ମୁରାରୀ ଶର୍ମା
ମୁରାରିଲାଲ ଖନ୍ନା (ମୁରାରୀ ଶର୍ମା) | |
|---|---|
| ଜନ୍ମ | Murari Lal Khanna ୧ ଜାନୁଆରୀ ୧୯୦୧ |
| ମୃତ୍ୟୁ | ୨ ଅପ୍ରେଲ ୧୯୮୨ (ବୟସ ୮୧) Shahjahanpur, Uttar Pradesh, India |
| ଜାତୀୟତା | ଭାରତୀୟ |
| ବୃତ୍ତି | ସ୍ଵାଧୀନତା ସଂଗ୍ରାମୀ |
| Hindustan Socialist Republican Association | |
| ଆନ୍ଦୋଳନ | ଭାରତୀୟ ସ୍ଵାଧୀନତା ସଂଗ୍ରାମ |
ମୁରାରୀ ଲାଲ [୧][୨](ହିନ୍ଦୀ: ମୁରାରୀ ଶର୍ମା), (୧ ଜାନୁଆରୀ 1901 – ୨ ଏପ୍ରିଲ 1982) ଯିଏ ମୁରାରୀ ଶର୍ମା ନାମରେ ମଧ୍ୟ ପରିଚିତ, ସେ ଜଣେ ଭାରତୀୟ ବିପ୍ଲବୀ ଥିଲେ ଯିଏ କାକୋରୀ ଷଡ଼ଯନ୍ତ୍ରରେ ଅଂଶଗ୍ରହଣ କରିଥିଲେ ଏବଂ ପୋଲିସ ଆଖିରେ ଧୁଳି ଦେଇ ଫେରାର ହୋଇ ଯାଇଥିଲେ ।[୩] ପୋଲିସ ତାଙ୍କୁ ଖୋଜି ପାରିନଥିଲା କାରଣ ମୁରାରୀ ଶର୍ମା ତାଙ୍କର ଭୁଲ ନାମ ଥିଲା ।
ସଂକ୍ଷିପ୍ତ ଜୀବନ
[ସମ୍ପାଦନା]ସେ ୧ ଜାନୁଆରୀ ୧୯୦୧ ଦିନ ଉତ୍ତର ପ୍ରଦେଶର ଶାହଜାହାନପୁର ଜିଲ୍ଲାର ମୁଡ଼ିଆ ପାନୱାର ଗାଁରେ ଜନ୍ମ ନେଇଥିଲେ । ତାଙ୍କର ପିତା ଛୋଟେଲାଲ ଜଣେ ଗୁଡ଼/ଚିନି ବ୍ୟବସାୟୀ ଥିଲେ । ତାଙ୍କର ଜନ୍ମନାମ ଥିଲା ମୁରାରିଲାଲ ଖନ୍ନା । ଦିଲ୍ଲୀର ହିନ୍ଦୀ ଏକାଡେମୀ ଦ୍ୱାରା ୧୯ ଜୁନ ୧୯୯୭ରେ ରାଜେନ୍ଦ୍ର ଭବନ, ନୂଆଦିଲ୍ଲୀରେ ଆୟୋଜିତ ରାମ ପ୍ରସାଦ ବିସ୍ମିଲ୍ ଜୟନ୍ତୀ ସଙ୍ଗୋଷ୍ଠୀରେ ମୁଖ୍ୟ ଅତିଥି ସଭାରେ ଭାଷଣ ଦେବା ଅବସରରେ ତାଙ୍କ ପୁତ୍ର ଦାମୋଦର ସ୍ୱରୂପ ‘ବିଦ୍ରୋହୀ’, ଯିଏ ଶାହଜାହାନପୁର ଜିଲ୍ଲାର ଜଣେ ବିପ୍ଲବୀ କବି, ସେଇ ତଥ୍ୟଟି ପ୍ରକାଶ କରିଥିଲେ । କିଛି ସମୟ ପର୍ଯ୍ୟନ୍ତ ସେ ଦିଲ୍ଲୀରେ ଗୁପ୍ତରୂପେ ରହିଥିଲେ ଏବଂ ପରେ ନିଜ ଜନ୍ମଗ୍ରାମକୁ ଫେରିଗଲେ ।[୪]
ସେ ୨ ଏପ୍ରିଲ ୧୯୮୨ରେ ୮୧ ବର୍ଷ ବୟସରେ ନିଜ ଶାହଜାହାନପୁର ଘରରେ ବାର୍ଧକ୍ୟ ଜନିତ ରୋଗରେ ମୃତ୍ୟୁବରଣ କଲେ ।
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |