ମୁଥୁଲକ୍ଷ୍ମୀ ରେଡ୍ଡୀ
ମୁଥୁଲକ୍ଷ୍ମୀ ରେଡ୍ଡୀ (୩୦ ଜୁଲାଇ ୧୮୮୬ — ୨୨ ଜୁଲାଇ ୧୯୬୮) ଭାରତର ପ୍ରଥମ ମହିଳା ବିଧାୟିକା ଥିଲେ ।[୧] ଏହାଛଡ଼ ସେ ଭାରତର ପ୍ରଥମ ମହିଳା ଡ଼ାକ୍ତର (ମେଡିକାଲ୍ ସ୍ନାତକ) ମଧ୍ୟ ଥିଲେ । ସେ ସମଗ୍ର ଜୀବନ ଧରି ମହିଳାମାନଙ୍କର ଅଧିକାର ପାଇଁ ଲଢ଼ିଥିଲେ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ସକ୍ରିୟ ଭାଗ ନେଇଥିଲେ।[୨][୩]
ମୁଥୁଲକ୍ଷ୍ମୀ ମନ୍ଦିରଗୁଡ଼ିକରେ ଥିବା ଦେବଦାସୀ ପ୍ରଥାର ଉନ୍ମୂଳନ, ବାଲ୍ୟ ବିବାହ ନିରୋଧକ ଆଇନ ଏବଂ ମହିଳା ଓ ଶିଶୁମାନଙ୍କ ତସ୍କରି ବିରୋଧରେ ଆଇନ ତିଆରି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।[୪] ସେ ଏହା ସହିତ ସେ ସରକାରଙ୍କୁ ପରାମର୍ଶ ଦେଲେ ଯେ ବିବାହର ସର୍ବନ୍ନିମ୍ନ ବୟସ ଝିଅମାନଙ୍କ ପାଇଁ ୧୬ ବର୍ଷ ଏବଂ ପୁଅମାନଙ୍କ ପାଇଁ ୨୧ ବର୍ଷ କରାଯିବା ଉଚିତ ।[୫]
୧୯୫୬ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରିଥିଲେ ।[୬]
ସଂକ୍ଷିପ୍ତ ଜୀବନବୃତ୍ତାନ୍ତ
[ସମ୍ପାଦନା]ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ଜନ୍ମ ୩୦ ଜୁଲାଇ ୧୮୮୬ ତାରିଖରେ ତାମିଲନାଡୁ (ତତକାଳୀନ ମାଡ଼୍ରାସ) ର ପୁଦୁକୋଟ୍ଟାଇ ରେ ହୋଇଥିଲା । ତାଙ୍କର ପିତା ନାରାୟଣ ସ୍ୱାମୀ ଆୟ୍ୟର ମହାରାଜା କଲେଜରେ ପ୍ରଫେସର୍ ଥିଲେ ଏବଂ ତାଙ୍କର ମାଆ ଚନ୍ଦ୍ରାମାଇ ଦେବଦାସୀ ସମ୍ପ୍ରଦାୟରୁ ଥିଲେ । ମୁଥୁଲକ୍ଷ୍ମୀଙ୍କୁ ଛୋଟବେଳୁ ପଢ଼ିବା ପାଇଁ ବହୁତ ଅସୁବିଧା ହୋଇଥିଲା । ମାଟ୍ରିକ୍ ପର୍ଯ୍ୟନ୍ତ ତାଙ୍କ ପିତା ଓ କିଛି ଶିକ୍ଷକ ତାଙ୍କୁ ଘରେ ପଢ଼ାଇଥିଲେ । ସେ ପରୀକ୍ଷାରେ ସର୍ବାଧିକ ଅଂକ ଅର୍ଜନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ମୁଥୁଲକ୍ଷ୍ମୀଙ୍କର ମାଆ ଚନ୍ଦ୍ରାମାଇ ସମାଜର ନିନ୍ଦା ସତ୍ୱେ ତାଙ୍କୁ ଶିକ୍ଷା ଦାନ କରିବା ପାଇଁ ଆଗେଇ ଆସିଥିଲେ । ମୁଥୁଲକ୍ଷ୍ମୀ ବି ମାଆ ବାପାଙ୍କୁ ନିରାଶ କରିନଥିଲେ ଏବଂ ଦେଶର ପ୍ରଥମ ମହିଳା ଡ଼ାକ୍ତର ହୋଇଥିଲେ ।
ତାଙ୍କର ମେଡିକାଲ୍ ତାଲିମ ସମୟରେ ଏକଦା ସେ କଂଗ୍ରେସ ନେତା ଓ ସ୍ୱାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କ ସହିତ ମିଶିବାକୁ ସମର୍ଥ ହୋଇଥିଲେ । ସେଠାରୁ ସେ ମହିଳା ଅଧିକାର ଓ ଦେଶର ସ୍ୱାଧୀନତା ପାଇଁ ଲଢ଼ିବା ପ୍ରତିଜ୍ଞା ନେଇଥିଲେ । ଏପର୍ଯ୍ୟନ୍ତ ତାଙ୍କୁ ଇଂଲଣ୍ଡ ଯାଇ ଆଗକୁ ପଢ଼ିବା ସୂଯୋଗ ମିଳିଥିଲେ ମଧ୍ୟ ସେ ଏହାକୁ ଛାଡ଼ି 'ଉଇମେନ୍ସ୍ ଇଣ୍ଡିଆନ୍ ଆସୋସିଏସନ୍' ପାଇଁ କାମ କରିବାକୁ ଅଧିକ ଆବଶ୍ୟକ ବୋଲି ଭାବିଥିଲେ ।
