Jump to content

ମିସା ଭାରତୀ

ଉଇକିପିଡ଼ିଆ‌ରୁ
ମିସା ଭାରତୀ
Member of Parliament, Lok Sabha
Assumed office
4 June 2024
ପୂର୍ବ ଅଧିକାରୀRam Kripal Yadav
ନିର୍ବାଚନ ମଣ୍ଡଳୀPataliputra
Member of Parliament, Rajya Sabha
କାର୍ଯ୍ୟକାଳ
8 July 2016 – 3 June 2024
ପୂର୍ବ ଅଧିକାରୀPavan Kumar Varma
ନିର୍ବାଚନ ମଣ୍ଡଳୀBihar
ବ୍ୟକ୍ତିଗତ ସବିଶେଷ
ଜନ୍ମ (1976-05-22) ୨୨ ମଇ ୧୯୭୬ (ବୟସ ୫୦)
Patna, Bihar, India
ରାଜନୀତିକ ଦଳRashtriya Janata Dal
ଜୀବନ ସାଥୀ
Shailesh Kumar
​
(m. ୧୯୯୯)​
ସମ୍ପର୍କTejashwi Yadav (brother)
Tej Pratap Yadav (brother)
Sadhu Yadav (uncle)
Subhash Prasad Yadav (uncle)
Tej Pratap Singh Yadav (brother-in-law)
Chiranjeev Rao (brother-in-law)
ସନ୍ତାନ3 (2 daughters and 1 son)
ବୋଉRabri Devi
ବାପାLalu Prasad
ଶିକ୍ଷାM.B.B.S
ଶିକ୍ଷାନୁଷ୍ଠାନPatna Medical College and Hospital
ବୃତ୍ତିPolitician

ମିସା ଭାରତୀ (ଜନ୍ମ: ୨୨ ମେ ୧୯୭୬) ହେଉଛନ୍ତି ଜଣେ ଭାରତୀୟ ରାଜନେତ୍ରୀ, ଯିଏ ଲାଲୁ ପ୍ରସାଦ ଯାଦବ ଓ ରାବଡ଼ି ଦେବୀଙ୍କ କନ୍ୟା।[୧] ଜୁନ ୨୦୧୬ ରେ ସେ ଦଳର ପକ୍ଷରୁ ରାଜ୍ୟ ସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିଲେ ଏବଂ ରାମ ଜେଠାମାଳିନୀଙ୍କ ସହିତ ବିହାରରୁ ନିର୍ବିରୋଧ ଭାବେ ନିର୍ବାଚିତ ହୋଇଥିଲେ ।[୨] ବର୍ତ୍ତମାନ ସେ ପାଟଳୀପୁତ୍ରରୁ ଭାରତର ସଂସଦ ସଦସ୍ୟ ଭାବେ କାର୍ଯ୍ୟରତ।[୩]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ମିସା ଭାରତୀଙ୍କ ଜନ୍ମ ୧୯୭୬ ମସିହାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ଭାର୍ଯ୍ୟା ରାବଶ଼ୀ ଦେବୀଙ୍କ ଘରେ ହୋଇଥିଲା। ଜରୁରୀକାଳ ସମୟରେ ଲାଲୁ ପ୍ରସାଦ କାରାଗୃହରେ ଥିବାବେଳେ ତାଙ୍କ ଜନ୍ମ ହେବାରୁ, ସେହି ସମୟର Maintenance of Internal Security Act (ମିସା ଆଇନ) ଅନୁସାରେ ଲାଲୁ ଯାଦବ ଜେଲରେ ଥିବାରୁ, ତାଙ୍କ ନାମ "ମିସା" ରଖାଯାଇଥିଲା।[୪] ସେ ତାଙ୍କ ପିତାମାତାଙ୍କ ୯ ଜଣ ସନ୍ତାନ (୭ କନ୍ୟା ଓ ୨ ପୁଅ) ମଧ୍ୟରୁ ସେ ହେଲେ ଜ୍ୟେଷ୍ଠା।[୫]

