ମୀନାକ୍ଷୀ ନଟରାଜନ
ମୀନାକ୍ଷୀ ନଟରାଜନ | |
|---|---|
Meenakshi Natarajan, Member of Parliament of India from Mandsaur | |
| AICC Incharge for Telangana Pradesh Congress Committee | |
| Assumed office 14 February 2025 | |
| ପୂର୍ବ ଅଧିକାରୀ | Deepa Dasmunsi |
| Member of Parliament, 15th Lok Sabha | |
| କାର୍ଯ୍ୟକାଳ 2009 – 2014 | |
| ପୂର୍ବ ଅଧିକାରୀ | Laxminarayan Pandey |
| ପର ଅଧିକାରୀ | Sudhir Gupta |
| ନିର୍ବାଚନ ମଣ୍ଡଳୀ | Mandsaur |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୩ ଜୁଲାଇ ୧୯୭୩ Nagda, Madhya Pradesh, India |
| ରାଜନୀତିକ ଦଳ | Indian National Congress |
| ବୋଉ | Uma Natarajan |
| ବାପା | A. R. Natarajan |
| ଘର | New Delhi |
| ଶିକ୍ଷା | MSc LLB |
| ଶିକ୍ଷାନୁଷ୍ଠାନ | Govt. Holkar Science College, Indore Devi Ahilya Vishwavidyalaya, Indore |
| 9 December, 2012 ସୁଦ୍ଧା ଆଧାର: [[୧]] | |
ମୀନାକ୍ଷୀ ନଟରାଜନ (ଜନ୍ମ ୨୩ ଜୁଲାଇ ୧୯୭୩) ଜଣେ ଭାରତୀୟ ରାଜନୀତିଜ୍ଞା ଓ ପୂର୍ବତନ ସାଂସଦ, ଯିଏ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ମଣ୍ଡାସୁର ଲୋକସଭା ନିର୍ବାଚନମଣ୍ଡଳୀରୁ ସଂସଦ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।[୨] ୨୦୨୫ ଫେବୃଆରୀ ୧୪ ତାରିଖରେ ସେ ଅଖିଳ ଭାରତୀୟ କଂଗ୍ରେସ କମିଟି (AICC) ର ତେଲେଙ୍ଗାନା ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିଲେ।[୩]
ପୃଷ୍ଠଭୂମି
[ସମ୍ପାଦନା]ମୀନାକ୍ଷୀ ନଟରାଜନଙ୍କ ଜନ୍ମ ବିରଲାଗ୍ରାମ ନଗଦା,ଉଜ୍ଜୟିନୀ(ମଧ୍ୟ ପ୍ରଦେଶ) ରେ ହୋଇଥିଲା। ସେ ବାୟୋକେମିଷ୍ଟ୍ରିରେ ସ୍ନାତକୋତ୍ତର ଓ ଆଇନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଛନ୍ତି। ସେ ଇନ୍ଦୋର ସ୍ଥିତ ଦେବୀ ଅହିଲ୍ୟା ବିଶ୍ଵବିଦ୍ୟାଳୟ ରୁ ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ। ସେ ରତଲାମ ଠାରୁ ନ୍ୟାସନାଲ ଷ୍ଟୁଡେଣ୍ଟସ ୟୁନିୟନ ଅଫ ଇଣ୍ଡିଆ (NSUI) ସହ ସଂପୃକ୍ତ ହୋଇ ତାଙ୍କ ରାଜନୈତିକ ଜୀବନର ଆରମ୍ଭ କରିଥିଲେ।[୪]
ସେ “1857–Bhartiya Paripeksh” ଓ “Apne-Apne Kurukshetra” ପୁସ୍ତକର ଲେଖିକା । “ଅପନେ ଅପନେ କୁରୁକ୍ଷେତ୍ର” ତାଙ୍କର ଲୋକପ୍ରିୟ ଉପନ୍ୟାସ।
ରାଜନୈତିକ ଜୀବନ
[ସମ୍ପାଦନା]ସଂଗଠନାତ୍ମକ ଭୂମିକା
[ସମ୍ପାଦନା]ସେ ୧୯୯୯ ରୁ ୨୦୦୨ ପର୍ଯ୍ୟନ୍ତ NSUI ର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିଲେ। ୨୦୦୨ ରୁ ୨୦୦୫ ପର୍ଯ୍ୟନ୍ତ ସେ ମଧ୍ୟ ପ୍ରଦେଶ ଯୁବ କଂଗ୍ରେସ ର ଅଧ୍ୟକ୍ଷା ଥିଲେ । ୨୦୦୮ ମସିହାରେ ରାହୁଲ ଗାନ୍ଧୀ ତାଙ୍କୁ AICC ସଚିବ ଭାବେ ଚୟନ କରିଥିଲେ।
୨୦୦୯ ନିର୍ବାଚନ
