Jump to content

ଯାମିନୀ ସିଂହ

ଉଇକିପିଡ଼ିଆ‌ରୁ
ଯାମିନୀ ସିଂହ
ଜନ୍ମ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନପଞ୍ଜାବ ବିଶ୍ୱବିଦ୍ୟାଳୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୦–ଏବେଯାଏଁ
ସନ୍ତାନ
  • ଧୃବ

ଯାମିନୀ ସିଂହ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଟେଲିଭିଜନ ଜଗତରେ କାମ କରନ୍ତି ।[] ୧୯୯୪ ମସିହାରେ, ସେ କେ. ବିକ୍ରମ ସିଂହଙ୍କର କଥାଚିତ୍ର ତର୍ପଣ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କର କିଛି ଟେଲିଭିଜନ ଧାରାବାହିକ ଗୁଡ଼ିକ ହେଲା, ବନ୍ଧନ (୧୯୯୯), ଦାମନ (୨୦୦୧), ଚାଲ୍‌ତି କା ନାମ୍ ଗାଡ଼ି... ଲେଟ୍‌ସ୍ ଗୋ (୨୦୧୫), ମେରେ ଘର୍ ଆୟୀ ଏକ୍ ନହ୍ନି ପରୀ (୨୦୦୯), ହର ଘର୍ କୁଛ୍ କେହ୍‌ତା ହୈ (୨୦୦୭) ଏବଂ ଝୁମେ ଜିଆ ରେ (୨୦୦୭) ।[]

ଅଭିନୟ ଜୀବନ

[ସମ୍ପାଦନା]

ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ରରେ, ସେ ଓମ୍ ପୁରୀଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ଟିଭି ଧାରାବାହିକ କୋଲଗେଟ୍ ଟପ୍ ୧୦ରେ ଲଭ୍‌ଲି ଚରିତ୍ରରେ ଅଭିନୟ କରିଥିଲେ ।

ସେ ଅନେକ ଟେଲିଭିଜନ ଧାରାବାହିକରେ କାମ କରିଛନ୍ତି । ବନ୍ଧନ, ଦାମନ, ଘର୍ ଏକ୍ ମନ୍ଦିର୍, କୋଶିଶ୍ - ଏକ ଆଶା, ଶେହନାଇ, ହୁକୁମ୍ ମେରେ ଆକା, ଜବ୍ ଲଭ୍ ହୁଆ, ଶାଦି ଷ୍ଟ୍ରିଟ୍, ହରି ମିର୍ଚି ଲାଲ ମିର୍ଚି, ହମ୍ ହୈ ନା ଲା-ଜବାବ, ମେରି ଡୋଲି ତେରେ ଅଙ୍ଗାନା, ହର୍ ଘର୍ କୁଛ୍ କେହତା ହୈ, ବିଦାଇ, ଝୁମେ ଜିଆ ରେ, ତିନ୍ ବହୁରାନିୟାଁ, ମେରେ ଘର୍ ଆୟୀ ଏକ ନହ୍ନି ପରୀ ଏବଂ ଚଲ୍‌ତି କା ନାମ୍ ଗାଡ଼ି... ଲେଟ୍‌ସ୍ ଗୋ[][][] ସେ ଲାଇଫ୍ ଓକେରେ ସାବଧାନ ଇଣ୍ଡିଆରେ ମଧ୍ୟ ଏପିସୋଡିକ୍ ଭୂମିକାରେ ଅଭିନୟ କରିଛନ୍ତି । ସେ ଅନେକ ବିଜ୍ଞାପନରେ ମଧ୍ୟ ଅଭିନୟ କରିଛନ୍ତି ଏବଂ ମଲ୍ଲିକା ସରାଭାଇଙ୍କ ନାଟରାଣୀରେ ସିଲ୍‌ସିଲେ ନାମକ ଏକ ନାଟକରେ ଅଭିନୟ କରିଥିଲେ ।[]

୨୦୧୮ ମସିହାରେ, ଶ୍ରୀଧର ରଙ୍ଗାୟନଙ୍କ ନିର୍ଦ୍ଦେଶିତ ଏବଂ ସୋଲାରିସ୍ ପିକ୍ଚର୍ସ ଦ୍ୱାରା ପ୍ରଯୋଜିତ ହିନ୍ଦୀ ଫିଚର ଫିଲ୍ମ ଇଭିନିଂ ଶାଡୋଜ୍‌ରେ ସେ ଜଣେ ଦକ୍ଷିଣ ଭାରତୀୟ ମହିଳା ସରିତାଙ୍କ ଭୂମିକାରେ ଅଭିନୟ କରିଥିଲେ ।[]

  1. ୧.୦ ୧.୧ Seth, Kriti (4 May 2008). "My son calls me a supermom". The Times of India. Retrieved 10 January 2017.
  2. "'Hari Mirchi Laal Mirchi' Yamini Singh to play the role of Rinku's mother". IndianTelevision.com. 3 January 2007.
  3. "A TV show about a young boy and his friendship with a car". The Times of India. 28 October 2015. Archived from the original on 11 January 2017.
  4. "सब टीवी का 'चलती का नाम गाड़ी, लेट्स गो! 'आपके घर आने के लिए बिल्कुल तैयार". Mayapuri. 29 October 2015. Archived from the original on 21 July 2018. Retrieved 10 January 2017.
  5. Raghuvanshi, Bharatsingh. "'हरी मिर्ची...' में अब यामिनी सिंह". WebDuniya. Archived from the original on 12 January 2017. Retrieved 10 January 2017.
  6. "'Evening Shadows' Trailer Raises Hopes of LGBT Community and Parents: Watch". India West. 19 June 2017. Archived from the original on 3 December 2018. Retrieved 15 November 2018.

ବାହାର ଲିଙ୍କ୍

[ସମ୍ପାଦନା]