ଯେଉଁ ସମୟରେ ମୁଥୁଲକ୍ଷ୍ମୀ ବାଲ୍ୟ ଅବସ୍ଥା ଯାଇ ଯୁବତୀ ଅବସ୍ଥାରେ ପହଞ୍ଚିଲେ, ସେତେବେଳେ ସମାଜରେ ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ଥିଲା, କିନ୍ତୁ ସେ ଏହାକୁ ବିରୋଧ କରିଥିଲେ ଏବଂ ବିବାହ ପାଇଁ ନ୍ୟୂନତମ ଆୟୁ ବୃଦ୍ଧି କରିବାର ଦାବି କରିଥିଲେ । ଏହା ସହିତ ସେ ଝିଅମାନଙ୍କୁ ହେଉଥିବା ନିର୍ଯ୍ୟାତନା ବିରୋଧରେ ମଧ୍ୟ ସ୍ୱର ଉଠାଇଥିଲେ ।
ମୁଥୁଲକ୍ଷ୍ମୀ ୧୯୨୭ ମସିହାରେ ମଦ୍ରାସ୍ ଲେଜିସ୍ଲେଟିଭ୍ କାଉନସିଲ୍ରୁ ଦେଶର ପ୍ରଥମ ମହିଳା ବିଧାୟିକା ହେବାର ଗୌରବ ଅଧିକୃତ କରିଥିଲେ ।[୭] ସେ ସମାଜ ଓ ମହିଳାମାନଙ୍କ ପାଇଁ କରିଥିବା କାମ ପାଇଁ କାଉନସିଲ୍ରେ ସ୍ଥାନ ପାଇଥିଲେ । ଛୋଟ ଭଉଣୀଙ୍କର କ୍ୟାନ୍ସର୍ରେ ମୃତ୍ୟୁ ପରେ ସେ ଗଭୀର ମାନସିକ ଆଘାତ ଅନୁଭବ କରିଥିଲେ, ଯାହାପରେ ୧୯୫୪ ମସିହାରେ ସେ ଅଡ଼୍ୟାର କ୍ୟାନ୍ସର୍ ଇନ୍ସ୍ଟିଚ୍ୟୁଟ୍ର ସ୍ଥାପନା କରିଥିଲେ ।[୮][୯] ବର୍ତ୍ତମାନ ସମୟରେ ଏହା ପୃଥିବୀର ସବୁଠୁ ବଡ଼ କ୍ୟାନ୍ସର୍ ହସ୍ପିଟାଲମାନଙ୍କ ମଧ୍ୟରୁ ଗୋଟିଏର ମାନ୍ୟତା ଲାଭ କରିଛି।
ଦେବଦାସୀ ପ୍ରଥାକୁ ଉଚ୍ଛେଦ କରିବାକୁ ଯାଇ ମୁଥୁଲକ୍ଷ୍ମୀ କଠିନ ବିରୋଧର ସମ୍ମୁଖୀନ ହୋଇଥିଲେ । ସେ ମଦ୍ରାସ୍ ବିଧାନ ପରିଷଦ ସମ୍ମୁଖରେ ପ୍ରସ୍ତାବ ରଖି କହିଥିଲେ ଯେ ଦେବଦାସୀ ପ୍ରଥା ସତୀ ପ୍ରଥାର ସବୁଠୁ ଖରାପ ରୂପ ଏବଂ ଏହା ଏକ ଧାର୍ମିକ ଅପରାଧ ଯାହାକୁ ସମୂଳେ ଶେଷ କରାଯିବା ଉଚିତ । ମଦ୍ରାସ୍ ବିଧାନ ପରିଷଦ ସମ୍ମତିସହ ତାଙ୍କୁ ସମର୍ଥନ କରିଥିଲେ ଏବଂ କେନ୍ଦ୍ର ସରକାରକୁ ସୁପାରିଶ ମଧ୍ୟ କରିଥିଲେ ।
୧୯୬୮ ମସିହାରେ ୮୧ ବର୍ଷ ବୟସରେ ଡ଼ାକ୍ତର ରେଡ୍ଡିଙ୍କ ଦେହାନ୍ତ ହୋଇଥିଲା ।[୧୦]
ଆଧାର
[ସମ୍ପାଦନା]- ↑ "Dr Muthulakshmi Reddy: The unsung feminist of India". India Today (in ଇଂରାଜୀ). 2019-07-30. Retrieved 2025-05-04.
- ↑ Kamatchi, M. (2016). "Muthulakshmi Reddy: The First Medical Woman Professional in South India". Proceedings of the Indian History Congress. 77: 612–623. ISSN 2249-1937.
