ମୈଥିଳୀ ଠାକୁର
ମୈଥିଲୀ ଠାକୁର | |
|---|---|
Thakur in 2024 | |
| Member of Bihar Legislative Assembly | |
| Assumed office 14 November 2025 | |
| ପୂର୍ବ ଅଧିକାରୀ | Mishri Lal Yadav |
| ନିର୍ବାଚନ ମଣ୍ଡଳୀ | Alinagar |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | Maithili Thakur ୨୫ ଜୁଲାଇ ୨୦୦୦ Madhubani, Bihar, India |
| ରାଜନୀତିକ ଦଳ | Bharatiya Janata Party (2025–present) |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | 2011–present |
| ପିତାମାତା |
|
| ସମ୍ପର୍କୀୟ |
|
| Musical career | |
| ଶୈଳୀ | |
| ବାଦ୍ୟଯନ୍ତ୍ର | |
| ଛାଞ୍ଚ:Infobox youtuber | |
ମୈଥିଲୀ ଠାକୁର (ଜନ୍ମ ଜୁଲାଇ ୨୦୦୦) ଜଣେ ଭାରତୀୟ ଗାୟିକା ଓ ରାଜନେତ୍ରୀ। ସେ ମୈଥିଲୀ ଓ ଭୋଜପୁରୀ ଗୀତ ଗାଉଛନ୍ତି, ଯାହାରେ ଛଠ ଗୀତ ଓ କଜରୀ ଅନ୍ତର୍ଭୁକ୍ତ। ସେ ଅନ୍ୟାନ୍ୟ ଭାରତୀୟ ଭାଷାର ବଲିଉଡ୍ କଭର୍ ସଙ୍ଗୀତ ଏବଂ ପାରମ୍ପରିକ ଲୋକସଙ୍ଗୀତ ମଧ୍ୟ ଗାଇଥାନ୍ତି। ୨୦୨୫ ମସିହାରେ ଭାରତୀୟ ଜନତା ପାର୍ଟିର ସଦସ୍ୟା ଭାବେ ଅଲିନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୨୫ ବିହାର ବିଧାନସଭା ନିର୍ବାଚନ ଜିତି ୨୫ ବର୍ଷ ବୟସରେ ଭାରତର ସବୁଠାରୁ କମ୍ ବୟସ୍କ ବିଧାୟିକା ହୋଇ ରାଜନୀତିରେ ପ୍ରବେଶ କରିଥିଲେ।[୧]
ଜୀବନ ପରିଚୟ
[ସମ୍ପାଦନା]ମୈଥିଲୀ ଠାକୁରଙ୍କ ଜନ୍ମ ୨୫ ଜୁଲାଇ ୨୦୦୦ ରେ ବିହାରର ମଧୁବନି ଜିଲ୍ଲାର ବେନିପଟ୍ଟି ନାମକ ଛୋଟ ଶହରରେ ହୋଇଥିଲା। ତାଙ୍କ ପିତା ରମେଶ ଠାକୁର ସେଠାକାର ଜଣେ ଲୋକପ୍ରିୟ ସଙ୍ଗୀତକାର ଥିଲେ ଏବଂ ମାତା ଭାରତୀ ଠାକୁର ଜଣେ ଗୃହିଣୀ । ତାଙ୍କ ନାମ ମାତାଙ୍କ ନାମ ଅନୁସାରେ ରଖାଯାଇଥିଲା। ତାଙ୍କର ଦୁଇଜଣ ଛୋଟ ଭାଇ ଅଛନ୍ତି—ଋଷଭ ଓ ଆୟାଚୀ, ଯେଉଁମାନେ ତାଙ୍କ ସଙ୍ଗୀତ ଯାତ୍ରାରେ ସହଯୋଗ କରନ୍ତି; ଋଷଭ ତବଲା ବଜାନ୍ତି ଏବଂ ଆୟାଚୀ ଗାୟନରେ ସହଯୋଗ କରିଥାନ୍ତି। ସେ ପିତାଙ୍କ ଠାରୁ ସଙ୍ଗୀତ ଶିଖିଥିଲେ।[୨]
ତାଙ୍କ ପ୍ରତିଭାକୁ ଅନୁଭବ କରି ଅଧିକ ସୁଯୋଗ ପାଇବା ପାଇଁ ରମେଶ ଠାକୁର ପରିବାର ସହ ନୂଆଦିଲ୍ଲୀ ନିକଟର ଦ୍ଵାରକାରେ ବସବାସ କରିଥିଲେ। ମୈଥିଲୀ ଓ ତାଙ୍କ ଭାଇମାନେ ସେଠାର ବାଲ ଭବନ ଇଣ୍ଟରନେସନାଲ ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ। ପଢ଼ାଶୁଣା ସହ ସେମାନେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ, ହାର୍ମୋନିଅମ୍ ଓ ତବଲାରେ ପ୍ରଶିକ୍ଷଣ ପାଇଥିଲେ।[୩]
ସଙ୍ଗୀତ ଜୀବନ
[ସମ୍ପାଦନା]ମୈଥିଲୀଙ୍କ ସଙ୍ଗୀତ ଯାତ୍ରା ୨୦୧୧ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ସେ ସା ରେ ଗା ମା ପା ଲିଟିଲ୍ ଚାମ୍ପ୍ସରେ ଅଂଶଗ୍ରହଣ କରିଥିଲେ। ଏହି ରିଆଲିଟି ଶୋ ମାଧ୍ୟମରେ ସେ ପରିଚିତି ଲାଭ କରିଥିଲେ। ଚାରି ବର୍ଷ ପରେ ସେ ଇଣ୍ଡିଆନ ଆଇଡଲ ଜୁନିଅରରେ ଅଂଶଗ୍ରହଣ କରିଥିଲେ। ପରେ ରାଇଜିଂ ଷ୍ଟାରରେ ରନର୍-ଅପ୍ ହୋଇ ସେ ଜାତୀୟ ସ୍ତରରେ ଖ୍ୟାତି ଲାଭ କରିଥିଲେ।
