Jump to content

ଯୁଗଳ କିଶୋର ଷଡ଼ଙ୍ଗୀ

ଉଇକିପିଡ଼ିଆ‌ରୁ
ଯୁଗଳ କିଶୋର ଷଡ଼ଙ୍ଗୀ
ମୃତ୍ୟୁ (1946-12-09) ୯ ଡିସେମ୍ବର ୧୯୪୬ (ବୟସ ୭୯)
ବୃତ୍ତିଶିକ୍ଷକତା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ

ଯୁଗଳ କିଶୋର ଷଡ଼ଙ୍ଗୀ (ଜନ୍ମ: ୯ ଡିସେମ୍ବର ୧୯୪୬) ଜଣେ ଭାରତୀୟ ଓଡ଼ିଆ ଓ ସମ୍ବଲପୁରୀ-ଭାଷୀ ଶିଶୁ ସାହିତ୍ୟିକ ଓ ସଂସ୍କୃତି ଗବେଷକ ।[୧] ସେ ଓଡ଼ିଆ ଓ କୋଶଳୀ ଭାଷାରେ ଗଦ୍ୟ ଓ ପଦ୍ୟ । ସେ ଆକାଶବାଣୀ ନିମନ୍ତେ ସେ ଅନେକ କବିତା ଲେଖିଛନ୍ତି ।[୨] ସେ ସିନ୍ଧେକେଲା, ବଲାଙ୍ଗୀରର ଧନୁଯାତ୍ରା ମହୋତ୍ସବରେ "ଶିଶୁ ଗୌରବ ସମ୍ମାନ-୨୦୨୦'ରେ ସମ୍ମାନିତ ହୋଇଥିଲେ । ତାଙ୍କୁ ୨୦୨୩ ମସିହାରେ ଜେଜେଙ୍କ ଗପ ଗଣ୍ଠିଲି ପୁସ୍ତକ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବାଳ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।[୩]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଯୁଗଳ କିଶୋର ବଲାଙ୍ଗୀରର ମୂଳ ବାସିନ୍ଦା । ସେ ୧୯୪୬ ଡିସେମ୍ବର ମାସ ୯ ତାରିଖରେ ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶିକ୍ଷକତା ବୃତ୍ତିରୁ କାର୍ଯ୍ୟ ଆରମ୍ବ କରି ସେ ପ୍ରଶିକ୍ଷକ ଓ ପରେ ପରିଦର୍ଶକ ଭାବେ କାର୍ଯ୍ୟକରି ୨୦୦୪ରେ ଅବସର ନେଇଥିଲେ ।[୪]

ରଚନାବଳୀ

[ସମ୍ପାଦନା]

ଓଡ଼ିଆ

[ସମ୍ପାଦନା]
  • ଜେଜେଙ୍କ ଗପ ଗଣ୍ଠିଲି - ୨୦୧୮[୫]
  • ଆସରେ ପିଲେ ଆସ
  • ତୁମ ପାଇଁ ଏକାଙ୍କିକା
  • ଚିଠି
  • ତୁମ ପାଇଁ କବିତା
  • ଜୁହାରଗୋ ମା’ ଦୁଆରସନୀ
  • ଗୀତି ସୁରଭି
  • ଅନ୍ଧାରରୁ ଆଲୁଅ
  • ନିର୍ଝରଣୀ
  • ଦୟାମୟୀ ମା ଦ୍ୱାରସନୀ
  • ଉଦ୍‌ଯୋଗୀ ଜନଲକ୍ଷ୍ମୀନନ୍ଦନ
  • ଦଳପତି ଚୟନ
  • ମୁର୍ଖାନନ୍ଦ

କୋଶଳୀ

[ସମ୍ପାଦନା]
  • ଦୁଆରସନୀ ଭଜନ୍‌
  • ରସ୍‌କଦମ୍‌
  • ଉଜନ୍‌ବୁଜୁଲି
  • ଡୁରି
  • ଛି
  • ଜନ୍‌ ଉଦ୍‌ଲାନା[୬]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]

ସେ ୨୦୨୦ ମସିହାରେ ସିନ୍ଧେକେଲା, ବଲାଙ୍ଗୀରର ଧନୁଯାତ୍ରା ମହୋତ୍ସବରେ "ଶିଶୁ ଗୌରବ ସମ୍ମାନ-୨୦୨୦'ରେ ସମ୍ମାନିତ ହୋଇଥିଲେ । ୨୦୨୩ ମସିହାରେ ତାଙ୍କ ଜେଜେଙ୍କ ଗପ ଗଣ୍ଠିଲି ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ବାଳ ସାହିତ୍ୟ ପୁରସ୍କାର ପାଇଥିଲେ ।[୩][୭]

  1. ↑ (PDF) https://web.archive.org/web/20231110065029/https://www.indiaculture.gov.in/sites/default/files/events/3_13072023.pdf. Archived from the original (PDF) on 10 November 2023. Retrieved 10 November 2023. {{cite web}}: Missing or empty |title= (help)
  2. ↑ Singha, Minati (30 June 2023). "'Society needs to imbibe reading habit among kids'". The Times of India. Retrieved 10 November 2023.
  3. 1 2 Acharya, Boudhayan (23 June 2023). "ସାହିତ୍ୟ ଅକାଦେମି ପକ୍ଷରୁ ଘୋଷଣା ହେଲା ବାଲ୍ ସାହିତ୍ୟ ପୁରସ୍କାର, ଓଡ଼ିଆ ଭାଷା ପାଇଁ ପାଇବେ ଯୁଗଳ କିଶୋର ଷଡ଼ଙ୍ଗୀ". Sambad. Retrieved 10 November 2023.
  4. ↑ Bureau, Sambad (24 June 2023). "କେନ୍ଦ୍ର ସାହିତ୍ୟ ଅକାଦେମିର ଯୁବ ଓ ବାଲ୍‌ ସାହିତ୍ୟ ପୁରସ୍କାର ଘୋଷିତ: ବାଲ୍‌ ସାହିତ୍ୟ ପୁରସ୍କାର ପାଇବେ ଯୁଗଳ କିଶୋର ଷଡ଼ଙ୍ଗୀ". Sambad. Retrieved 10 November 2023.
  5. ↑ "Bal Sahitya Puraskar for writer Jugal Sarangi". The New Indian Express. 24 June 2023. Retrieved 10 November 2023.
  6. ↑ Dhal, Jajnaseni (24 June 2023). "ଯୁଗଳ କିଶୋର ଷଡ଼ଙ୍ଗୀ ପାଇବେ 'ବାଲ୍‌ ସାହିତ୍ୟ ପୁରସ୍କାର'". Dharitri Odia News. Retrieved 10 November 2023.
  7. ↑ "ଅଭିନନ୍ଦନ" (PDF). ସଂସାର. ମାର୍ଚ୍ଚ ୨୦୨୦. Retrieved 2024-02-27.