- ↑ Relations, Prashanth is pursuing his Master’s in International; League, Politics at the Central University of Kerala He likes to spend his weekdays at the library or gym His weekends are spent in front of the television watching the Premier. "Dr Muthulakshmi Reddi: Beacon of Women's Liberty". Indian Liberals (in ହିନ୍ଦୀ). Retrieved 2025-05-04.
- ↑ "Remembering the first woman legislator, Padma Bhushan Dr Muthulakshmi Reddy". India Today (in ଇଂରାଜୀ). 2018-07-30. Retrieved 2025-05-04.
- ↑ "Cancer Institute (WIA) Chennai, Adyar". web.archive.org. 2022-05-27. Archived from the original on 2022-05-27. Retrieved 2025-05-04.
{{cite web}}
: CS1 maint: bot: original URL status unknown (link) - ↑ "Dr. Muthulakshmi Reddy". amritmahotsav.nic.in. Retrieved 4 May 2025.
- ↑ "How Muthulakshmi Reddy became British India's first woman legislator and Madras Presidency's first woman doctor". The Indian Express (in ଇଂରାଜୀ). 2025-03-25. Retrieved 2025-05-04.
- ↑ R, Saranya; Ramanathan, Amrita; Bharkavi Sk, Indu; Balasubramaniam, Murali (2024-06). "The Incredible Story of India's Revolutionary Feminist: Dr. Muthulakshmi Reddy (1886-1968)". Cureus. 16 (6): e62644. doi:10.7759/cureus.62644. ISSN 2168-8184. PMC 11258213. PMID 39036113.
{{cite journal}}
: Check|pmc=
value (help); Check|pmid=
value (help); Check date values in:|date=
(help) - ↑ "Muthulakshmi Reddy". Asia Research News (in ଇଂରାଜୀ). 2023-02-17. Retrieved 2025-05-04.
- ↑ Today, Telangana (2022-07-30). "Remembering Muthulakshmi Reddy, trailblazer in surgery and women's rights, on her 136th birth anniversary". Telangana Today (in ଇଂରାଜୀ). Retrieved 2025-05-04.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |