Jump to content

ମୀନାକ୍ଷୀ

ଉଇକିପିଡ଼ିଆ‌ରୁ
ମୀନାକ୍ଷୀ
ଦେବୀ ମୀନାକ୍ଷୀ
ମଦୁରାଇର ଅଧିଷ୍ଠାତ୍ରୀ ଏବଂ ରକ୍ଷକ ଦେବୀ
ଅନ୍ଯ ନାମଆଙ୍ଗୟଙ୍କଣି , ତାଡକଇ , ମିନାତ୍ସି , ମନ୍ତିରିଣି , ମଙ୍ଗୟକରସି , ମଦୁରାଇ ଦେବୀ
Affiliationପାର୍ବତୀ, ଦେବୀ
ଲୋକମଦୁରାଇ
ସ୍ୱାମୀ/ସ୍ତ୍ରୀସୁନ୍ଦରେଶ୍ବର (ଶିବ)
ଭାଇଭଉଣୀଆଲାଗର (ବିଷ୍ଣୁ)

ମୀନାକ୍ଷୀ [] [] [] ଜଣେ ହିନ୍ଦୁ ଦେବୀ । ସେ ମଦୁରାଇର ଅଧିଷ୍ଠାତ୍ରୀ ଦେବୀ ଏବଂ ଦେବୀ ପାର୍ବତୀଙ୍କ ଏକ ରୂପ ଭାବରେ ବିବେଚିତ ହୁଅନ୍ତି । [] ସେ ଶିବଙ୍କ ଏକ ରୂପ ସୁନ୍ଦରେଶ୍ୱରଙ୍କର ଦିବ୍ୟ ପତ୍ନୀ ଏବଂ ବିଷ୍ଣୁଙ୍କ ଏକ ରୂପ ଆଲାଗରଙ୍କ ଭଉଣୀ । [] ତାଙ୍କୁ ସାହିତ୍ୟରେ ପ୍ରାଚୀନ ମଦୁରାଇ-ଆଧାରିତ ପାଣ୍ଡ୍ୟ ରାଜ୍ୟର ରାଣୀ ଭାବରେ ଉଲ୍ଲେଖ କରାଯାଇଛି , ଏବଂ ପରେ ତାଙ୍କୁ ଦେବତା ଭାବରେ ଗ୍ରହଣ କରାଯାଇଛି। [] ଆଦି ଶଙ୍କରଙ୍କ ଦ୍ୱାରା ଦେବୀଙ୍କୁ ଶ୍ରୀ ବିଦ୍ୟା ଭାବରେ ମଧ୍ୟ ପ୍ରଶଂସା କରାଯାଇଛି । []

ତାଙ୍କୁ ମୁଖ୍ୟତଃ ଭାରତରେ ପୂଜା କରାଯାଏ ଯେଉଁଠାରେ ତାମିଲନାଡୁର ମଦୁରାଇରେ ତାଙ୍କ ନାମରେ ଏକ ପ୍ରମୁଖ ମନ୍ଦିର ଅଛି ଯାହାକୁ ମୀନାକ୍ଷୀ ମନ୍ଦିର କୁହାଯାଏ । ମୀନାକ୍ଷୀ , କାମାକ୍ଷୀ ଓ ବିଶାଳାକ୍ଷୀଙ୍କୁ ପାର୍ବତୀ ଦେବୀଙ୍କ ତିନୋଟି ଶକ୍ତିରୂପ ବୋଲି ଗ୍ରହଣ କରାଯାଇଥାଏ ।

ବ୍ୟୁତ୍ପତ୍ତି

[ସମ୍ପାଦନା]

ମୀନାକ୍ଷୀ ହେଉଛି ଏକ ସଂସ୍କୃତ ଶବ୍ଦ ଯାହାର ଅର୍ଥ 'ମାଛ ଆଖିଯୁକ୍ତ',[]ମୀନ 'ମାଛ' ଏବଂ ଆକ୍ଷୀ 'ଆଖି' ଶବ୍ଦଦ୍ବୟରୁ ବ୍ୟୁତ୍ପନ୍ନ ।[] ତାଙ୍କୁ ତାମିଲ ନାମ ତାଡ଼କଇ 'ମାଛ ଆଖିଯୁକ୍ତ ବ୍ୟକ୍ତି' ଭାବରେ ମଧ୍ୟ ଜଣାଯାଉଥିଲା , ପ୍ରାରମ୍ଭିକ ଐତିହାସିକ ବର୍ଣ୍ଣନାରେ ମୀନାକ୍ଷୀ ନାମରେ ଜଣେ ଭୟଙ୍କର , ଅବିବାହିତ ଦେବୀ ଭାବରେ ଉଲ୍ଲେଖ କରାଯାଇଛି ।[୧୦] ସେ ତାମିଲ ନାମ ଆଙ୍ଗୟଙ୍କାଣ୍ଣି ବା ଆଙ୍ଗୟଙ୍କାଣ୍ଣମ୍ମଇ ସୁନ୍ଦର ମାଛ ଆଖି ଥିବା ମାଆ ନାମରେ ମଧ୍ୟ ଜଣାଶୁଣା ।[][] ଅନ୍ୟ ଏକ ମତ ଅନୁସାରେ , ଦେବୀଙ୍କ ନାମର ଆକ୍ଷରିକ ଅର୍ଥ 'ମାଛର ଶାସନ', ତାମିଲ ଶବ୍ଦଦ୍ବୟ ମୀନ 'ମାଛ' ଓ ଆତ୍ସି 'ଶାସନ'ରୁ ବ୍ୟୁତ୍ପନ୍ନ ଘଟିଥିଲା ।[୧୧][୧୨] ଏହି ନାମକରଣର ବିଭିନ୍ନ ଅର୍ଥ ପ୍ରସ୍ତାବିତ ହୋଇଛି , ଯେଉଁଥିରେ ସେ ମୂଳତଃ ମତ୍ସ୍ୟଜୀବୀଙ୍କ ଦେବୀ ଥିଲେ , ତାଙ୍କର ଆଖି ମାଛ ପରି "ବଡ଼ ଏବଂ ଉଜ୍ଜ୍ୱଳ" , କିମ୍ବା ତାଙ୍କର "ଲମ୍ବା ଏବଂ ପତଳା" ଆଖି ମାଛ ଶରୀର ପରି ଆକୃତିର । ଅନ୍ୟ ଏକ ବ୍ୟାଖ୍ୟା ହେଉଛି ଯେ ଏହି ନାମଟି ଏହି ବିଶ୍ୱାସ ଉପରେ ଆଧାରିତ ଯେ ମାଛ କେବେ ଆଖି ବନ୍ଦ କରନ୍ତି ନାହିଁ : ସେହିପରି ଦେବୀ ମଧ୍ୟ କେବେ ତାଙ୍କ ଭକ୍ତମାନଙ୍କ ଉପରେ ନଜର ରଖିବା ବନ୍ଦ କରନ୍ତି ନାହିଁ ।[୧୩] ଅନ୍ୟ ଏକ ବ୍ୟାଖ୍ୟା ଅନୁସାରେ ଏହି ନାମ ପ୍ରାଚୀନ ବିଶ୍ୱାସ ଉପରେ ଆଧାରିତ ଯେ ମାଛମାନେ କେବଳ ଦେଖି ନିଜର ଛୁଆମାନଙ୍କୁ ଖାଦ୍ୟ ଦିଅନ୍ତି ; ଦେବୀ କେବଳ ଚାହିଁ ତାଙ୍କ ଭକ୍ତମାନଙ୍କୁ ସହାୟତା ପ୍ରଦାନ କରନ୍ତି ବୋଲି କୁହାଯାଏ ।[୧୪] ଆଦିଶକ୍ତିଙ୍କ ତିନୋଟି ଅବତାର ରହିଛି :[୧୫] ବିଶାଳାକ୍ଷୀ ଉତ୍ତର ଭାରତରେ ,[୧୬] ଦକ୍ଷିଣ ଭାରତରେ କାମାକ୍ଷୀ ଏବଂ ମୀନାକ୍ଷୀ |[]

