Jump to content

ମୌଲବୀ ଆଲ୍ଲାଉଦ୍ଦିନ୍

ଉଇକିପିଡ଼ିଆ‌ରୁ
ମୌଲବୀ ଆଲ୍ଲାଉଦ୍ଦିନ୍
Undated image of Maulvi Allauddin from the records of the Cellular Jail
ଜନ୍ମ
Syed Allauddin Hyder

Did not recognize date. Try slightly modifying the date in the first parameter.
ମୃତ୍ୟୁ1889 (aged 64–65)
ପ୍ରସିଦ୍ଧିLeading the Indian Rebellion of 1857 in Hyderabad
ପିତାମାତା
  • Hafizullah (ବାପା)

ସୟଦ୍ ଆଲ୍ଲାଉଦ୍ଦିନ୍ ହାଇଦର ଯିଏ ମୌଲବୀ ଆଲ୍ଲାଉଦ୍ଦିନ୍ ନାମରେ ମଧ୍ୟ ପରିଚିତ, ସେ ହାଇଦ୍ରାବାଦର ମକ୍କା ମସ୍‌ଜିଦର ପ୍ରବାଚକ ଓ ଇମାମ୍ ଥିଲେ । ୧୭ ଜୁଲାଇ ୧୮୫୭ ରେ ସେ ହାଇଦ୍ରାବାଦର ଗଡ଼ଜାର ରାଜ୍ୟରେ ଅବସ୍ଥିତ ବ୍ରିଟିଶ୍ ରେସିଡେନ୍ସି ଉପରେ ଆକ୍ରମଣର ନେତୃତ୍ଵ ନେଇଥିଲେ । ଏହି ଆକ୍ରମଣ ୧୮୫୭ ର ସ୍ୱାଧୀନତା ସଂଗ୍ରାମ (ଭାରତୀୟ ବିଦ୍ରୋହ) ସମୟରେ ହୋଇଥିଲା । ସେ ଆଣ୍ଡାମାନ୍-ନିକୋବର ଦ୍ୱୀପପୁଞ୍ଜର କାଳାପାଣି (ସେଲ୍ୟୁଲାର୍ ଜେଲ୍) କୁ ସଜା କାଟିବାକୁ ପଠାଯାଇଥିବା ପ୍ରଥମ ନିର୍ବାସିତ କଏଦୀ ବୋଲି ବିଶ୍ଵାସ କରାଯଏ ।[][][][]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ହାଇଦ୍ରାବାଦର ତେଲେଙ୍ଗାନା ଜିଲ୍ଲାରେ ତାଙ୍କରି ଜନ୍ମ ।[]

ବ୍ରିଟିଶ ରେସିଡେନ୍ସି ଉପରେ ଆକ୍ରମଣ

[ସମ୍ପାଦନା]

୧୭ ଜୁଲାଇରେ ପ୍ରାୟ ୫୦୦ ଲୋକଙ୍କ ଦଳ, ମୌଲବୀ ଅଲାଉଦ୍ଦିନ୍ ଓ ତୁରେବାଜ୍ ଖାନଙ୍କ ନେତ୍ରୃତ୍ୱରେ, ମକ୍କା ମସ୍ଜିଦରୁ ବ୍ରିଟିଶ୍ ରେସିଡେନ୍ସି ପର୍ଯ୍ୟନ୍ତ ପ୍ରଦର୍ଶନ ମାର୍ଚ୍ଚ କଲେ । ପ୍ରଦର୍ଶନକାରୀମାନେ ହିଂସ୍ର ହୋଇ ରେସିଡେନ୍ସି ଉପରେ ଆକ୍ରମଣ କଲେ । ବ୍ରିଟିଶ୍ ସେନା ଗୁଳି ଚାଳନ କଲା । ପ୍ରଦର୍ଶନକାରୀମାନେ କିଛି ଘଣ୍ଟା ପର୍ଯ୍ୟନ୍ତ ପ୍ରତିଆକ୍ରମଣ କଲେ କିନ୍ତୁ ପରେ ପଛକୁ ହଟିଗଲେ । ତୁରେବାଜ୍ ଖାନ ଗିରଫ ହେଲେ, କିନ୍ତୁ ମୌଲବୀ ଅଲାଉଦ୍ଦିନ୍ ଫେରର ହେବାରେ ସଫଳ ହେଲେ ।[]

ତାଙ୍କୁ ପରେ ଧରାଯାଇ କଳାପାଣି କୁ ପଠାଯାଇଥିଲା । ୨୮ ଜୁନ୍ ୧୮୫୯ ରେ ତାଙ୍କୁ ହାଇଦ୍ରାବାଦରୁ ବାହାର କରାଯାଇଥିଲା।

କାରାବାସ ଓ ଶେଷ ଦିନ

[ସମ୍ପାଦନା]

ରେସିଡେନ୍ସି ଉପରେ ଆକ୍ରମଣ ସମୟରେ ଗୋଳିରେ ମୌଲବୀଙ୍କ ଡାହାଣି ହାତ ଅଚଳ(ପାରାଲାଇଜ୍) ହୋଇଗଲା । ତାଙ୍କ କାନ୍ଧ ଓ ଲଳାଟରେ ଖଣ୍ଡାର ଆଘାତ ମଧ୍ୟ ହୋଇଥିଲା । ଯଦିଓ ଖରାପ ସ୍ୱାସ୍ଥ୍ୟ ଓ ଭଲ ବ୍ୟବହାରର ଆଧାରରେ ବାରମ୍ବାର ମୁକ୍ତିର ଅନୁରୋଧ କଲେ, କିନ୍ତୁ ସବୁ ବାରଣ କରାଗଲା । ସେ ୧୮୮୯ ମସିହାର କୌଣସି ଏକ ଦିନ ତାଙ୍କର ଦେହାନ୍ତ ହେଲା ।[]

  1. ୧.୦ ୧.୧ "Install Maulvi's statue in Parliament, Assembly". Times of India. 18 April 2013. Retrieved 29 July 2015.
  2. "Is this the Residency?". The Hindu. 17 July 2007. Retrieved 29 July 2015.
  3. "The legend of braveheart Turehbaz Khan lives on". The Hindu. 28 January 2012. Retrieved 29 July 2015.
  4. Pati, Biswamoy (2010). The Great Rebellion of 1857 in India. Routledge. ISBN 9780415558433. Retrieved 29 July 2015.
  5. "Maulavi Allauddin and first war of independence". indianculture.gov.in/. Retrieved 2 October 2025.
  6. "Maulvi Alauddin- the other hero". The Times of India. 2016-09-11. ISSN 0971-8257. Retrieved 2025-10-02.