ମିଶନ ଇନ୍ଦ୍ରଧନୁଷ

ଉଇକିପିଡ଼ିଆ‌ରୁ

ସାତ ଟିକାଦ୍ୱାରା ନିବାରଣୀୟ ଶିଶୁରୋଗ ଡିପଥେରିଆ, ପୋଲିଓ, ଯକ୍ଷ୍ମା, ହୁପିଂ କାଶ, ଧନୁଷ୍ଟଙ୍କାର, ହେପାଟାଇଟିସ ବି ଏବଂ ମିଳିମିଳାରୁ ସମସ୍ତ ପିଲାଙ୍କୁ ରକ୍ଷା କରିବା ପାଇଁ ଏକ ସମ୍ପୁର୍ଣ୍ଣ ଟିକାକରଣ ଅଭିଯାନ । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏବଂ ମଦନ ମୋହନ ମାଲବ୍ୟଙ୍କ ଜନ୍ମ ବାର୍ଷିକୀ ଅବସରରେ (ସୁଶାସନ ଦିବସ) ୨୦୧୪ମସିହା ୨୫ ଡିସେମ୍ବରରେ ଜଗତ ପ୍ରକାଶ ନଡ୍‌ଡାଙ୍କଦ୍ୱାରା ଉଦ୍‌ଘାଟନ ଏବଂ ନୂଆଦିଲ୍ଲୀଠାରେ ୨୩ ମାର୍ଚ୍ଚ ୨୦୧୫ରେ ଶୁଭାରମ୍ଭ ହୋଇଥିବା ଏକ ପ୍ରଚାର ପ୍ରସାର ଅଭିଯାନ । [୧][୨]

ନାମକରଣ[ସମ୍ପାଦନା]

ସାତଟି ମୁଖ୍ୟ ରଙ୍ଗପରି ପିଲାମାନଙ୍କଠାରେ ବେଶୀ ଦେଖାଯାଉଥିବା ଭୁତାଣୁ ଜନିତ ରୋଗ ହେଉଛି ଡିପଥେରିଆ, ପୋଲିଓ, ଯକ୍ଷ୍ମା, ହୁପିଂ କାଶ, ଧନୁଷ୍ଟଙ୍କାର, ହେପାଟାଇଟିସ ବି ଏବଂ ମିଳିମିଳା

ପରିସଂଖ୍ୟାନ ଏବଂ ଲକ୍ଷ୍ୟ[ସମ୍ପାଦନା]

୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ଟିକାକରଣ ୬୧%ରୁ ୬୫%କୁ ବୃଦ୍ଧି ପାଇଛି ଯାହା ପ୍ରତିବର୍ଷ ୧ ପ୍ରତିଶତ ସୂଚାଉଛି । ଏହାକୁ ବାର୍ଷିକ ୫% ପର୍ଯ୍ୟନ୍ତ ବୃଦ୍ଧି କରି ୨୦୨୦ ସୁଦ୍ଧା ସମସ୍ତ ଶିଶୁଙ୍କୁ ଟିକା ଦେଇ, ଟିକାକରଣକୁ ଗତିଶୀଳ କରିବା ପାଇଁ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକାରୀ କରାଯାଉଛି । [୩][୪][୫]

ଉତ୍ତରପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ ପରି ୪ଟି ରାଜ୍ୟରେ ୮୨ଟି ଟିକାକରଣ ହୋଇନଥିବା ଏବଂ ଆଂଶିକ ଟିକାକରଣ ହୋଇଥିବା ଜିଲ୍ଲାକୁ ମୂଖ୍ୟ ଧ୍ୟାନ ଦିଆଯାଉଛି ।[୬]

ପୋଲିଓ ଅଭିଯାନ ସଫଳତା ମାର୍ଗରେ ଏହି ଅଭିଯାନକୁ ଆଗେଇନେଇ ସଫଳ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୦୧ଟି ଜିଲ୍ଲା ଅନ୍ତର୍ଭୁକ୍ତ ହେବ ଏବଂ ୨୦୧୫ ମସିହାରେ ୨୯୭ଟି ଜିଲ୍ଲାକୁ ଦ୍ୱିତୀୟ ପର୍ଯ୍ୟାୟରେ ଲକ୍ଷ୍ୟଭୁକ୍ତ କରାଯିବ । [୭] ମନ୍ତ୍ରଣାଳୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO), ୟୁନିସେଫ (UNICEF), ରୋଟାରୀ ଇଣ୍ଟରନାସନାଲ ଏବଂ ଅନ୍ୟ ଦାନପାଉଥିବା ଅନ୍ୟ ସହଯୋଗୀଙ୍କ ତରଫରୁ ବୈଷୟିକ ସହାୟତା ପାଇବ । [୮]

