ମେହବୁବା ମୁଫତି
Mehbooba Mufti Sayed | |
|---|---|
ମେହବୁବା ବୁର୍ ମୁଫତି ସୟଦ | |
Mufti in 2022 | |
| President of Jammu and Kashmir Peoples Democratic Party | |
| Assumed office January 2009 | |
| 9th Chief Minister of Jammu & Kashmir | |
| କାର୍ଯ୍ୟକାଳ 4 April 2016 – 19 June 2018 | |
| ରାଜ୍ୟପାଳ | Narinder Nath Vohra Satyapal Malik |
| ପୂର୍ବ ଅଧିକାରୀ | Mufti Mohammad Sayeed |
| ପର ଅଧିକାରୀ | President's rule Omar Abdullah |
| Member of Parliament, Lok Sabha | |
| କାର୍ଯ୍ୟକାଳ 2014–2016 | |
| ପୂର୍ବ ଅଧିକାରୀ | Mirza Mehboob Beg |
| ପର ଅଧିକାରୀ | Hasnain Masoodi |
| ନିର୍ବାଚନ ମଣ୍ଡଳୀ | Anantnag |
| କାର୍ଯ୍ୟକାଳ 16 May 2004 – 16 May 2009 | |
| ପୂର୍ବ ଅଧିକାରୀ | Ali Muhammad Naik |
| ପର ଅଧିକାରୀ | Mirza Mehboob Beg |
| LoP in Jammu & Kashmir Assembly | |
| Chief Minister | Farooq Abdullah |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୨ ମଇ ୧୯୫୯ Bijbehara, Jammu and Kashmir, India |
| ରାଜନୀତିକ ଦଳ | Jammu and Kashmir People's Democratic Party |
| ଜୀବନ ସାଥୀ | Javed Iqbal Shah[୧] |
| ସନ୍ତାନ | Iltija Mufti, Irtiqa Mufti |
| ବାପା | Mufti Mohammad Sayeed |
| ଶିକ୍ଷାନୁଷ୍ଠାନ | University of Kashmir |
ମେହବୁବା ବୁର୍ ମୁଫତି ସୟଦ (ଜନ୍ମ ୨୨ ମଇ ୧୯୫୯) ଜଣେ ଭାରତୀୟ ରାଜନୀତିଜ୍ଞ ଓ ଜମ୍ମୁ ଓ କଶ୍ମୀରର ପିପଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି)ର ନେତ୍ରୀ । ସେ ୪ ଏପ୍ରିଲ ୨୦୧୬ ରୁ ୧୯ ଜୁନ ୨୦୧୮ ପର୍ଯ୍ୟନ୍ତ ପୂର୍ବତନ ଜମ୍ମୁ ଓ କାଶ୍ମୀର ରାଜ୍ୟର ୯ମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ଜମ୍ମୁ ଓ କାଶ୍ମୀରର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ । ୨୦୧୯ ଅଗଷ୍ଟ ମାସରେ ଭାରତୀୟ ସଂବିଧାନର ଧାରା ୩୭୦ ବିଲୋପ ପରେ, ତାଙ୍କୁ ପ୍ରଥମେ ଅଟକ ରଖାଯାଇଥିଲା ଏବଂ ପରେ ଜମ୍ମୁ ଓ କାଶ୍ମୀର ପବ୍ଲିକ ସେଫ୍ଟି ଆକ୍ଟ ଅନୁଯାୟୀ ଗିରଫ କରାଯାଇଥିଲା।[୨]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ମେହବୁବା ହେଉଛନ୍ତି ମୁଫତି ମହମ୍ମଦ ସୟଦ ଓ ଗୁଲ୍ଶନ ଆରାଙ୍କ କନ୍ୟା। ସେ ୧୯୫୯ ମସିହାରେ ଜମ୍ମୁ ଓ କାଶ୍ମୀରର ଆଖରାନ୍ ନୋୱପୋରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଜମ୍ମୁ ସ୍ଥିତ ଗଭର୍ମେଣ୍ଟ କଲେଜ୍ ଫର୍ ୱୁମେନ୍ରୁ ଇଂରାଜୀ ସାହିତ୍ୟରେ ସ୍ନାତକ ଏବଂ କାଶ୍ମୀର ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ଲାଭ କରିଥିଲେ।[୩] ୧୯୮୯ ପରେ ସେ ନୂଆଦିଲ୍ଲୀକୁ ସ୍ଥାନାନ୍ତର ହୋଇ ବମ୍ବେ ମର୍କେଣ୍ଟାଇଲ୍ ବ୍ୟାଙ୍କ ଏବଂ ଇଷ୍ଟ–ୱେଷ୍ଟ ଏୟାରଲାଇନ୍ସରେ କାମ କରିଥିଲେ, ପରେ ପୁଣି ଜମ୍ମୁ ଓ କାଶ୍ମୀରକୁ ଫେରିଥିଲେ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ୧୯୮୪ ମସିହାରେ ଜାଭେଦ ଇକବାଲ ଶାହଙ୍କୁ ବିବାହ କରିଥିଲେ, କିନ୍ତୁ ପରେ ତାଙ୍କର ବିବାହ ବିଛେଦ ହୋଇଥିଲା। ତାଙ୍କର ଦୁଇ ଝିଅ—ଇଲ୍ତିଜା ଏବଂ ଇର୍ତିକା—ଅଛନ୍ତି। ତାଙ୍କ ପୂର୍ବତନ ସ୍ୱାମୀ ଜଣେ ରାଜନୈତିକ ବିଶ୍ଳେଷକ ଏବଂ ପଶୁ ଅଧିକାର କାର୍ଯ୍ୟକର୍ତ୍ତା ଭାବେ ପରିଚିତ।
ରାଜନୈତିକ ଜୀବନ
