ମୋ ମମି ପାପାଙ୍କ ବାହାଘର ୨
| ମୋ ମମି ପାପାଙ୍କ ବାହାଘର ୨ | |
|---|---|
| ନିର୍ଦ୍ଦେଶକ | ଅମରେଶ ପତି |
| ପ୍ରଯୋଜକ | ଅଜୟ କୁମାର ରାଉତ |
| ସଂଳାପ | ବି. ଚନ୍ଦନ କୁମାର |
| ଚିତ୍ରନାଟ୍ୟ | ଅମରେଶ ପତି ବି. ଚନ୍ଦନ କୁମାର |
| କାହାଣୀ | ଅମରେଶ ପତି |
| କଳାକାର | ସୁଇଟ୍ ପଟ୍ଟନାୟକ ହିରଣ୍ମୟୀ ଦାସ ଶ୍ରୀଜିତ ମହାପାତ୍ର ସୁକାନ୍ତ ରଥ |
| ସଙ୍ଗୀତ | ସୁଶୀଲ ଦଳାଇ |
| ଚିତ୍ରଗ୍ରହଣ | ସର୍ବେଶ୍ୱର ଦାଶ |
| ସମ୍ପାଦକ | ପିଣ୍ଟୁ ନାୟକ |
| ବିତରକ | ତରଙ୍ଗ ଟିଭି ତରଙ୍ଗ ପ୍ଲସ୍ |
ମୁକ୍ତିଲାଭ ତାରିଖ | ୨ ମାର୍ଚ୍ଚ ୨୦୨୫ |
| ଦେଶ | |
| ଭାଷା | ଓଡ଼ିଆ |
ମୋ ମମି ପାପାଙ୍କ ବାହାଘର ୨ ୨୦୨୫ ମସିହାରେ ଟେଲିଭିଜନ୍ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ କୁମାର ରାଉତ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ଅମରେଶ ପତି ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ସୁଶୀଲ ଦଳାଇ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ସୁଇଟ୍ ପଟ୍ଟନାୟକ, ହିରଣ୍ମୟୀ ଦାସ, ଶ୍ରୀଜିତ ମହାପାତ୍ର, ସୁକାନ୍ତ ରଥ, ଶୁଭ୍ରାଂଶୁ ନାୟକ, ପ୍ରଭାତି, ଦେବୁ ବ୍ରହ୍ମା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨ ମାର୍ଚ୍ଚ ୨୦୨୫ରେ ଏହି କଥାଚିତ୍ରଟି ତରଙ୍ଗ ପ୍ଲସ୍ ଓ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ସୁଇଟ୍ ପଟ୍ଟନାୟକ
- ହିରଣ୍ମୟୀ ଦାସ
- ଶ୍ରୀଜିତ ମହାପାତ୍ର
- ସୁକାନ୍ତ ରଥ
- ଶୁଭ୍ରାଂଶୁ ନାୟକ
- ପ୍ରଭାତି
- ଦେବୁ ବ୍ରହ୍ମା
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁଶୀଲ ଦଳାଇ । ପୁଷ୍ପକ ପରିଡ଼ା ଓ ସୁଶୀଲ ଦଳାଇ ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅନ୍ତରା ଚକ୍ରବର୍ତ୍ରୀ, ଲୋପାମୁଦ୍ରା, ମଣ୍ଟୁ ଛୁରୀଆ, ସ୍ମିତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]| କ୍ରମ | ଗୀତ | କବି | ଗାୟକ | ସମୟ |
|---|---|---|---|---|
| 1. | "ଢିଞ୍ଚାକ୍ ଢିଞ୍ଚାକ୍ ନାଚ୍" | ସୁଶୀଲ ଦଳାଇ | ମଣ୍ଟୁ ଛୁରୀଆ, ସ୍ମିତା | |
| 2. | "ଶୁଭିବ ଶୁଭ ମହୁରୀ" | ପୁଷ୍ପକ ପରିଡ଼ା | ଅନ୍ତରା ଚକ୍ରବର୍ତ୍ତୀ, ସ୍ମିତା | |
| 3. | "ନ ଲାଗୁରେ କାହା ନଜର" | ପୁଷ୍ପକ ପରିଡ଼ା | ଲୋପାମୁଦ୍ରା ଦାଶ |
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୋ ମମି ପାପାଙ୍କ ବାହାଘର ୨