ରଜନୀ ବକ୍ସି
![]() ମୁମ୍ବାଇରେ ଅନୁଷ୍ଠିତ ଭାରତ ଅର୍ଥନୈତିକ ସମ୍ମିଳନୀ, ୨୦୧୧ରେ ଭାରତରେ ସାଂସ୍କୃତିକ ଅର୍ଥନୀତି ଅଧିବେଶନରେ ରଜନୀ ବକ୍ସି | |
ବୃତ୍ତି | ସାମ୍ବାଦିକା ଲେଖିକା |
ଭାଷା | ଇଂରାଜୀ |
ବାସସ୍ଥଳୀ | ମୁମ୍ବାଇ, ମହାରାଷ୍ଟ୍ର |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ବଜାରସ୍, କନ୍ଭରସେସନ୍ ଆଣ୍ଡ୍ ଫ୍ରିଡମ୍, ୨୦୦୯ |
ପୁରସ୍କାର | ଭୋଡାଫୋନ୍ କ୍ରସୱାର୍ଡ ବୁକ୍ ପୁରସ୍କାର, ୨୦୦୯ |
ରଜନୀ ବକ୍ସି ମୁମ୍ବାଇରେ ବାସ କରୁଥିବା ଜଣେ ଭାରତୀୟ ସାମ୍ବାଦିକା ଓ ଲେଖିକା । ସେ ସମସାମୟିକ ଭାରତର ସାମାଜିକ ତଥା ରାଜନୈତିକ ଗତିବିଧି ବିଷୟରେ ଲେଖନ୍ତି । ରଜନୀ ଅହିଂସା କନ୍ଭରସେସନ୍ ନାମକ ଏକ ସଂସ୍ଥାର ପ୍ରତିଷ୍ଠାତା ତଥା ଉପସ୍ଥାପିକା ଅଟନ୍ତି ।
ସେ ପୂର୍ବରୁ ଗେଟୱେ ହାଉସଇଣ୍ଡିଆନ୍ କାଉନସିଲ୍ ଅଫ୍ ଗ୍ଲୋବାଲ୍ ରିଲେସନ୍ସରେ ଗାନ୍ଧୀ ଶାନ୍ତି ଦୂତ ଭାବରେ କାର୍ଯ୍ୟ କରୁଥିଲେ ।[୧] ତାଙ୍କର ସାମ୍ବାଦିକତା କାର୍ଯ୍ୟ ଅନେକ ଇଂରାଜୀ ଓ ହିନ୍ଦୀ ଖବରକାଗଜ ଓ ପତ୍ରିକାରେ ପ୍ରକାଶ ପାଇଛି ।[୨] ସେ କିଙ୍ଗଷ୍ଟନ୍, ଜାମାଇକା, ଦିଲ୍ଲୀସ୍ଥିତ ଇନ୍ଦ୍ରପ୍ରସ୍ଥ କଲେଜ, ଜର୍ଜ ୱାଶିଂଟନ୍ ୟୁନିଭରସିଟି ଏବଂ ଜୟପୁରସ୍ଥିତ ରାଜସ୍ଥାନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି ।[୨]
୨୦୦୦ ମସିହାରେ ରଜନୀଙ୍କୁ ହୋମି ଭାବା ଫେଲୋସିପ୍ ମିଳିଥିଲା । ତାଙ୍କ ପୁସ୍ତକ ବଜାରସ୍, କନ୍ଭରସେସନ୍ ଆଣ୍ଡ୍ ଫ୍ରିଡମ୍ (୨୦୦୯) ଦୁଇଟି ଭୋଡାଫୋନ୍ କ୍ରସୱାର୍ଡ ବୁକ୍ ପୁରସ୍କାର ପାଇଥିଲା; ଗୋଟିଏ ଅଣ-କଳ୍ପନା ବର୍ଗରେ ଏବଂ ଗୋଟିଏ ଲୋକପ୍ରିୟ ପୁରସ୍କାର ବର୍ଗରେ ।[୩][୪]
ରଚିତ ପୁସ୍ତକ
[ସମ୍ପାଦନା]- ଦି ଲଙ୍ଗ୍ ହଲ୍: ଦି ବମ୍ବେ ଟେକ୍ସଟାଇଲ୍ ୱାର୍କରସ୍ ଷ୍ଟ୍ରାଇକ୍ ଅଫ୍ ୧୯୮୨-୮୩ (୧୯୮୬, ଗ୍ରେଟ୍ ବମ୍ବେ ଟେକ୍ସଟାଇଲ୍ ଷ୍ଟ୍ରାଇକ୍)
- ଦି ଡିସ୍ପ୍ୟୁଟ୍ ଓଭର୍ ସ୍ୱାମୀ ବିବେକାନନ୍ଦସ୍ ଲିଗେସି (୧୯୯୩, ସ୍ୱାମୀ ବିବେକାନନ୍ଦ)
- ବାପୁ କୁଟି: ଜର୍ଣ୍ଣିସ୍ ଇନ୍ ରିଡିସ୍କୋଭରି ଅଫ୍ ଗାନ୍ଧୀ (୧୯୯୮)
- ଲେଟସ୍ ମେକ୍ ଇଟ୍ ହାପେନ୍: ଅଲଟର୍ନେଟ୍ ଇକୋନୋମିକ୍ସ (୨୦୦୩)
- ଏନ୍ ଇକୋନୋକିମ୍ସ ଫର୍ ୱେଲ୍-ବିଙ୍ଗ୍ (୨୦୦୩)
- ବଜାରସ୍, କନ୍ଭରସେସନ୍ ଆଣ୍ଡ୍ ଫ୍ରିଡମ୍ (୨୦୦୯)
ଆଧାର
[ସମ୍ପାଦନା]- ↑ "The science of non-violence". The Hindu. 2013-10-02.
- ↑ ୨.୦ ୨.୧ Bazaars, Conversations and Freedom, official website
- ↑ "Mumbaikar brings home fiction award". The Times of India. 21 August 2010. Archived from the original on 24 March 2012.
- ↑ "Rajni Bakshi wins two Crossword Book Awards". Hindustan Times. 2010-08-21. Archived from the original on 2014-12-16.
ବାହାର ଆଧାର
[ସମ୍ପାଦନା]- ବଜାରସ୍, କନ୍ଭରସେସନ୍ ଆଣ୍ଡ୍ ଫ୍ରିଡମ୍, ଅଫିସିଆଲ୍ ୱେବସାଇଟ୍
- ରଜନୀ ବକ୍ସି, ଗେଟୱେ ହାଉସର ଲେଖିକା