Jump to content

ମିସ୍ କଲ୍ ଫ୍ରେଣ୍ଡ୍

ଉଇକିପିଡ଼ିଆ‌ରୁ
ମିସ୍ କଲ୍ ଫ୍ରେଣ୍ଡ୍
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକସୀତାରାମ ଅଗ୍ରୱାଲ
ନମିତା ଅଗ୍ରୱାଲ
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟନିର୍ମଳ ନାୟକ
କାହାଣୀଜମେଶ ଶୁକ୍ଳା
କଳାକାରଅମ୍ଳାନ ଦାସ
ରିୟା ଦେ
ଶୀତଲ ପାତ୍ର
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣନିରଞ୍ଜନ ଦାଶ
ସମ୍ପାଦକରାଜେଶ ଦାଶ
Production
company
ସିଦ୍ଧାର୍ଥ ମୁଭିଜ୍
ମୁକ୍ତିଲାଭ ତାରିଖ
୧୨ ଡିସେମ୍ବର ୨୦୨୫
କଥାଚିତ୍ରର ସମୟ
୧୩୨ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ମିସ୍ କଲ୍ ଫ୍ରେଣ୍ଡ୍ ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ । ଜମେଶ ଶୁକ୍ଳା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ମଳ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ ।[] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ, ରିୟା ଦେ ଓ ଶୀତଲ ପାତ୍ର । ସୁରେଶ ବଳ, ଭୂପତି ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୨ ଡିସେମ୍ବର ୨୦୨୫ରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[]

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ଗୀତିକାର ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, ଶ୍ରୀୟା ମିଶ୍ର, ଜାଗୃତି ମିଶ୍ର, ଗୌରବ ଆନନ୍ଦ, ନେହା ନିହାରିକା କର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[][]

କ୍ରମଗୀତଗାୟକସମୟ
1."ତୁ ମୋର ଖରାଦିନ ସରବତ"ହ୍ୟୁମାନ ସାଗର, ଶ୍ରୀୟା ମିଶ୍ର୦୪:୦୬
2."ଟେକା ମାରି ଜହ୍ନ ଝଡ଼େଇ ଦେଲୁ"ହ୍ୟୁମାନ ସାଗର, ଜାଗୃତି ମିଶ୍ର୦୩:୫୫
3."ତୋ ସେଲ୍ଫି ଗୋଟେ ପଠା"ଗୌରବ ଆନନ୍ଦ, ନେହା ନିହାରିକା କର୦୩:୩୮
4."ସମ୍ପର୍କ ଏମିତି ବନ୍ଧନ ଟିଏ"ହ୍ୟୁମାନ ସାଗର୦୫:୧୪
  1. Miss Call Friend Movie: Showtimes, Review, Songs, Trailer, Posters, News & Videos | eTimes, retrieved 2026-05-31
  2. Miss Call Friend (2025) - Cast, Reviews & Showtimes (in Indian English), 2025-12-12, retrieved 2026-05-31
  3. Miss Call Friend - All Songs - Download or Listen Free - JioSaavn (in ଆମେରିକୀୟ ଇଂରାଜୀ), 2024-12-09, retrieved 2026-05-31
  4. Miss Call Friend Songs Download: Play & Listen Miss Call Friend Odia MP3 Song by Humanne Sagar @Gaana (in ଇଂରାଜୀ), retrieved 2026-05-31

ବାହାର ଆଧାର

[ସମ୍ପାଦନା]