ଗ୍ୟାଲେରୀ

[ସମ୍ପାଦନା]
ନଟରାଜ ରୂପରେ ତାଣ୍ଡବ ନୃତ୍ୟ କରୁଥିବା ଶିବଙ୍କ ପ୍ରତିମା ।
ମୀନାକ୍ଷୀ ମନ୍ଦିରର ଗୋପୁରମ ।

ସନ୍ଦର୍ଭ

[ସମ୍ପାଦନା]
  1. ୧.୦ ୧.୧ ୧.୨ William P. Harman (1992). The Sacred Marriage of a Hindu Goddess. Motilal Banarsidass. p. 24. ISBN 978-81-208-0810-2. ଆଧାର ଭୁଲ: Invalid <ref> tag; name "William P. Harman 1992 24" defined multiple times with different content
  2. ୨.୦ ୨.୧ Proceedings of the First International Conference Seminar of Tamil Studies, Kuala Lumpur, Malaysia, April, 1966. International Association of Tamil Research. 1968. p. 543.
  3. Menon, A. Sreedhara (1978). Cultural Heritage of Kerala: An Introduction (in ଇଂରାଜୀ). East-West Publications. p. 250.
  4. Howes, Jennifer (2003-09-02). The Courts of Pre-Colonial South India: Material Culture and Kingship (in ଇଂରାଜୀ). Routledge. p. 27. ISBN 9781135789961.
  5. Rajarajan, R. K. K. (2005-01-01). "Minaksi or Sundaresvara: Who is the first principle?". South Indian History Congress Annual Proceedings. Madurai: Madurai Kamaraj University. XXV: 551–553. Archived from the original on March 30, 2019.
  6. Fiedler, Amanda (2006). Where does Meenakshi take her turmeric bath?: a multiply-constructed religious history and deity in Tamilnadu (in ଇଂରାଜୀ). University of Wisconsin--Madison. p. 1.
  7. Journal of Kerala Studies (in ଇଂରାଜୀ). Vol. 36. University of Kerala. 2009. p. 97.
  8. William P. Harman (1992). The Sacred Marriage of a Hindu Goddess. Motilal Banarsidass. p. 24. ISBN 978-81-208-0810-2. Archived from the original on 12 October 2020. Retrieved 5 June 2018.
  9. Manly Palmer Hall, ed. (1949). Horizon, Volume 9, Issue 3. Philosophical Research Society. p. 33.
  10. Fisher, Michael H. (2018-10-18). An Environmental History of India: From Earliest Times to the Twenty-First Century (in ଇଂରାଜୀ). Cambridge University Press. p. 74. ISBN 9781107111622.
  11. Journal of Indian History. Department of History, University of Kerala. 2002. p. 96.
  12. Excerpt for the etymology of Meenatchi from "A Comprehensive Etymological Dictionary of the Tamil Language, Vol. VII, PART - II", page 68: மீனாட்சி ,Mīṉāṭci, பெ. (n. ) மதுரையை உறைவிடமாகக் கொண்ட தெய்வம்; Umā, the tutelary Goddess of Madurai. [மீன் + ஆட்சி. மீனைக் கொடியில் சின்னமாகக் கொண்டவள்.] Translation: [ Meen + Aatchi. Her who put the fish as symbol for the flag.] (மீன் - Mīṉ which means "fish", ஆட்சி- āṭci which means "rule")
  13. William Norman Brown (1978). "The Name of the Goddess Mīnākṣī "Fish-Eye"". India and Indology: Selected Articles. Motilal Banarsidass. pp. 84–86. OCLC 871468571. Archived from the original on 12 October 2020. Retrieved 5 June 2018.
  14. Klaus K. Klostermaier (2014). A Concise Encyclopedia of Hinduism. Oneworld. p. 153. ISBN 978-1-78074-672-2. Archived from the original on 12 October 2020. Retrieved 5 June 2018.
  15. Harshananda, Swami (2012). Hindu Pilgrimage Centres (second ed.). Bangalore: Ramakrishna Math. p. 61. ISBN 978-81-7907-053-6.
  16. Bangala Bhasar Abhidhaan ( Dictioanary of the Bengali Language), Shishu Sahitya Samsad Pvt Ltd., 32A, APC Road, Kolkata – 700009, Volume 2, p.1600. (ed. 1988)