Jump to content

ମୁଚୁକୁନ୍ଦ

ଉଇକିପିଡ଼ିଆ‌ରୁ

ମୁଚୁକୁନ୍ଦ
ମୁଚୁକୁନ୍ଦ ଫୁଲ
Scientific classification
Kingdom:
(unranked):
(unranked):
Eudicots
(unranked):
Rosids
Order:
Malvales
Family:
Malvaceae
Genus:
Pterospermum
Species:
P. acerifolium
Binomial name
Pterospermum acerifolium

ମୁଚୁକୁନ୍ଦ ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏହାର ପତ୍ରଗୁଡ଼ିକ ବଡ଼ ବଡ଼, ଫୁଲ ଲମ୍ବା ଲମ୍ବା ସୁଗନ୍ଧଯୁକ୍ତ । ଏହା ଏକ ବିରଳ ପୁଷ୍ପ, ଯାହା ସବୁଜାଗାରେ ଦେଖିବାକୁ ମିଳେନାହିଁ । ରାତିରେ ଏଇ ଫୁଲ ଫୁଟିଲେ ସୁଗନ୍ଧରେ ଚଉଦିଗ ମହକାଇ ଦିଏ ।

ବିବିଧ ଭାରତୀୟ ପ୍ରାଦେଶିକ ନାମ

[ସମ୍ପାଦନା]
ପ୍ରାଦେଶିକ ଭାଷା ନାମ
ଓଡ଼ିଆ ମୁଚୁକୁନ୍ଦ
ସଂସ୍କୃତ ସୁପୁଷ୍ପ, ଲକ୍ଷଣକ, କ୍ଷତବୃକ୍ଷ, ସୁଦନ, ବହୁପୁତ୍ର, ପ୍ରତିବିଷ୍ଣୁକ ଓ ହରିବଲ୍ଲଭ
ହିନ୍ଦୀ ମୋଚକନ୍ଦ मोचकन्द
ତେଲୁଗୁ ଲୋଲଗୁ, లోలగు
ବଙ୍ଗଳା ମୁଚୁକୁନ୍ଦ মুচুকুন্দ

ଶାସ୍ତ୍ରୋକ୍ତ ଗୁଣ

[ସମ୍ପାଦନା]

କଟୁ ମିଶ୍ରିତ ତିକ୍ତ ରସ। କଫ, କାଶ, ବ୍ରଣ, ଶୁଷ୍କକଣ୍ଡୁ, କଣ୍ଠଦୋଷ, ଜ୍ୱର, ଶୋଥ ଓ ଯାବତୀୟ ଚର୍ମରୋଗ ନିବାରକ। ଏହାର ଫୁଲ ଶିରବ୍ୟଥା, ରକ୍ତଦୋଷ, ବିଷଦୋଷ, ପିତ୍ତଜ, ପୀଡ଼ା ଓ ବାୟୁ ବିକୃତି ପ୍ରଭୃତିର ଉପଶମ କାରକ। ମାତ୍ରା ଦୁଇ ଅଣାରୁ ଆଠ ଅଣା।

ବ୍ୟବହାର

[ସମ୍ପାଦନା]

ଔଷଧୀୟ

[ସମ୍ପାଦନା]

ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।

  • ମୁଣ୍ଡବ୍ୟଥାରେ ଏହାର ଫୁଲକୁ ସହିତ ବାଟି କପାଳର ଦୁଇ ପାଖରେ ଲଗାଇଲେ ଉପକାର ମିଳେ।
  • ଏହାର ଛେଲିକୁ ପାଣିରେ ସିଝାଇ, ସେହି ଜଳରେ ପ୍ରତ୍ୟହ ସ୍ନାନ କଲେ ଚର୍ମରୋଗ ନିବାରିତ ହୁଏ। ଚର୍ମରୋଗରେ ଏହାର ପତ୍ର ରସକୁ ବଟାହଳଦୀ ସହିତ ମଧ୍ୟ ବ୍ୟବହାର କରାଯାଏ। ଏହାର ଛେଲି କିମ୍ବା ପତ୍ରକୁ ଶୁଖାଇ ପୋଡ଼ି ପାଉଁଶ କରି ସେହି ପାଉଁଶକୁ ସୋରିଷତେଲରେ ରାନ୍ଧି ଲଗାଇଲେ କ୍ଷତ ଓ ଚର୍ମରୋଗ ଦୂର ହୋଇଥାଏ।
  • ଜୀର୍ଣ୍ଣଜ୍ୱର, ପାଣ୍ଡୁ, ଶୋଥ, ମୁଖକ୍ଷତ, ପିତ୍ତପ୍ରକୋପ ଆଦିରେ ଏହାର ପତ୍ର ରସ ସହିତ ମହୁ ମିଶାଇ ସେବନ କରାଯାଏ। ମୁଖ, କଣ୍ଠ, ଜିହ୍ୱାର କ୍ଷତରେ ଏହାର ଛେଲିର ଚୂର୍ଣ୍ଣକୁ ମହୁରେ ଖଲି ଲେପନ କରାଯାଏ। ମୁଚୁକୁନ୍ଦ ପତ୍ରର ରସକୁ ଯେ କୌଣସି କ୍ଷତ ଉପରେ ଲଗାଇଲେ ତାହା ଶୀଘ୍ର ଶୁଖିଯାଏ।
  • ଉଦରପୀଡ଼ା ଓ ବାୟୁ ବିକୃତିରେ ଏହାର ଫୁଲକୁ ଜଳରେ ସିଝାଇ ସେଥିରେ କିଞ୍ଚିତ ମହୁମିଶ୍ରିଗୁଣ୍ଡା ମିଶାଇ ଗ୍ରହଣ କଲେ ଉପକାର ମିଳେ।
  • ପେଟଫମ୍ପା ଓ ଶୂଳ ଆଦିରେ ଏହାର ଛେଲିକୁ ଜଳରେ ସିଝାଇ କ୍ୱାଥ କରି ସେହି କ୍ୱାଥରେ ଶୁଣ୍ଠୀଚୂର୍ଣ୍ଣ ମିଶାଇ ସେବନ କରାଯାଏ।

ବାହାର ଆଧାର

[ସମ୍ପାଦନା]
  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।