୨୦୧୭ ମସିହାରେ ରାଇଜିଙ୍ଗ୍ ଷ୍ଟାର ସିଜନ୍–1 ରେ ଅଂଶଗ୍ରହଣ କରି ସେ ପ୍ରଥମ ଫାଇନାଲିଷ୍ଟ ହୋଇଥିଲେ। ‘ଓମ୍ ନମଃ ଶିବାୟ’ ଗୀତ ପ୍ରସ୍ତୁତ କରି ସେ ସିଧାସଳଖ ଫାଇନାଲ୍କୁ ପ୍ରବେଶ କରିଥିଲେ ଏବଂ କେବଳ ଦୁଇଟି ଭୋଟ୍ର ଅନ୍ତରରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହା ପରେ ତାଙ୍କର ଇଣ୍ଟରନେଟ୍ ଲୋକପ୍ରିୟତା ବଢ଼ିଯାଇଥିଲା। ତାଙ୍କର ଭିଡିଓଗୁଡ଼ିକ ଯୁଟ୍ୟୁବ୍ ଓ ଫେସବୁକ୍ରେ ଲକ୍ଷାଧିକ ଦର୍ଶନ ପାଇଛି।
ସେ ସାଧାରଣତଃ ତାଙ୍କ ଭାଇ ଋଷଭ ଓ ଆୟାଚୀଙ୍କ ସହ ଦେଖାଯାନ୍ତି । ୨୦୧୯ ମସିହାରେ ଭାରତୀୟ ନିର୍ବାଚନ କମିଶନ ଦ୍ୱାରା ସେମାନଙ୍କୁ ମଧୁବନୀର ବ୍ରାଣ୍ଡ ଏମ୍ବାସାଡର୍ ଭାବେ ନିଯୁକ୍ତ କରାଯାଇଥିଲା। ସେ ୨୦୧୫ ମସିହାରେ “ଆଇ ଜିନିଅସ୍ ୟଂ ସିଙ୍ଗିଂ ଷ୍ଟାର” ସଙ୍ଗୀତ ପ୍ରତିଯୋଗିତା ଜିତିଥିଲେ ଏବଂ “ହାଁ ରବ୍ବା” ନାମକ ଏକ ସଙ୍ଗୀତ ଆଲ୍ବମ୍ ମଧ୍ୟ ପ୍ରକାଶ କରିଥିଲେ। ତାଙ୍କର ସୋସିଆଲ୍ ମିଡିଆ ମାଧ୍ୟମରେ ଲକ୍ଷାଧିକ ଅନୁସରଣକାରୀ ଅଛନ୍ତି।[୪]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ମୈଥିଲୀ ଠାକୁର ତାଙ୍କ କାର୍ଯ୍ୟଜୀବନରେ ବହୁ ପୁରସ୍କାର ଓ ସମ୍ମାନ ପାଇଛନ୍ତି।
ନ୍ୟାସନାଲ୍ କ୍ରିଏଟର୍ସ ଅୱାର୍ଡ: ୮ ମାର୍ଚ୍ଚ ୨୦୨୪ରେ ପ୍ରଥମ ନ୍ୟାସନାଲ୍ କ୍ରିଏଟର୍ସ ଅୱାର୍ଡ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସେ “କଲ୍ଚରାଲ୍ ଏମ୍ବାସାଡର୍ ଅଫ୍ ଦ ଇୟର୍” ପୁରସ୍କାରରେ ସମ୍ମାନିତ ହୋଇଥିଲେ।
ଏନ୍ଏଚ୍ଆର୍ସିସିବି ଇଣ୍ଡିଆ ପ୍ରାଇଡ୍ ଅୱାର୍ଡ: National Human Rights and Crime Control Bureau ଦ୍ୱାରା ୩୦ ଜୁଲାଇ ୨୦୨୨ ରେ ସେ NHRCCB ଇଣ୍ଡିଆ ପ୍ରାଇଡ୍ ଅୱାର୍ଡରେ ସମ୍ମାନିତ ହୋଇଥିଲେ।[୫]
ଅଧାର
[ସମ୍ପାଦନା]- ↑ 36. "ବିହାର ରାଜନୀତିରେ ଚର୍ଚ୍ଚିତ ଚେହେରା ମୈଥିଲୀ ଠାକୁର ; ଗୀତ ଗାଇ ନା ବିଧାୟକ ଭାବରେ କରିବେ ଅଧିକ ରୋଜଗାର ? - PrameyaNews7". prameyanews7.com. Retrieved 2026-03-01.
{{cite web}}:|last=has numeric name (help) - ↑ "घर में सीखा गाना, ऐसे इंटरनेट सनसनी बन गया मैथिली ठाकुर का पूरा परिवार". AajTak (in ହିନ୍ଦୀ). 2018-10-08. Retrieved 2026-03-01.
- ↑ "संगीत एक साधना, शॉर्टकट से नहीं मिलती सफलता : मैथिली - Music is not a practice, shortcuts do not achieve success: Maithili". Jagran (in ହିନ୍ଦୀ). Retrieved 2026-03-02.
- ↑ "मशहूर लोक गायिका मैथिली ठाकुर ने Bollywood के लिए गाने से इनकार किया". Zee News Hindi (in ହିନ୍ଦୀ). Retrieved 2026-03-02.
- ↑ "National Pride Award". www.facebook.in. Retrieved 2 March 2026.[permanent dead link]
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |