Jump to content

ଯତୀନ୍ଦ୍ର ପ୍ରସାଦ ଦାସ

ଉଇକିପିଡ଼ିଆ‌ରୁ


ଯତୀନ୍ଦ୍ର ପ୍ରସାଦ ଦାସ (ଜନ୍ମ ୧୯.୦୫.୧୯୫୭) ଜଣେ ଭାରତୀୟ ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଥିଲେ ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ ଦାସ କଟକ ଜିଲ୍ଲାଗଡ଼ିଜଙ୍ଗ ଗ୍ରାମରେ ୧୯.୦୫.୧୯୫୭ରେ ପିତା ଜାନକୀ ପ୍ରସାଦ ଦାସ ଏବଂ ମାତା ଶୋଭାରାଣୀ ଦସଙ୍କ ପୁତ୍ରଭାବେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜେଜେବାପା ଦେୱାନ ବାହାଦୁର ଦୟାନିଧି ଦାସ ଥିଲେ ପ୍ରଥମ ଓଡ଼ିଆ କଲେକ୍ଟର୍ । ଶ୍ରୀ ଦାସ ୧୯୬୯ ମସିହାରେ ତାଙ୍କ ଜନ୍ମଗ୍ରାମ ଗଡିଜଙ୍ଗର କଳିଙ୍ଗ ମଡେଲ୍ ହାଇସ୍କୁଲ୍ ରୁ ମାଟ୍ରିକ୍ ପାସ୍ କରିଥିଲେ । ୧୯୭୩ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଲାଭ କରି ୧୯୭୫ ରେ ବାଣୀ ବିହାରରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କଲେ । ୧୯୭୮ ମସିହାରେ କଟକ ଏମ.ଏସ୍. ଲ କଲେଜ୍ରୁ ଆଇନ ଶିକ୍ଷା ଅଧିଗ୍ରହଣ କରି ଏଲ୍‌ ଏଲ୍‌ ବି ଡିଗ୍ରୀ ହାସଲ କରି ଓଡ଼ିଶା ଉଚ୍ଚନ୍ୟାୟଳୟର ସିଭିଲ୍ ଆଇନଜ୍ଞ ରାଜେନ୍ଦ୍ର ଚନ୍ଦ୍ର ମହାନ୍ତିଙ୍କ ଚେମ୍ବରରେ ଓକିଲ ଭାବେ ଯୋଗ ଦେଇ ଆଇନ ବ୍ୟବସାୟ ଆରମ୍ଭ କଲେ ।

ସେ ୧୯୮୧ ମସିହାରେ ଓଡ଼ିଶା ନ୍ୟାୟିକ ସେବାରେ ଯୋଗଦେଲେ ଏବଂ କୋରାପୁଟ, ଜୟପୁର, କେନ୍ଦ୍ରପଡା, ଅନୁଗୁଳ, ପୁରୀ, ବରଗଡ଼, ମାଲକାନଗିରି, ପାରଳାଖେମୁଣ୍ଡି ଏବଂ ତାଳଚେର ଭଳି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନ୍ୟାୟାଧୀଶ ଭାବେ କାର୍ଯ୍ୟ କଲେ । ସେ ଓଡ଼ିଶା ଉଚ୍ଚନ୍ୟାୟଳୟରେ ୧୫ ବର୍ଷ ଭିନ୍ନ ଭିନ୍ନ ଭୂମିକାରେ ନିୟୋଜିତ ଥିଲେ । ସେ ଓଡ଼ିଶା ଦେବୋତ୍ତର କମିଶନର୍, ଜିଲ୍ଲା ଏବଂ ସତ୍ର ନ୍ୟାୟାଧୀଶ, ଖୋର୍ଦ୍ଧା ଏବଂ ଉଚ୍ଚନ୍ୟାୟଳୟ ରେଜିଷ୍ଟ୍ରାର୍ ଜେନେରାଲ୍ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ସେ ୧୭-୦୪-୨୦୧୫ ରୁ ୧୯-୦୫-୨୦୧୯ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚନ୍ୟାୟଳୟର ନ୍ୟାୟାଧୀଶ ଥିଲେ।[] ଅବସର ପରେ ତାଙ୍କୁ ନବ ଦାସ ହତ୍ୟା ମାମଲାର ତଦନ୍ତ ନିରୀକ୍ଷଣ କରିବା ଦାୟୀତ୍ଵ ଦିଆଯାଇଥିଲା ।[][]

  1. ୧.୦ ୧.୧ National Informatics Centre (NIC, Orissa). "Former Judge | Orissa High Court, Cuttack". www.orissahighcourt.nic.in (in ଇଂରାଜୀ). Retrieved 2025-02-05.
  2. Kalinga TV (2023-02-07), Retired Orissa High Court Judge J P Das Leaves For Jharsuguda || KalingaTV, retrieved 2025-02-05
  3. NEWS, OMMCOM (2023-02-01). "Justice (Retd) JP Das To Monitor CB Probe Into Naba Das' Murder | Odisha". Odisha News, Odisha Breaking News, Odisha Latest News || Ommcom News (in ଆମେରିକୀୟ ଇଂରାଜୀ). Retrieved 2025-02-05.[permanent dead link]