ଓଡ଼ିଶାରେ ମିଶନ ଇନ୍ଦ୍ରଧନୁଷ ଯୋଜନା[ସମ୍ପାଦନା]

ଦୁର୍ଗମ ବା ଅପହଞ୍ଚ ଅଞ୍ଚଳରେ ଆଦୌ ଟୀକା ନେଇନଥିବା ପିଲାଙ୍କୁ ଚିହ୍ନଟ କରି ସ୍ୱାସ୍ଥ୍ୟ ବିଭାଗ ଟୀକା ଦେବ । ଏଥିପାଇଁ ଆସନ୍ତା ଏପ୍ରିଲ ୭ରୁ ' ମିଶନ ଇନ୍ଦ୍ରଧନୁଷ' ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବୌଦ୍ଧ, ଗଜପତି, ଗଞ୍ଜାମ, ନବରଙ୍ଗପୁର, ଖୋର୍ଧା, କୋରାପୁଟ, ମାଲକାନାଗିରି, ନୁଆପଡ଼ା, ରାୟଗଡ଼ା, କନ୍ଧମାଳ ଭଳି ୧୦ଟି ଜିଲ୍ଲାର ଏଥିଲାଗି ଚିହ୍ନଟ ହୋଇଛି । ଟିକାକରଣ ମାଧ୍ୟମରେ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ସେମାନଙ୍କୁ ସୁସ୍ଥସବଳ କରିବା ଲାଗି ଏଭଳି ଅଭିଯାନ ଆବଶ୍ୟକତା ରହିଛି । ଏଥିନିମନ୍ତେ ପ୍ରତି ଜିଲ୍ଲା ପାଇଁ ଜଣେ ଲେଖାଏଁ ନୋଡଲ ଅଫିସରଙ୍କୁ ଦାୟିତ୍ୱ ଦିଆଯିବ ଯେଉଁସବୁ ଅଞ୍ଚଳରେ ମିଳିମିଳା ଆଦି ବିଭିନ୍ନ ପ୍ରକାର ରୋଗରେ ଶିଶୁମାନେ ବହୁଳ ଭାବେ ଆକ୍ରାନ୍ତ ହୋଇଥିବେ, ଏଏନଏମ ୩ମାସରୁ ଅଧିକ ସମୟ ଛୁଟିରେ ଥିବେ କିମ୍ବା ଏହି ପଦବୀ ଖାଲି ରହିଥିବ, ଲଗାତାର ତିନିଥର ସେ ଅଞ୍ଚଳରେ ଟୀକାକରଣ କରାଯାଇନଥିବ ବା ଟୀକାକରଣ ହାର କମ୍ ରହିଥିବ, ସେସବୁ ସ୍ଥାନକୁ ଚିହ୍ନଟ କରି ସ୍ୱାସ୍ଥ୍ୟ ବିଭାଗ ସମ୍ପୁର୍ଣ୍ଣ ଟୀକାକରଣ କରିବ । ଦୁଇବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । [୯]

ଆଧାର[ସମ୍ପାଦନା]

  1. http://zeenews.india.com/news/health/health-news/j-p-nadda-launches-media-campaign-for-mission-indradhanush_1566459.html
  2. "Union Government launched health mission- 'Mission Indradhanush'". Archived from the original on 2015-03-26. Retrieved 2015-03-23.
  3. Health & Family Welfare Minister launches ‘Mission Indradhanush’
  4. Union Ministry of Health and Family Welfare launched Mission Indradhanush
  5. http://pib.nic.in/newsite/PrintRelease.aspx?relid=114103
  6. http://pib.nic.in/newsite/PrintRelease.aspx?relid=114103
  7. http://pib.nic.in/newsite/PrintRelease.aspx?relid=114103
  8. http://pib.nic.in/newsite/PrintRelease.aspx?relid=114103
  9. http://m.newshunt.com/india/oriya-newspapers/orissa-sambad/headlines/eprila--7ru--misan--indradhanusa_37489464/c-in-l-oriya-n-sambad-ncat-Headlines[permanent dead link]