[ସମ୍ପାଦନା]୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧୀ ତାଙ୍କୁ ମଣ୍ଡାସୁରରୁ ପ୍ରାର୍ଥୀ କରିଥିଲେ। ସେ ଏହି ନିର୍ବାଚନରେ ୩୦,୦୦୦ ରୁ ଅଧିକ ମତାନ୍ତରରେ ଲକ୍ଷ୍ମୀନାରାୟଣ ପାଣ୍ଡେଙ୍କୁ ପରାଜିତ କରିଥିଲେ, ଯିଏ ୧୯୭୧ ଠାରୁ ଜିତୁଥିଲେ ଓ ଭାରତୀୟ ଜନତା ପାର୍ଟି (BJP) ର ପ୍ରାର୍ଥୀ ଥିଲେ।
ସେ “ପ୍ରଦେଶ ଇଲେକସନସ” ନାମକ ସ୍ଲୋଗାନ୍ ପ୍ରଚଳିତ କରିଥିଲେ।
ସେ କର୍ମଚାରୀ, ସାର୍ବଜନୀନ ଅଭିଯୋଗ, ଆଇନ ଓ ନ୍ୟାୟ ସମ୍ବନ୍ଧୀୟ ସମିତି ଏବଂ ମହିଳା ସଶକ୍ତିକରଣ ସମିତିର ସଦସ୍ୟା ଭାବେ କାମ କରିଥିଲେ।
୨୦୧୪ ନିର୍ବାଚନ
[ସମ୍ପାଦନା]୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ସେ Sudhir Guptaଙ୍କ ପାଖରେ ୩,୦୦,୦୦୦ ରୁ ଅଧିକ ମତାନ୍ତରରେ ପରାଜିତ ହୋଇଥିଲେ। ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ପ୍ରାର୍ଥୀ ସୁଧୀର ଗୁପ୍ତା ତାଙ୍କୁ ପରାଜିତ କରିଥିଲେ।
ସେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆରମ୍ଭ କରାଯାଇଥିବା ପ୍ରାଥମିକ ପ୍ରକ୍ରିୟା ମାଧ୍ୟମରେ ‘ସମ୍ମତି ପ୍ରାର୍ଥୀ’ ଭାବେ ଉଭ୍ୟସ୍ଥ ହୋଇଥିଲେ। ତାଙ୍କ ପ୍ରତିଦ୍ୱନ୍ଦୀ ସୁରେନ୍ଦ୍ର ସେଠୀ ପ୍ରାଥମିକ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରିଥିଲେ।
୨୦୧୯ ନିର୍ବାଚନ
[ସମ୍ପାଦନା]୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁନର୍ବାର ମଣ୍ଡାସୁର ରୁ ପ୍ରାର୍ଥୀ ହୋଇଥିଲେ, କିନ୍ତୁ ୨୦୧୪ ର ଫଳାଫଳ ପୁନରାବୃତ୍ତି ହୋଇ ସୁଧୀର ଗୁପ୍ତାଙ୍କ ପାଖରେ ପରାଜିତ ହୋଇଥିଲେ।
ବିବାଦ
[ସମ୍ପାଦନା]ଏକ ନିର୍ବାଚନୀ ସଭା ସମୟରେ ତାଙ୍କ ଦଳର ପ୍ରବକ୍ତା ଦିଗବିଜୟ ସିଂହ ମଞ୍ଚରେ ପରିଚୟ କରାଇବା ବେଳେ ତାଙ୍କୁ “sau taka tunch maal” (୧୦୦% ଶୁଦ୍ଧ ବ୍ୟକ୍ତିତ୍ୱ କିମ୍ବା ସମ୍ପୂର୍ଣ୍ଣ ନିର୍ଦ୍ଦୋଷ) ବୋଲି ଉଲ୍ଲେଖ କରିଥିଲେ।[୫] ତେବେ ଏହି ବକ୍ତବ୍ୟ ଏହାର ଦ୍ଵିଅର୍ଥ ବୋଧକ ଶବ୍ଦର ପ୍ରୟୋଗ ହେତୁ ମିଡିଆରେ ଅନୁଚିତ ବିବାଦ ସୃଷ୍ଟି କରିଥିଲା ।
ଆଧାର
[ସମ୍ପାଦନା]- ↑ "Detailed Profile: Km Meenakshi Natrajan". IndiaGov Archive. Lok Sabha. Archived from the original on 3 August 2018. Retrieved 3 August 2018.
- ↑ "Team Rahul hopes to make a difference". The Times Of India (in ଇଂରାଜୀ). Archived from the original on 2012-10-23. Retrieved 2026-03-03.
- ↑ "Former MP Meenakshi Natarajan named new AICC in-charge of Telangana". The Hindu (in ଇଂରାଜୀ). Retrieved 2026-03-03.
- ↑ "Meenakshinatarajan.com". meenakshinatarajan.com. Archived from the original on 2017-12-12. Retrieved 2026-03-03.
- ↑ "Digvijaya calls Meenakshi Natarajan 'sau tunch maal', rapped for sexist remark". The Times of India. 2013-07-27. ISSN 0971-8257. Retrieved 2026-03-03.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |