ମିସ୍ ଶେଫାଳି
ମିସ୍ ଶେଫାଳି | |
---|---|
ଜନ୍ମ | ୧୯୪୪ ନାରାୟଗଞ୍ଜ, ବ୍ରିଟିଶ ଭାରତ |
ମୃତ୍ୟୁ | ୬ ଫେବୃଆରୀ ୨୦୨୦ | (ବୟସ ୭୬)
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଆରତୀ ଦାସ |
ବୃତ୍ତି(ସମୂହ) | ଅଭିନେତ୍ରୀ, ନୃତ୍ୟଶିଳ୍ପୀ |
ମିସ୍ ଶେଫାଳି (୧୯୪୪ - ୬ ଫେବୃଆରୀ ୨୦୨୦) ଜଣେ ଭାରତୀୟ ଅଭିନେତ୍ରୀ । ସେ ତାଙ୍କର ଅନ୍ୟନାମ ଆରତୀ ଦାସ ଭାବରେ ମଧ୍ୟ ଜଣାଶୁଣା । ସେ ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଜଗତରେ କାମ କରନ୍ତି । ସେ କଥାଚିତ୍ର ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ସହ ପ୍ରତିଦ୍ୱନ୍ଦୀ ଓ ସୀମାବର୍ଦ୍ଧା ଭଳି ଜଣାଶୁଣା କଥାଚିତ୍ରରେ କାମ କରିଥିଲେ । ସେ କୁଇନ୍ ଅଫ୍ କାବାରେଟ୍ ଭାବରେ ଜଣାଶୁଣା ।[୧]
ପ୍ରାରମ୍ଭିକ ଜୀବନ ଓ ପୃଷ୍ଠଭୂମି
[ସମ୍ପାଦନା]ପୂର୍ବ ବଙ୍ଗ (ବର୍ତ୍ତମାନ ବାଂଲାଦେଶ)ର ନାରାୟଣଗଞ୍ଜର ଏକ ବଙ୍ଗାଳୀ ହିନ୍ଦୁ ପରିବାରର ତିନି ଭଉଣୀଙ୍କ ମଧ୍ୟରୁ ଆରତୀ ଦାସ ସବୁଠାରୁ ସାନ ଥିଲେ, ଯେଉଁମାନେ ବଙ୍ଗ ବିଭାଜନ ସମୟରେ ଭାରତ ଚାଲିଆସିଥିଲେ । ସେ ୧୧ ବର୍ଷ ବୟସରେ ଫିରପୋଙ୍କ ହୋଟେଲରେ ଏବଂ ପରେ ଗ୍ରାଣ୍ଡ ହୋଟେଲରେ କାବାରେଟ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ ଏବଂ ତାଙ୍କ ପରିବାର ପାଇଁ ରୋଜଗାର କରୁଥିଲେ ।[୨]
ଅଭିନୟ ଜୀବନ
[ସମ୍ପାଦନା]ଆରତୀ ଚୌରଙ୍ଗୀ ନାମକ ଏକ ବଙ୍ଗଳା କଥାଚିତ୍ର ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ, ଯେଉଁଥିରେ ସେ ସୁପ୍ରିୟା ଦେବୀ, ଉତ୍ତମ କୁମାର, ଉତ୍ପଳ ଦତ୍ତ ଓ ବିଶ୍ୱଜିତଙ୍କ ଭଳି ଅଭିନେତାଙ୍କ ସହ କାମ କରିଥିଲେ । କଥାଚିତ୍ରରେ ଅଭିନୟ ବ୍ୟତୀତ, ସେ ଅନେକ ମଞ୍ଚ ନାଟକ ଓ ଥିଏଟରରେ ମଧ୍ୟ ଅଭିନୟ କରିଥିଲେ । ସେ ଅଭିନୟ କରିଥିବା ନାଟକରେ ସମ୍ରାଟ ଓ ସୁନ୍ଦରୀ, ସାହେବ ବିବି ଗୋଲମ ଓ ଅଶ୍ଲିଳ ଆଦି ଅନ୍ତର୍ଭୁକ୍ତ। ସେ ଜଣେ ଲେଖିକା ଭାବରେ ମଧ୍ୟ କାମ କରିଥିଲେ । ତାଙ୍କର ଆତ୍ମଜୀବନୀ ସନ୍ଧ୍ୟା ରାତେର ଶେଫାଳି ପ୍ରକାଶିତ ହୋଇଥିଲା ।[୩][୪]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଜଣେ ଆମେରକୀୟ ନାଗରିକ ରବିନ ରୂଟଲାଣ୍ଡ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ସେ ତାଙ୍କ ପରିବାର ପାଇଁ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ ।[୫][୬][୭]
ନିର୍ବାଚିତ କଥାଚିତ୍ର ତାଲିକା
[ସମ୍ପାଦନା]- ଜୟଦେବ (୧୯୬୨) ଓଡ଼ିଆ କଥାଚିତ୍ର
- ଭୁତ୍ ବଙ୍ଗଳା (୧୯୬୫) ହିନ୍ଦୀ କଥାଚିତ୍ର
- ମେରେ ହୁଜୁର (୧୯୬୮)
- ବାହାରୋଁ କି ମଞ୍ଜିଲ୍(୧୯୬୮)
- ଚୋୱରିଙ୍ଗୀ (୧୯୬୮)
- ଉସ୍ତାଦ ୪୨୦ (୧୯୬୯)
- ରାତୋଁ କା ରାଜା (୧୯୭୦)
- ବୀର ଘଟତ୍କୋଚ୍ (୧୯୭୦)
- ପ୍ରତିଦ୍ୱନ୍ଦୀ (୧୯୭୦)
- ହୀର୍ ରାଞ୍ଝା (୧୯୭୦)
- ଆଗ୍ ଔର୍ ଦାଗ୍ (୧୯୭୦)
- ବ୍ରହ୍ମା ବିଷ୍ଣୁ ମହେଶ (୧୯୭୧)
- ସୀମାବଦ୍ଧ (୧୯୭୧)
- କମ୍ପାନୀ ଲିମିଟେଡ୍ (୧୯୭୧)
- ଲାଲ୍ ପଥର୍ (୧୯୭୧)
- କାର୍ୱାଁ (୧୯୭୧)
- ଶୋର୍ (୧୯୭୨)
- ସମ୍ରାଟ ଓ ସୁନ୍ଦରୀ
- ଅଶ୍ଲିଲ୍
- କଲ୍ ଗାର୍ଲ (୧୯୭୫)
- ମଦ୍ହୋଶ (୧୯୭୫)
- ପୋଙ୍ଗା ପଣ୍ଡିତ (୧୯୭୫)
- ଅପ୍ନେ ଦୁଷମନ୍ (୧୯୭୫)
- ଗୁମ୍ରାଃ (୧୯୭୬)
- ଆଲୋର ଠିକାନା (୧୯୭୬)
- ବୁଲେଟ୍ (୧୯୭୬)
- ହମ୍ କିସିସେ କମ୍ ନେହିଁ (୧୯୭୭)
- ହତ୍ୟାରା (୧୯୭୭)
- ସାହେବ ବିବି ଗୋଲାମ
- ରାମ ବଳରାମ (୧୯୮୦)
- ପେନ୍ନାମ କଲିକତା (୧୯୯୨)
ଆଧାର
[ସମ୍ପାଦନା]- ↑ "Cabaret dancers in Bengali theatre". India Today. 31 December 1991.
- ↑ Dasgupta, Priyanka. "Of love, lust and Miss Shefali: Why did Ray's Bengal find it difficult to accept its Queen of Cabaret?". The Times of India. Retrieved 11 February 2020.
- ↑ "Bengal's cabaret queen Miss Shefali dead". Outlook. Retrieved 6 February 2020.
- ↑ Aditi Chakraborty (2024). Calcutta lost and found. Kolkata: Notion press. p. 149. ISBN 979-88-927-7249-5.
- ↑ "Ask me anything you want Shefali". The Telegraph. Retrieved 11 February 2020.
- ↑ Dasgupta, Priyanka. "Of love, lust and Miss Shefali: Why did Ray's Bengal find it difficult to accept its Queen of Cabaret?". The Times of India.
- ↑ "Veteran Dancer Arati Das, Better Known As Miss Shefali, Dies At 76". NDTV (in ଇଂରାଜୀ). 6 February 2020. Retrieved 6 February 2019.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମିସ୍ ଶେଫାଳି