ଯାଯାବର ଯୋଜନା
ଯାଯାବର ପାନ୍ଥିକାର ଏକ ବ୍ରାଣ୍ଡ ନାମ ଅଟେ ।
ଓଡ଼ିଶାର ଚିହ୍ନଟ ହୋଇଥିବା ୩୪୦ଟି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ନୀତିରେ ଏହି ସ୍ୱତନ୍ତ୍ର ଯୋଜନା ଘୋଷଣା ହୋଇଥିଲା । [୧] ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଦରକାରୀ ସୁବିଧା ସୁଯୋଗ ଜୁଟାଇବା ‘ଯାଯାବର’ ଯୋଜନାର ମୂଳ ଉଦ୍ଦେଶ୍ୟ । ୨୦୧୫ ମସିହାରେ ନୂତନ ଯାଯାବର କୋଠା ପ୍ରତିଷ୍ଠା ପାଇଁ ୧୪୫କୋଟି ଟଙ୍କା ଆକଳନ ହୋଇଥିଲା ।
ଗୋଟିଏ ପର୍ଯ୍ୟଟନ ସ୍ଥଳୀରୁ ଆଉ ଏକ ପର୍ଯ୍ୟଟନ ସ୍ଥଳୀ ବା ଦୂର-ଦୁରାନ୍ତରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ପହଞ୍ଚିବା ବାଟରେ ଚା,ପାନ,ମୃଦୁ ପାନୀୟ ଓ ଖାଦ୍ୟ ତଥା ସାମୟିକ ବିଶ୍ରାମର ସୁବିଧା ପାଇଁ ‘ଯାଯାବର’ ବ୍ରାଣ୍ଡରେ ୩୩ଟି ପାନ୍ଥିକା ନିର୍ମାଣ ହୋଇଛି । ଏହି ତାଲିକାରେ ସାକ୍ଷୀଗୋପାଳର ପଟ୍ଟନାୟିକା, ଭଦ୍ରକ, ବଅଁରପାଳ, ଖଲିକୋଟ, ଅନୁଗୁଳ ଓ ରେଢ଼ାଖୋଲର ମଧ୍ୟସ୍ଥାନରେ, କୋଣାର୍କ ପୁରୀ ମାରାଇନ ଡ୍ରାଇଭ ରାସ୍ତାରେ ୬ଟି ପାନ୍ଥିକା ନିର୍ମାଣ ହୋଇଥିବା ବେଳେ ପିପିଲିଠାରେ ପୂର୍ବ ନିର୍ମିତ ପାନ୍ଥିକାକୁ ଆଧୁନିକୀକରଣ କରାଯାଇଥିଲା । [୨]
ଅଧିକାଂଶ ଯାଯାବର, ଓଡ଼ିଶା ଦେଇ ଯାଇଥିବା ଜାତୀୟ ରାଜପଥର କଡ଼ରେ ଅବସ୍ଥିତ ଅଛି । ‘ଯାଯାବର’ କୋଠାରେ ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଉପଲବ୍ଧ ଥାଏ । ଏଠାରେ ଲଘୁ ଖାଦ୍ୟ, ମୃଦୁପାନୀୟ ସହ ମନ୍ଦିର ଭୋଗ ଓ ଓଡ଼ିଆ ଖାଦ୍ୟ ମିଳିଥାଏ । ଫୁଡ଼ କୋର୍ଟ ବ୍ୟତୀତ ପାନ୍ଥିକା ପରିସରରେ ଗାଲିଚା, ପିଲାମାନଙ୍କ ପାଇଁ ପାର୍କ, ଖେଳ ପଡ଼ିଆ, ହସ୍ତଶିଳ୍ପ ଓ ହସ୍ତତନ୍ତ ବିଭାଗ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଅନ୍ୟାନ୍ୟ ପାନ୍ଥିକା ପରିସରରେ ଲ୍ୟାଣ୍ଡସ୍କେପ, ଫୁଡ କୋର୍ଟ, ପାର୍କିଂପ୍ଲେସ, ଟୁରିଷ୍ଟ ହଲ ୱେବସାଇଟ ସୁଯୋଗ ଓ ପୁଷ୍କରିଣୀ ଅଛି । ୨/୩ଟି ଉନ୍ନତ ବିଶ୍ରାମାଗର, ସ୍ନାନାଗାର ସହ ସ୍ଥାନୀୟ କାରିଗର ଏବଂ ଲୋକଙ୍କ ପାଇଁ ଏହି ପ୍ରକଳ୍ପ ଉପାର୍ଜନର ମାଧ୍ୟମ ପାଇଁ ଜିଲ୍ଲାର ହସ୍ତଶିଳ୍ପ ଏବଂ ଖାଦ୍ୟସାମଗ୍ରୀ ବିକ୍ରି ପାଇଁ ଦୋକାନ ଗୃହ ଆଦି ଅଛି । [୩]
ଆଧାର
[ସମ୍ପାଦନା]- ↑ "Odisha government to announce new tourism policy". ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ. Retrieved 31 January 2017.
- ↑ "'ଯାଯାବର' ବ୍ରାଣ୍ଡରେ ବିଭିନ୍ନ ସ୍ଥାନରେ ନିର୍ମାଣ ହେବ ପାନ୍ଥିକା". Retrieved 31 January 2017.
- ↑ "ଯାଯାବର ପାଇଁ ଦେଢ଼କୋଟି". ସମ୍ବାଦ. Retrieved 31 January 2017.[permanent dead link]