[ସମ୍ପାଦନା]୧୯୯୬ ମସିହାରେ ମେହବୁବା ମୁଫତି ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ବିଜ୍ବେହାରା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ଜମ୍ମୁ ଓ କାଶ୍ମୀର ବିଧାନସଭାରେ ବିପକ୍ଷ ନେତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୦୨ ମସିହାରେ ସେ ପହାଲଗାମ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ ଓ ୨୦୧୪ ମସିହାରେ ସେ ଅନନ୍ତନାଗ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।[୪]
୨୦୧୬ ମସିହାରେ ତାଙ୍କ ପିତାଙ୍କ ଦେହାନ୍ତ ପରେ, ସେ ପିଡିପି ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଗଠିତ ଜୋଟ ସରକାରର ନେତୃତ୍ୱ ଗ୍ରହଣ କରି ୪ ଏପ୍ରିଲ ୨୦୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।[୫]
ତାଙ୍କ ସରକାର ପିଡିପି ଏବଂ ବିଜେପି ମଧ୍ୟରେ ଏକ ମେଣ୍ଟ ଥିଲା, କିନ୍ତୁ ଫେବୃଆରୀ ୨୦୧୮ରେ ଏହି ମେଣ୍ତରେ ଏକ ମତଭେଦ ସୃଷ୍ଟି ହୋଇଥିଲା, ଯେତେବେଳେ ଦୁଇଜଣ ବିଜେପି ମନ୍ତ୍ରୀ କଠୁଆ ଜିଲ୍ଲାରେ ଏକ ୮ ବର୍ଷୀୟ ଝିଅଙ୍କୁ ଧର୍ଷଣ ଓ ହତ୍ୟା କରାଯାଇଥିବା ଅଭିଯୋଗରେ ଜଡିତ ଜଣେ ବ୍ୟକ୍ତିଙ୍କ ପକ୍ଷରେ ସାର୍ବଜନୀନ ସମର୍ଥନ ଦେଇଥିଲେ।[୬] ବିଜେପିର ଜାତୀୟ ସାଧାରଣ ସଚିବ ରାମ ମାଧବ ଘୋଷଣା କରିଥିଲେ ଯେ ବିଜେପି–ପିଡିପି ମେଣ୍ଟ ସମାପ୍ତି ହୋଇଛି ଏବଂ ଏହାର କାରଣ ହେଲା ରାଜ୍ୟର ଅବନତ ହେଉଥିବା ସୁରକ୍ଷା ପରିସ୍ଥିତି ।୧୯ ଜୁନ ୨୦୧୮ରେ ବିଜେପି ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ପଦତ୍ୟାଗ କରିଥିଲେ।[୬]
ନିର୍ବାଚନୀ ପରିଣାମ
[ସମ୍ପାଦନା]ସେ ୨୦୧୯ ଲୋକସଭା ନିର୍ବାଚନରେ ଅନନ୍ତନାଗ ଆସନରୁ ପ୍ରତିଯୋଗିତା କରିଥିଲେ, କିନ୍ତୁ ନ୍ୟାସନାଲ୍ କନଫରେନ୍ସର ହସନାଇନ୍ ମସୂଦୀଙ୍କ ପାଖରେ ପରାଜିତ ହୋଇଥିଲେ।
୨୦୨୪ ଲୋକସଭା ନିର୍ବାଚନରେ ସେ ଅନନ୍ତନାଗ–ରାଜୌରୀ ଆସନରୁ ପ୍ରାର୍ଥୀ ହୋଇ ୨.୩ ଲକ୍ଷ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ।[୭]
ଆଧାର
[ସମ୍ପାଦନା]- ↑ "Insider tears into Muftis and family party". Telegraph India. 2 March 2016.
- ↑ Wani, Shuja-ul-HaqAshraf (2019-11-15). "After daughter's appeal, Mehbooba Mufti shifted to warmer location in Srinagar". India Today (in ଇଂରାଜୀ). Retrieved 2026-02-06.
- ↑ "https://x.com/MehboobaMufti/status/1101412019587174400". X (formerly Twitter) (in ଇଂରାଜୀ). Retrieved 2026-02-06.
{{cite web}}: External link in(help)|title= - ↑ Ashraf, Zainab. "Mehbooba Mufti: Age, Biography, Education, Husband, Caste, Net Worth & More - Oneindia". www.oneindia.com (in ଇଂରାଜୀ). Retrieved 2026-02-06.
- ↑ "Mehbooba Mufti(JKPDP):Constituency- ANANTNAG(JAMMU & KASHMIR) - Affidavit Information of Candidate:". myneta.info. Retrieved 2026-02-06.
- ↑ ୬.୦ ୬.୧ Fareed, Rifat. "Kashmir government collapses after BJP pulls plug". Al Jazeera (in ଇଂରାଜୀ). Retrieved 2026-02-06.
- ↑ Desk, India Today News (2024-06-04). "Mehbooba Mufti concedes defeat from Anantnag: 'Winning and losing part of game'". India Today (in ଇଂରାଜୀ). Retrieved 2026-02-06.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |