Jump to content

ରଘୁନାଥ ବିଶ୍ୱାଳ

ଉଇକିପିଡ଼ିଆ‌ରୁ

ରଘୁନାଥ ବିଶ୍ୱାଳ ( ଜନ୍ମ: ୧.୪.୧୯୫୦) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ୍‌ ବିଶ୍ୱାଳ ଦେଓଗଡ଼ ଜିଲ୍ଲା ଅନ୍ତର୍ଗତ ରିଆମାଳ ଗ୍ରାମରେ ୧.୪.୧୯୫୦ ଦିନ ଜନ୍ମଗ୍ରହଣ କରିଥିଲେ । ପିତା ହେଉଛନ୍ତି ସ୍ଵର୍ଗତ ନନିହା ବିଶ୍ୱାଳ । ୧୯୬୯ ମସିହାରେ ରିଆମାଳ ହାଇସ୍କୁଲରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ନ ହେଲେ ଏବଂ ତାପରେ ୧୯୭୩ ମସିହାରେ ଜି.ଏମ୍. କଲେଜ୍, ସମ୍ବଲପୁରରୁ କଳା ବିଷୟରେ ସ୍ନାତକ ଡିଗ୍ରୀ ହାସଲ କଲେ । ୧୯୭୬ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ୧୯୭୭ ମସିହାରେ ସେ ଲଜପତ ରାୟ ଆଇନ ମାହାବିଦ୍ୟାଳୟରୁ (ଏଲ୍‌.ଆର୍. କଲେଜ୍, ସମ୍ବଲପୁର) ଆଇନରେ ସ୍ନାତକ ଡିଗ୍ରୀ ଲାଭ କଲେ । ୧୯୭୮ ମସିହାରେ ବାରରେ ଯୋଗ ଦେଇ ଆଇନ ବ୍ୟବସାୟ ଆରମ୍ଭ କଲେ । ୧୯୮୪ ମସିହାରେ ଆଇନରେ ସ୍ନାତକୋତ୍ତର (ଏଲ୍‌.ଏଲ୍‌.ଏମ୍‌.) ପାସ୍ କଲେ ।୧୫.୨.୧୯୮୮ ରେ ଓଡ଼ିଶା ନ୍ୟାୟିକ ସେବାରେ ଯୋଗ ଦେଇ କଟକର ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶ ଭାବରେ ନିଯୁକ୍ତି ପାଇଲେ ।

୦୫.୦୭.୨୦୦୪ ରୁ ୩୧.୦୩.୨୦୧୨ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟ କରିଥିଲେ ।[]

ଅବସର ପରେ ୨୦୨୦ ମସିହାରେ ସେ ଓଡ଼ିଶା ରାଜ୍ୟ ଅନଗ୍ରସର ଶ୍ରେଣୀ ଆୟୋଗର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ ।[][]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-28.
  2. "Odisha Govt constitutes Odisha State Commission for Backward Classes". ANI News (in ଇଂରାଜୀ). Retrieved 2025-01-28.
  3. Bureau, Sambad English (2021-01-02). "Justice Raghunath Biswal takes charge as chief of panel for Backward Classes". Sambad English (in ଇଂରାଜୀ). Retrieved 2025-01-28.