Jump to content

ଯଜ୍ଞେଶ୍ଵର ଦାସ

ଉଇକିପିଡ଼ିଆ‌ରୁ


ଯଜ୍ଞେଶ୍ୱର ଦାସ (୨୯ ଜୁଲାଇ ୧୯୩୬) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[]

ଶିକ୍ଷା ଓ ବୃତ୍ତି

[ସମ୍ପାଦନା]

ଯଜ୍ଞେଶ୍ୱର ଦାସ ୨୯ ଜୁଲାଇ ୧୯୩୬ ଦିନ ବଲାଙ୍ଗିର ଜିଲ୍ଲାସୋନପୁରରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୫୩ ମସିହାରେ ସୋନପୁର ମହାରାଜା ହାଇସ୍କୁଲରୁ ମାଟ୍ରିକ ପାସ୍ କରିଥିଲେ । ଏହା ପରେ ସେ ଉଚ୍ଚତର ଶିକ୍ଷା ସମ୍ବଲପୁରଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, କଟକର ରେଭେନସା ବିଶ୍ୱବିଦ୍ୟାଳୟରେ ସମାପ୍ତ କରିବା ପରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ୧୯୬୧ ମସିହାରେ ଆଇନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ । ସେ ୧୯୬୨ ଫେବୃଆରୀରେ ଏକ ପ୍ଲୀଡର ଭାବେ ଲାଇସେନ୍ସ ପାଇଥିଲେ ଏବଂ ୧୯୬୨ ମେ ମାସରେ ଏକ ଆଇନଜୀବୀ ଭାବେ ନାମ ତାଲିକାଭୁକ୍ତ ହେଲେ। ସମ୍ବଲପୁରରେ ସେ ଏକ ଆଇନଜୀବୀ ଭାବେ ଦେୱାନୀ ଏବଂ ଫୌଜଦାରୀ ମାମଲାରେ ଓକିଲାତି କରୁଥିଲେ ଏବଂ ଆର.ଡି.ସି. ଏବଂ ବୋର୍ଡ ଅଫ୍ ରେଭେନ୍ୟୁର ଅଦାଲତରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଲନା କରିଥିଲେ । ସେ କେତେକ ମାମଲାରେ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ମଧ୍ୟ ଉପସ୍ଥାପନ କରିଥିଲେ ।

ଶ୍ରୀ ଦାସ ୧୯୭୦ରୁ ୧୯୭୫ ପର୍ଯ୍ୟନ୍ତ ସମ୍ବଲପୁରର ଲାଲପତ୍ ରାୟ ଆଇନ କଲେଜରେ ସାମୟିକ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ ଏବଂ ୧୫ ଡିସେମ୍ବର ୧୯୭୫ରେ ଓଡ଼ିଶା ସୁପିରିଅର ନ୍ୟାୟିକ ସେବା (ବରିଷ୍ଠ ଶାଖା) ଭିତ୍ତିରେ ଏକ ଜିଲ୍ଲା ଜଜ ଭାବେ ଯୋଗଦେଇଥିଲେ । ଶ୍ରୀ ଦାସ ବାଲେଶ୍ୱର[], ଢେଙ୍କାନାଳ[] ଏବଂ କଟକର[] ଜିଲ୍ଲା ଜଜ ଭାବେ କାର୍ଯ୍ୟ କରିଥିଲେ । ସେ ୧୯୮୧ରୁ ୧୯୮୩ ପର୍ଯ୍ୟନ୍ତ ଦେବୋତ୍ତର କମିଶନର୍ ଭାବେ ଏବଂ ଜୁଲାଇ ୧୯୮୭ରୁ ଆଇନ ବିଭାଗର ସଚିବ ସଚିବ ଭାବେ କାର୍ଯ୍ୟ କରିଥିଲେ ।

ସେ ୨୦ ମାର୍ଚ୍ଚ ୧୯୮୯ରୁ ୨୨ ଜାନୁଆରୀ ୧୯୯୦ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[]

ଶ୍ରୀ ଦାସଙ୍କ ପୁତ୍ର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଚିତ୍ତ ରଞ୍ଜନ ଦାସ [] ଏବଂ ସହଧର୍ମିଣୀ ସୁଧାମୟୀ ଦାସ ।

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-12.
  2. "Former Judges | District & Sessions Court, Balasore | India" (in ଆମେରିକୀୟ ଇଂରାଜୀ). Retrieved 2025-01-12.[permanent dead link]
  3. "Former Judges | Dhenkanal District Court | India" (in ଆମେରିକୀୟ ଇଂରାଜୀ). Retrieved 2025-01-12.[permanent dead link]
  4. "Former Judges | District Court, Cuttack | India" (in ଆମେରିକୀୟ ଇଂରାଜୀ). Archived from the original on 2025-01-23. Retrieved 2025-01-12.
  5. "CDJ Law Journal". www.cdjlawjournal.com. Retrieved 2025-01-12.