୧୯୯୩ ମସିହାରେ ସେ ଏମ୍ ଜି ଏମ୍ ମେଡିକଲ କଲେଜ, ଜାମସେଦପୁରରେ MBBS ପାଠ୍ୟକ୍ରମରେ TISCO କୋଟାରେ ଭର୍ତ୍ତି ହୋଇଥିଲେ, ଯାହା ତାଙ୍କ ପିତାଙ୍କ ରାଜନୈତିକ ପ୍ରଭାବ ସହ ସମ୍ପର୍କିତ ବିଶେଷ ସୁବିଧା ଥିବା କୁହାଯାଏ। ପରେ ସୁରକ୍ଷା କାରଣରୁ ତାଙ୍କୁ ପାଟନା ମେଡିକଲ କଲେଜ ଏବଂ ହସପିଟାଲ(PMCH) କୁ ସ୍ଥାନାନ୍ତର କରାଯାଇଥିଲା। PMCH ରେ ଗାଇନେକୋଲୋଜି ବିଷୟରେ MBBS ପରୀକ୍ଷାରେ ଅନିୟମିତ ଉପାୟରେ ସେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଅଭିଯୋଗ ରହିଛି ।[୬][୭] ତେବେ ବିବାହ ଓ ଗୃହ ପରିଚାଳନାରେ ନିଜକୁ ନିୟୋଜିତ କରିବାର କାରଣ ଦେଖାଇ ସେ ଚିକିତ୍ସକ ଭାବେ ପ୍ରାକ୍ଟିସ କରିନଥିଲେ।[୮]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ମିସା ଭାରତୀ ୧୦ ଡିସେମ୍ବର ୧୯୯୯ ରେ କମ୍ପ୍ୟୁଟର ଇଞ୍ଜିନିୟର ଶୈଲେଶ କୁମାରଙ୍କ ସହ ବିବାହ କରିଥିଲେ।[୯] ତାଙ୍କ ଦମ୍ପତିଙ୍କ ୩ ଜଣ ସନ୍ତାନ (୨ କନ୍ୟା ଓ ୧ ପୁଅ) ଅଛନ୍ତି।[୧୦]

ରାଜନୈତିକ ଜୀବନ

[ସମ୍ପାଦନା]

ମିସା ଭାରତୀ ୨୦୧୪ ମସିହାର 2014 ଭାରତର ସାଧାରଣ ନିର୍ବାଚନରେ ପାଟଳୀପୁତ୍ର ରୁ ରାଷ୍ଟ୍ରୀୟ ଜନତା ଦଳl ଟିକେଟ୍‌ରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେ Ram Kripal Yadavଙ୍କ ନିକଟରେ ପରାଜିତ ହୋଇଥିଲେ। ଜୁନ ୨୦୧୬ ରେ ସେ ଦଳର ପକ୍ଷରୁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ନିର୍ବିରୋଧ ଭାବେ ନିର୍ବାଚିତ ହୋଇଥିଲେ।

୨୦୧୯ ମସିହାର ୨୦୧୯ ଭାରତର ସାଧାରଣ ନିର୍ବାଚନ ରେ ସେ ପୁନର୍ବାର ପାଟଳିପୁତ୍ରରୁ ପ୍ରତିଦ୍ବନ୍ଦ୍ବିତା କରି ରାମ କୃପାଳ ୟାଦବଙ୍କ ନିକଟରେ ପରାଜିତ ହୋଇଥିଲେ। କିନ୍ତୁ 2024 Iଭାରତର ସାଧାରଣ ନିର୍ବାଚନରେ ସେ ୮୫,୧୭୪ ମତାନ୍ତରରେ ପାଟଲିପୁତ୍ର ଆସନରୁ ବିଜୟୀ ହୋଇଥିଲେ।

ଆଇନି ମାମଲା

[ସମ୍ପାଦନା]

"ଜମି ପାଇଁ ଚାକିରି" ଘୋଟାଳାରେ ସେ ଜଡିତ ଥିବା ଅଭିଯୋଗ ରହିଛି, ଯେଉଁଥିରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ (୨୦୦୪–୨୦୦୯) ଥିବା ସମୟରେ ରେଳ ଚାକିରି ପାଇଁ ଲୋକଙ୍କୁ ଜମି ନିଆଯାଇଥିବା ଅଭିଯୋଗ ହୋଇଥିଲା।[୧୧] Enforcement Directorate ଏହି ମାମଲା ସମ୍ପର୍କିତ ମନିଲଣ୍ଡରିଂ ଅଭିଯୋଗରେ ମିସା ଭାରତୀ, ତାଙ୍କ ମାତା ରାବଡ଼ୀ ଦେବୀ, ତାଙ୍କ ଭୋଣୀ ହେମା ଯାଦବ ଓ ଦୁଇଟି କମ୍ପାନୀ—AK Infosystems ଓ AB Exports—ବିରୋଧରେ ଚାର୍ଜଶୀଟ୍‌ ଦାଖଲ କରିଥିଲା। ଦିଲ୍ଲୀର ଏକ ଅଦାଲତ ଏହାକୁ ଗ୍ରହଣ କରି ସମସ୍ତଙ୍କୁ ଆଦାଲତରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇଥିଲା।[୧୨]

