋମ ପରିବାରରେ ହୋଇଥିଲା ।[][][] ତାଙ୍କ ପିତା କେଶବ ଚନ୍ଦ୍ର ଗୋଗୋଇ ଜଣେ ଭାରତୀୟ ଜାତୀୟ କଂଗ୍ରେସର ରାଜନୀତିଜ୍ଞ ଥିଲେ, ଯିଏ ୧୩ ଜାନୁଆରୀ ୧୯୮୨ ରୁ ୧୯ ମାର୍ଚ୍ଚ ୧୯୮୨ ପର୍ଯ୍ୟନ୍ତ ଆସାମର ମୁଖ୍ୟମନ୍ତ୍ରୀ ଥିଲେ । କେଶବ ଚନ୍ଦ୍ର ଗୋଗୋଇ ଦିବ୍ରୁଗଡ଼ରୁ ଏମଏଲଏ ଥିଲେ ଏବଂ ତାଙ୍କର ରାଜନୀତିକ ଜୀବନରେ ଅନେକଥର ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ଭାବେ କାମ କରିଥିଲେ। ତାଙ୍କ ମା’ ଶାନ୍ତି ଗୋଗୋଇ ଜଣେ ସମାଜସେବୀ ଏବଂ ଲେଖିକା ଥିଲେ। ସେ ‘ସୋସିଓ ଏଡୁକେଶନାଲ୍ ୱେଲଫେର୍ ଆସୋସିଏସନ୍‌’ (SEWA) ନାମକ ଏକ ଏନ୍‌ଜିଓ ସ୍ଥାପନା କରିଥିଲେ, ଯାହା ସମାଜର ନିମ୍ନ ବର୍ଗର ଶ୍ରେଣୀର ଲୋକମାନଙ୍କୁ ସହାୟତା କରିବାକୁ ପ୍ରଯାସରତ ଥିଲା ଏବଂ ୨୦୦୨ରୁ ୨୦୧୬ ପର୍ଯ୍ୟନ୍ତ ସେ ଏହାର ଅଧ୍ୟକ୍ଷ ଥିଲେ ।[] ସେ ଶ୍ରୀଞ୍ଜନ ରାଜକୁମାର ଗୋହାଇଙ୍କ ସମ୍ପର୍କୀୟା ଥିଲେ।[]

କାର୍ଯ୍ୟଜୀବନ

[ସମ୍ପାଦନା]

ଗୋଗୋଇ ୧୯୭୮ରେ ବାର୍‌ରେ ଭର୍ତ୍ତି ହେଲେ ଓ ଗୁଆହାଟି ଉଚ୍ଚ ନ୍ୟାୟାଳୟରେ ଆଇନ ଅଭ୍ୟାସ କଲେ, ଯେଉଁଠାରେ ୨୮ ଫେବୃଆରି ୨୦୦୧ରେ ସେ ସ୍ଥାୟୀ ନ୍ୟାୟାଧୀଶ ଭାବେ ନିଯୁକ୍ତ ହେଲେ । ୯ ସେପ୍ଟେମ୍ବର ୨୦୧୦ରେ ସେ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତର ହେଲେ ଓ ୧୨ ଫେବୃଆରି ୨୦୧୧ରେ ସେଠାର ମୁଖ୍ୟ ନ୍ୟାୟାଧୀଶ ହେଲେ । ୨୩ ଏପ୍ରିଲ ୨୦୧୨ରେ ସେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଭାବେ ପଦୋନ୍ନତି ପାଇଲେ ।

୩ ଅକ୍ଟୋବର ୨୦୧୮ରେ, ଦୀପକ ମିଶ୍ରଙ୍କ ଅବସର ପରେ, ସେ ଭାରତର ମୁଖ୍ୟ ନ୍ୟାୟାଧିଶ ଭାବେ ଶପଥ ନେଲେ ।ସେ ଉତ୍ତର ପୂର୍ବ ଭାରତର ପ୍ରଥମ ବ୍ୟକ୍ତି ଓ ପ୍ରଥମ ଅସମୀ ଯିଏ ଭାରତର ମୁଖ୍ୟ ନ୍ୟାୟାଧିଶ ହୋଇଥିଲେ। ସେ 9 ନଭେମ୍ବରରେ ଏକ ଐତିହାସିକ ରାୟ ଦେଇଥିଲେ। ତାଙ୍କର କାର୍ଯ୍ୟକାଳ ୧୭ ନଭେମ୍ବର ୨୦୧୯ ରେ ସମାପ୍ତ ହୋଇଗଲା । ସେ ୧୯ ମାର୍ଚ୍ଚ ୨୦୨୦ ତାରିଖରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଥିଲେ।[]

୨୦୧୮ର ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସଙ୍କଟ

[ସମ୍ପାଦନା]

୧୨ ଜାନୁଆରୀ ୨୦୧୮ରେ, ନ୍ୟାୟମୂର୍ତ୍ତି ଜେ. ଚେଳେଶ୍ୱର, ଏମ୍. ବି. ଲୋକୁର ଓ କୁରିୟନ ଜୋସେଫଙ୍କ ସହିତ ମିଶି, ନ୍ୟାୟମୂର୍ତ୍ତି ରଞ୍ଜନ ଗୋଗୋଇ ପ୍ରଥମଥର ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ଇତିହାସରେ, ମାମଲା ବଣ୍ଟନ ଓ ନ୍ୟାୟ ବିତରଣ ବ୍ୟବସ୍ଥାର ଅସଫଳତାକୁ କେନ୍ଦ୍ର କରି ଏକ ପ୍ରେସ ସମ୍ମେଳନ କରିଥିଲେ।[] ପ୍ରେସ ସମ୍ମେଳନ ସମୟରେ ସେମାନେ କହିଥିଲେ ଯେ, ବିଶେଷ CBI ନ୍ୟାୟାଧୀଶ ବ୍ରିଜଗୋପାଳ ହରକିଶନ ଲୋୟାଙ୍କ ମୃତ୍ୟୁ ମାମଲାକୁ ନ୍ୟାୟମୂର୍ତ୍ତି ଅରୁଣ ମିଶ୍ରଙ୍କୁ ଦାୟିତ୍ୱ ଦେବା ଘଟନାରୁ ସେମାନେ ଏହି ସମ୍ମେଳନ କରିଥିଲେ।[]

ଲୋୟା ଜଣେ ବିଶେଷ CBI ନ୍ୟାୟାଧୀଶ ଥିଲେ, ଯାହାଙ୍କ ଡିସେମ୍ବର ୨୦୧୪ରେ ଅସ୍ଵାଭାବିକ ପରିସ୍ଥିତିରେ ଦେହାନ୍ତ ହୋଇଥିଲା । ସେ ୨୦୦୪ର ସୋହରାବୁଦ୍ଦିନ ଶେଖ ମାମଲାର ଶୁଣାଣି କରୁଥିଲେ, ଯେଉଁଠାରେ ପୋଲିସ ଅଧିକାରୀ ଏବଂ BJP ନେତା ଅମିତ ଶାହଙ୍କ ନାମ ଆସିଥିଲା । ପରେ ନ୍ୟାୟମୂର୍ତ୍ତି ଅରୁଣ ମିଶ୍ର ସେହି ମାମଲାରୁ ନିଜକୁ ପ୍ରତ୍ୟାହାର କରିନେଲେ ।

ନ୍ୟାୟମୂର୍ତ୍ତି ଚେଳେଶ୍ୱର 30 ଜୁନ 2018 ରେ ଅବସର ନେଲେ, ତା’ପରେ ନ୍ୟାୟମୂର୍ତ୍ତି ରଞ୍ଜନ ଗୋଗୋଇ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱିତୀୟ ବରିଷ୍ଠତମ ନ୍ୟାୟାଧୀଶ ହେଲେ ଓ ତା’ପରେ ଜଷ୍ଟିସ୍‌ ଏମ୍. ବି. ଲୋକୁର ଓ କୁରିୟନ ଜୋସେଫ ବରିଷ୍ଠତାକ୍ରମରେ ଅଛନ୍ତି।[୧୦]

  1. Rajagopal, Krishnadas (13 September 2018). "Justice Ranjan Gogoi appointed new Chief Justice of India". The Hindu (in Indian English). Retrieved 1 December 2025.
  2. Vishwanath, Apurva (8 August 2018). "Guwahati advocate asks CJI Misra why Justice Gogoi, an Assamese, is hearing NRC case". ThePrint.
  3. "Hon'ble Mr. Justice Ranjan Gogoi". Supreme Court of India. Archived from the original on 11 May 2012.
  4. Karmakar, Rahul (8 September 2018). "Who is Ranjan Gogoi, and what is he known for?". The Hindu (in Indian English).
  5. "Socio Educational Welfare Association - SEWA NGO". www.sewango.org. Retrieved 2022-06-01.
  6. "Noted social activist and writer Shanti Gogoi passes away". Sentinelassam (in ଇଂରାଜୀ). 2021-04-10. Retrieved 2021-04-13.
  7. Nair, Sobhana K. (2020-03-19). "As former CJI Ranjan Gogoi takes oath as Rajya Sabha member, Opposition walks out". The Hindu (in Indian English). ISSN 0971-751X. Retrieved 2025-12-01.
  8. "Stunning mutiny in Supreme Court ranks, 4 judges take on Chief Justice of India". The Economic Times. 2018-01-12. ISSN 0013-0389. Retrieved 2025-12-01.
  9. "4 senior-most Supreme Court judges hold press conference". BusinessLine (in ଇଂରାଜୀ). 2018-01-12. Retrieved 2025-12-01.
  10. "Justice Chelameswar retires, says no regrets about press conference on CJI". Hindustan Times (in ଇଂରାଜୀ). 2018-06-22. Retrieved 2025-12-01.