୨୦୨୧ ଅଗଷ୍ଟ ୧୮ ତାରିଖରେ ପଟନା ମୁଖ୍ୟ ବିଚାର ବିଭଗୀୟ ମାଜିଷ୍ଟ୍ରେଟଙ୍କ (CJM) ଅଦାଲତରେ କଂଗ୍ରେସ ନେତା ସଂଜିବ କୁମାର ସିଂହଙ୍କ ଅଭିଯୋଗ ଆଧାରରେ ୨୦୧୯ ଲୋକସଭା ଟିକେଟ୍ ପାଇଁ ୫ କୋଟି ଟଙ୍କା ଦାବି କରିଥିବା ଅଭିଯୋଗରେ ମିସା, ତେଜସ୍ୱୀ ଓ ଅନ୍ୟମାନଙ୍କ ବିରୋଧରେ FIR ଦାଖଲ ହୋଇଥିଲା।[୧୩] ତାଙ୍କ ଭାଉଜ, ଐଶ୍ଵର୍ଯ୍ୟା(Tej Pratap Yadavଙ୍କ ପତ୍ନୀ), ମହିଳା ପୁଲିସ୍‌ଙ୍କ ପାଖରେ ମିସାଙ୍କ ବିରୋଧରେ ମାରପିଟ, ଗହଣା ଚୋରି ଓ ପରିବାରୀକ ଦ୍ୱନ୍ଦ୍ୱ ସୃଷ୍ଟି କରିବାର ଅଭିଯୋଗ କରିଥିଲେ।[୧୪]

  1. ↑ "Piyush Goyal, Chidambaram, Suresh Prabhu, Sharad Yadav elected to Rajya Sabha". The Economic Times. 2016-06-03. ISSN 0013-0389. Retrieved 2026-02-19.
  2. ↑ "Sharad Yadav, Ram Jethmalani, Misa Bharti Elected To Rajya Sabha From Bihar". NDTV.com. Retrieved 2026-03-01.
  3. ↑ "Sharad Yadav, Ram Jethmalani, Misa Bharti Elected To Rajya Sabha From Bihar". NDTV.com. Retrieved 2026-03-01.
  4. ↑ "Misa Bharti Name History: मीसा भारती का नाम 'मीसा' कैसे पड़ा? जेपी नड्डा बोले- जब Lalu Yadav जेल में थे... - Misa bharti name history jp nadda targets lalu yadav and congress bihar politics". Jagran (in ହିନ୍ଦୀ). Retrieved 2026-03-01.
  5. ↑ Das, Anand ST (2017-07-11). "Tej, Tejashwi and Misa: Here's all you need to know about Lalu's children". The New Indian Express (in ଇଂରାଜୀ). Retrieved 2026-03-01.
  6. ↑ "MISA CLASSMATES SHRUG OFF MARKS ANNUAL RITUAL". www.telegraphindia.com. Retrieved 2026-03-01.
  7. ↑ "Misha pal in JD(U), may fight Tej in polls". The Times of India. 2018-07-03. ISSN 0971-8257. Retrieved 2026-03-01.
  8. ↑ "Misa Bharti - Age, Wiki and Bio". Star Profiles (in ଆମେରିକୀୟ ଇଂରାଜୀ). Retrieved 2026-03-01.
  9. ↑ "Rediff On The NeT: A marriage made in 1, Anne Marg". www.rediff.com. Retrieved 2026-03-01.
  10. ↑ "Another double for grandfather Lalu". The Telegraph. Retrieved 2026-03-01.
  11. ↑ "'Land for jobs scam': Rabri Devi, Misha Bharti asked to be present before PMLA court". The Economic Times. 2024-01-30. ISSN 0013-0389. Retrieved 2026-03-01.
  12. ↑ "Land-for-Jobs case: Lalu's wife, daughters appear before Rouse Avenue Court". business-standard.com. Retrieved 1 March 2026.
  13. ↑ "FIR against Tejashwi Yadav, Misa Bharti, Bihar Congress chief in cash for Lok Sabha ticket case". India Today (in ଇଂରାଜୀ). 2021-09-22. Retrieved 2026-03-01.
  14. ↑ "Lalu Prasad's daughter-in-law Aishwarya Rai accuses Misa Bharati of creating rift between Tej Pratap Yadav and Tejashwi Yadav". The Hindu (in ଇଂରାଜୀ). Retrieved 2026-03-01.